Odisha news

ଶୀତଋତୁ ରେ ଶୀତବସ୍ତ୍ର ପିନ୍ଧି ଶୋଉଛନ୍ତି କି ? ହୋଇ ପାରନ୍ତି ଏହି ସବୁ ଗମ୍ଭୀର ସମସ୍ୟା ଦ୍ଵାରା ଆକ୍ରାନ୍ତ

0
ବର୍ତ୍ତମାନ୍ ସାରା ଦେଶରେ ଶୀତ ପ୍ରକୋପ ଦେଖିବାକୁ ମିଳିଛି । ଆମେ ନିଜକୁ ଶୀତ ପ୍ରକୋପ ରୁ ରକ୍ଷା କରିବା ପାଇଁ ଶୀତ ବସ୍ତ୍ର ର ବ୍ୟବହାର କରିଥାଉ । ଏମିତି ରେ ନିଜକୁ ଶୀତ ପ୍ରକୋପ ରୁ ରକ୍ଷା କରିବା ପାଇଁ ରାତିରେ ଶୋଇବା ସମୟରେ ଶୀତ ବସ୍ତ୍ର ପିନ୍ଧି ଶୋଇ ଥାଉ । କିନ୍ତୁ ଆମେ ଜାଣି ନଥାଉ ଯେ ଏହା ଆମ ପାଇଁ ଖୁବ୍ କ୍ଷତି କାରକ ହୋଇଥାଏ । ଏହା ଆମ ପାଇଁ ଖୁବ୍ ଭୟଙ୍କର ସ୍ଥିତି ମଧ୍ୟ ସୃଷ୍ଟି କରିଥାଏ ।
* ଚର୍ମ ରେ ହୋଇଥାଏ ସଂକ୍ରମଣ –
ରାତିରେ ଶୋଇବା ସମୟରେ ଶୀତ ବସ୍ତ୍ର ପିନ୍ଧିବା ଦ୍ଵାରା ଚର୍ମ ରେ ସଂକ୍ରମଣ ହୋଇଥାଏ । ଏହା ଆମ ଶରୀରରେ ଏପରି ସ୍ଥିତି ହୋଇଥାଏ କୁଣ୍ଡେଇ ହୋଇ ଥାଏ । ଯେଉଁ କାରଣରୁ ଦେହ ସାରା ଫଳି ଯାଇଥାଏ । ତେଣୁ ରାତିରେ ଶୋଇବା ସମୟରେ ଶୀତ ବସ୍ତ୍ର ପିନ୍ଧିବା ଉଚିତ୍ ନୁହେଁ ।
* ରକ୍ତଚାପ ବୃଦ୍ଧି ହୋଇଥାଏ –
ଉଚ୍ଚ ରକ୍ତଚାପ ରୋଗୀ ମାନେ ଯଦି ଶୀତଋତୁ ରେ ଶୀତବସ୍ତ୍ର ରାତିରେ ଶୋଇବା ସମୟରେ ପିନ୍ଧିବା ଦ୍ଵାରା ବୃଦ୍ଧି ହୋଇଥାଏ । ବିଶେଷ ଭାବରେ ଏହା ମଧୁମେହ ରୋଗୀ ମାନଙ୍କୁ ପ୍ରଭାବିତ କରିଥାଏ ।
* ନିମ୍ନ ରକ୍ତଚାପ ସମସ୍ୟା –
ରାତିରେ ଶୋଇବା ସମୟରେ ଶୀତ ବସ୍ତ୍ର ପିନ୍ଧିବା ଦ୍ଵାରା ଅଧିକ ଗରମ୍ କାରଣରୁ ଝାଳ ବାହାରିବା ଆରମ୍ଭ ହୋଇଥାଏ । ଯେଉଁ କାରଣରୁ ରକ୍ତଚାପ ନିମ୍ନ ହେବା ଆରମ୍ଭ ହୋଇଥାଏ । ତେଣୁ ରାତିରେ ଆମେ ଶୀତ ବସ୍ତ୍ର ପିନ୍ଧି ଶୋଇବା ଉଚିତ୍ ନୁହେଁ ।
* ଅସ୍ଥମା ରୋଗୀ ଙ୍କ ପାଇଁ କ୍ଷତି କାରକ –
ଶ୍ୱାସ ରୋଗୀମାନେ ଶୀତ ଋତୁରେ ଯଦି ଶୀତ ବସ୍ତ୍ର ପିନ୍ଧି ଶୋଇ ଥାଆନ୍ତି ତେବେ ଏହା ସେମାନଙ୍କ ପାଇଁ କ୍ଷତି କାରକ ହୋଇଥାଏ । ଏହା ସେମାନଙ୍କ ଶ୍ୱାସ କ୍ରିୟା ରେ ବାଧା ସୃଷ୍ଟି କରିଥାଏ । ତେଣୁ ରାତି ରେ ଶୋଇବା ସମୟରେ ଶୀତ ବସ୍ତ୍ର ପିନ୍ଧନ୍ତୁ ନାହିଁ ।
Leave A Reply