Odisha news

ଆଜି ହେଉଛି ବିଶ୍ୱ ପିତୃ ଦିବସ : ବିଶ୍ୱ ପିତୃ ଦିବସରେ ପିତାଙ୍କ ପାଇଁ ଦୁଇପଦ

0
ଗୋଟିଏ ପିତା ହେଉଛନ୍ତି ସନ୍ତାନ ଜୀବନର ଶକ୍ତି, ସମ୍ବଳ !
ପିତା ସୃଷ୍ଟି ର ନିର୍ମାଣ ର ଅଭିବ୍ୟକ୍ତ !
ପିତା ସନ୍ତାନର ସାହାରା, ଆକ୍ଷି ର ଆଲୋକ !
ପିତା କେତେବେଳେ ସ୍ନେହର ମିଠା ଫଳ !
ଆଉ କେତେବେଳେ ଶାସନ ର କଟୁକ୍ତି !
ପିତା ଶବ୍ଦ ହେଉଛି ପରିବାରର ପାଳନ, ପୋଷଣ ଓ ଅନୁଶାସନ !
ପିତା ହେଉଛନ୍ତି ଗୋଟିଏ ବିସ୍ତୃତ ଆକାଶ !
ଯାହାର ଛାତି ଉପରେ ଅତିବାହିତ ହୋଇଥାଏ ଶୈଶବ !
ପିତା ଅଟେ କଳ୍ପ ବୃକ୍ଷ, ଯିଏ ପୁରଣ କରିଥାଏ ସବୁ ଇଚ୍ଛା ଅଭିଳାଷକୁ !
ପିତା ଯୋଗୁଁ ପୂରଣ ହୋଇଥାଏ ସମସ୍ତ ସ୍ବପ୍ନ !
ସମସ୍ତଙ୍କ ତୁଣ୍ଡରେ ଦାନା ଦେଇ ନିଜେ ଭୋକରେ ଶୋଉ ଥିବା ମଣିଷଟି ହେଉଛି ପିତା !
ନିଜେ ଚିରାଫଟା ପିନ୍ଧି ସମସ୍ତଙ୍କୁ ସଜାଇ ରଖିଥାଏ ସେ ହେଉଛି ପିତା !
ସମସ୍ତଙ୍କ ଇଛା କୁ ପୁରଣ କରି ନିଜର ସୁଖକୁ ଜଳାଞ୍ଜଳି ଦେଇଥାଏ ସେ ହେଉଛି ପିତା !
ଦୁଃଖର ଆଭାସ କେବେ ଅନୁଭବ ହେବାକୁ ଦିଏ ନାହିଁ ସେ ହେଉଛି ପିତା !
ନିଜ ମନର କଷ୍ଟକୁ ଚାପି ମୁରୁକି ହସା ଦେଇ କହି ଥାଆନ୍ତି ସବୁ ଠିକ ଅଛି ସେ ହେଉଛନ୍ତି ପିତା !
ସମସ୍ତଙ୍କୁ ଶାନ୍ତିରେ ଶୁଆଇ ନିଜେ ଚିନ୍ତାରେ ଅନିଦ୍ରା ହୋଇ ଥାଆନ୍ତି ସେ ହେଉଛନ୍ତି ପିତା !
କିନ୍ତୁ ପ୍ରାୟ ଅଧିକାଂଶ ସମୟରେ ସେହି ପିତା ଉପରେ କଠୋର ଭାବ ରଖିଥିବା ଓ ଭିତରୁ କୋମଳ ସ୍ୱଭାବ ମଣିଷଟି କୁ କେହି ମନେ ପକାଇବାକୁ ଭୁଲି ଯାଇ ଥାଆନ୍ତି l ସତରେ ଏହି ପିତା ଶବ୍ଦ ଏତେ ବିସ୍ତୃତ ଯେ ଯାହାର କୌଣସି ତୁଳନା ନାହିଁ l ଆମେମାନେ କେବେ ସେହି ମହାନ ବ୍ୟକ୍ତି ବିଷୟରେ ଚିନ୍ତା କରି ନଥାଉ ଯିଏ କି ଆମ ଖୁସି ପାଇଁ ନିଜ ଜୀବନର ପ୍ରତିଟି ମୁହୂର୍ତ କୁ ଜଳାଞ୍ଜଳି ଦେଇଥାଏ l ନିଜେ ଅସୁସ୍ଥ ରହି ଶରୀରକୁ କଷ୍ଟ ଦେଇ ନିଜ ସନ୍ତାନର ଦେହ ଖରାପ ସମୟରେ ରାତି ରାତି ଅନିଦ୍ରା ହୋଇ ସେବା କରିଥାଏ l ତଥାପି ଅନେକ ସମୟରେ ଆମେ ସେହି ମଣିଷଟିକୁ ଅଣଦେଖା କରି ଦେଇଥାଉ l ସନ୍ତାନ କୁ ଭଲ ମଣିଷ କରିବାକୁ ଯାଇ ନିଜ ଯୌବନ ରୁ କେତେବେଳେ ବାର୍ଦ୍ଧକ୍ୟ ଆସିଯାଇ ଥାଏ ତାହା ସିଏ ଜାଣିପାରି ନଥାଏ l ନିଜ ଅଖିର ଲୁହକୁ ଚାପି ସିଂହ ଭଳି ଯିଏ ପରିବାରର ସୁଖ ପାଇଁ ଛାତି ଦେଖାଇ ଦେଇଥାଏ ସତରେ ସେହି ମଣିଷଟି ର ଭାବନାକୁ କୁ କେତେ ଲୋକ ବା ବୁଝି ଥାଆନ୍ତି ?ବାପା ଙ୍କ ବାହୁ ଛାୟା ତଳେ ସମଗ୍ର ବ୍ରହ୍ମାଣ୍ଡ ର ସୁଖ l ବାପା ଥିଲେ ପଖାଳ କଂସା ସୁଖ ଠାରୁ ନେଇ ରାଜକୀୟ ସୁଖ ସବୁକିଛି ଲାଭ ହୋଇଥାଏ l
ବିଶ୍ୱ ପିତୃ ଦିବସ ପିତାଙ୍କ ସମ୍ମାନ ରେ ପାଳନ କରାଯାଇ ଥାଏ l ଏହି ଦିନଟି ପିତୃତ୍ୱର ବନ୍ଧନ, ପିତାଙ୍କ କର୍ତବ୍ୟ, ପିତା ସମାଜ ପାଇଁ ଗୋଟିଏ ଆଦର୍ଶ ଭାବରେ ଦର୍ଶାଇ ଥାଏ l ଅଧିକାଂଶ ଦେଶରେ ଏହି ଦିନଟି କୁ ଜୁନ୍ ମାସ ତୃତୀୟ ରବିବାର ଦିନ ପାଳନ କରାଯାଇ ଥାଏ l ପ୍ରଥମ ଥର ପାଇଁ ପଶ୍ଚିମ ଭର୍ଜିନିଆ ରେ ୧୯ ଜୁନ ୧୯୧୦ ରେ ପାଳନ କରାଯାଇ ଥିଲା l ଚଳିତ ବର୍ଷ ମଧ୍ୟ ଏହା ଜୁନ୍ ୧୯ ତାରିଖ ରବିବାର ଦିନ ପାଳିତ ହେଉଛି l ଏହିଦିନ ଟି ପ୍ରତିଟି ସନ୍ତାନ ମାନଙ୍କ ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ ଅଟେ l କାରଣ କଥାରେ ଅଛି ‘ ବାପା ଥିବା ପୁଅ କଦାପି ସଭାରେ ହାରି ନଥାଏ l’ କାରଣ ଯେଉଁ ପିଲାଙ୍କ ମୁଣ୍ଡ ଉପରେ ପିତୃତ୍ୱ ର ହାତ ରହିଥାଏ ସେ ଜୀବନ ର ସମସ୍ତ ସ୍ଥାନରେ ବିଜୟ ଲାଭ କରିଥାଏ l
Leave A Reply

Your email address will not be published.