ଭଞ୍ଜନଗର,୨୬/୧୨ : ସ୍ଥାନୀୟ ଜଳସଂପଦ ଡାକବଙ୍ଗଳା ପଡିଆ ଠାରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ରାଜ୍ୟ ଜଙ୍ଗଲ, ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟଅତିଥିଭାବେ ଯୋଗଦେଇ ବିଜୁ ଜନତା ଦଳ ଏବେ ଏକ ସାମାଜିକ ଆନେ୍ଦାଳନରେ ପରିଣତ ହୋଇଯାଇଛିବୋଲି ଉଲ୍ଲେଖ କରିବାସହ ପ୍ରତିବର୍ଷ ଏହି ଦଳ ଅଧିକ ସଶକ୍ତଭାବେ ଠିଆ ହେଉଛିବୋଲି କହିଥିଲେ । ଓଡିଶାବାସୀଙ୍କ ସେବାରେ ବିଜୁ ଜନତା ଦଳ ଅହରହ ତାର ଉଦ୍ୟମ ଜାରୀ ରଖିଛି । ଆଜି ମାଆମାନେ ଘର କୋଣରେ ଆଉ ନାହାନ୍ତି । ମିଶନ ଶକ୍ତି ମାଧ୍ୟମରେ ମାଆମାନେ ଏବେ ଅଧିକ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ସହର ଠାରୁ ଆରମ୍ଭ କରି ନିପଟ ପଲ୍ଲୀ ଯାଏଁ ସବୁଠି ଏବେ ପକ୍କା ରାସ୍ତା, ପାନୀୟଜଳ ସୁବିଧା, ସ୍କୁଲ ଘର ଆଦି ତିଆରି ହୋଇସାରିଛି । ଲୋକଙ୍କ ମଧ୍ୟରେ ଏବେ ନବୀନ ବାବୁଙ୍କୁ ଭଲ ପାଇବା ଅଧିକମାତ୍ରାରେ ଦେଖିବାକୁ ମିଳୁଛି । ଆଜି ୨୫ ବର୍ଷ ପାଳନ ଅବସରରେ ବିଜେଡି ଲୋକଙ୍କ ସେବା ପାଇଁ ଅଧିକ ସଂକଳ୍ପବଦ୍ଧ ହୋଇ ଆଗକୁ ବଢିଚାଲିଛିବୋଲି ମନ୍ତ୍ରୀ ଆରୁଖ ସ୍ପଷ୍ଟ ଉଲ୍ଲେଖ କରିଥିଲେ ।
ଏହି ଅବସରରେ ଭଞ୍ଜନଗର ବ୍ଲକର କୁଲାଡ ପଞ୍ଚାୟତରୁ ପୂର୍ବତନ ସରପଞ୍ଚ ପି. ରାମହରି ପାତ୍ର, ଦେବୀ ପ୍ରସାଦ ସାହୁ ଓ ରାମଚନ୍ଦ୍ର ପାଢୀଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କଂଗ୍ରେସ ଓ ବିଜେପି ସମର୍ଥକ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ସେହିପରି ଲାଲସିଂ ପଞ୍ଚାୟତର ବହୁ କଂଗ୍ରେସ ଓ ବିଜେପି ସମର୍ଥକ ଦିବାକର ଗୌଡ, ବିଷ୍ଣ ପ୍ରଧାନ, କହ୍ମେଇ ଗୌଡ, ଖଦାଳ ସାହୁ, ଗୋବିନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହୋଇଥିବାବେଳେ ବାରୁଡା ପଞ୍ଚାୟତର ବହୁ ସଂଖ୍ୟାରେ ବିଜେପି ଓ କଂଗ୍ରେସ କର୍ମୀମାନେ ବିରେନ୍ଦ୍ର ଗୌଡ, ବିରଞ୍ଚି ନାରାୟଣ ଗୌଡ, ସୁରେନ୍ଦ୍ର ପ୍ରଧାନ, ଭଞ୍ଜ ନାୟକ, କୁମର ନାୟକଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହୋଇଥିଲେ । ବିଜେଡିର ଏହି ମିଶ୍ରଣ ପର୍ବ ଓ ଦଳର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସଭାରେ ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜିଲ୍ଲା ବିଜେଡି ଉପସଭାପତି ରାଜକୁମାର ସାହୁ, ଜିଲ୍ଲା ମହିଳା ବିଜେଡି ସାଧାରଣ ସଂପାଦିକା ସଂଯୁକ୍ତା କୁମାରୀ ବେହେରା, ଜିଲ୍ଲା ସଂପାଦକ ରାଜୀବ ଲୋଚନ ରାଜୁ, ସାଂସଦ ପ୍ରତିନିଧି ଦିବାକର ନାୟକ, ବ୍ଲକ ଅଧ୍ୟକ୍ଷା ବିନ ଦଳବେହେରା, ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,ଟାଉନ୍ ବିଜେଡି ସଭାପତି ରାଜେନ୍ଦ୍ର କୁମାର ବିଶୋୟୀ, ଟାଉନ୍ ଯୁବ ବିଜେଡି ସଭାପତି ସୁଧୀର ରଂଜନ ବେହେରା, ବ୍ଳକ ମହିଳା ବିଜେଡି ସଭାନେତ୍ରୀ ଶୈଳବାଳା ବିଷୋୟୀ, ଟାଉନ୍ ମହିଳା ବିଜେଡି ସଭାନେତ୍ରୀ ସୁଜ୍ଞାନୀ ଗୌଡ, ବ୍ଲକ ଛାତ୍ର ବିଜେଡି ସଭାପତି ଦିନେଶ କୁମାର ସ୍ୱାଇଁ, ଏନଏସି ଛାତ୍ର ବିଜେଡି ସଭାପତି ଜିବେକ କୁମାର ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଅପରାହ୍ନ ସାଢେ ୪ଟାରେ ଭିଡିଓ କନଫେରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପି୍ରମୋ ନବୀନ ପଟ୍ଟନାୟକ ଦଳର କର୍ମୀମାନଙ୍କୁ ଉଦବୋଧନ ଦେଇ ବିଜେଡି ଏବେ ଓଡିଶାବାସୀଙ୍କ ବଳ ହୋଇସାରିଛିବୋଲି ଏହି ଦଳ ଏବେ ଏକ ସାମାଜିକ ଆନେ୍ଦାଳନରେ ପରିଣତ ହୋଇସାରିଛିବୋଲି ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମକୁ ସାଂସଦ ପ୍ରତିନିଧି ଦିବାକର ନାୟକ ସଂଚାଳନ କରିଥିବାବେଳେ ଶେଷରେ ବୁଲୁ ରାଜୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।