Odisha news

ଜାତୀୟ ଶିକ୍ଷାନୀତି ଆଲୋଚନା ଚକ୍ର

0
ଛତ୍ରପୁର,୨୬/୧୨ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରର ସଙ୍କୁଳ ସ୍ତରୀୟ ବିଦ୍ୟୁତ୍ ପରିଷଦର ଜାତୀୟ ଶିକ୍ଷାନୀତି ୨୦୨୨୦ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନୃସିଂହଚରଣ ମିଶ୍ର, ମୁଖ୍ୟବକ୍ତା ଭାବେ ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡା, ଜିଲ୍ଲା ପ୍ରମୁଖ ବିପିନ ବିରାହୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ସଂପାଦକ ପଦ୍ମଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସଙ୍କୁଳ ପ୍ରମୁଖ ଡଃ କେ.କୁର୍ମା ରାଓ, ଶିକ୍ଷାବିତ୍ ତ୍ରିନାଥ ସାହୁ, କୈଳାସ ଚନ୍ଦ୍ର ପଣ୍ଡା, ନୟନ ପାତ୍ର, ରଜନୀକାନ୍ତ ପଟ୍ଟନାୟକ, ଡଃ ଅଳକା ମିଶ୍ର, ରେଖା ମହାନ୍ତି, ସଦସ୍ୟା ସୁନିତା ସେଠୀ, ନିରଞ୍ଜନ ତ୍ରିପାଠୀ, ଗଞ୍ଜାମ ପ୍ରଧାନାଚାର୍ଯ୍ୟ ପତିତପାବନ ଶତପଥୀ, ସଦସ୍ୟ ଏସ୍‌.ରାମ ପ୍ରସାଦ ପଟ୍ଟନାୟକ, କୋରେଶ ଚନ୍ଦ୍ର ଶତପଥୀ ପ୍ରମୁଖ ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଯୋଗଦେଇ ନୂତନ ଶିକ୍ଷାନୀତି ୨୦୨୦ ଉପରେ ହୋଇଥିବା ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ମତବ୍ୟକ୍ତ ରଖିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ ।
Govt
Leave A Reply