ଛତ୍ରପୁର,୨୬/୧୨ : ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ସଂଗ୍ରାମ ସ୍ପୋର୍ଟସ୍ କ୍ଲବ ଠାରେ ଅପରାହ୍ନରେ ଅନୁଷ୍ଠିତ ଛତ୍ରପୁର ବ୍ଲକ ଓ ଏନଏସି ସ୍ତରୀୟ ସମାବେଶ ରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ କହିଥିଲେ ଯେ ବିଜେଡି ଏକ ରାଜନୈତିତକ ଦଳ ଅପେକ୍ଷା ସାମାଜିକ ଆନ୍ଦୋଳନରେ ପରିଗଣିତ ହୋଇଛି । ସୁଶାସନ ଓ ଜନକଲ୍ୟାଣକାରି ଯୋଜନା ଯୋଉଁ ମାଇଲଖୁଣ୍ଟ ରାଜ୍ୟ ସରକାର ସ୍ଥାପନ କରିଛନ୍ତି । କରୋନା ମୁକାବିଲାରେ ଓଡିଶାର ମୁଖ୍ୟମନ୍ତ୍ରୀ ସାରା ଭାରତବର୍ଷରେ ଉଦାହରଣ ସୃଷ୍ଟି କରିଛନ୍ତି । ବିଭିନ୍ନ ସମୟରେ କେନ୍ଦ୍ରୀୟ ଅବହେଳା , ଅନୁଦାନ ହ୍ରାସ , ଯୋଜନାର ଅଂଶ ହ୍ରାସ ସତ୍ତ୍ୱେ ଗତ ୨୧ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ପାଖାପାଖୀ ୧୦୦ରୁ ଉର୍ଦ୍ଧ୍ୱ ନିଜସ୍ୱ ଯୋଜନା ପ୍ରଣୟନ କରିଛନ୍ତି । ଗଂଜାମ ଗୃହିଣୀ ଦିଲ୍ଲୀ ଦରବାରରେ ପରିଚୟ ସୃଷ୍ଟି କରିଛି । ଛତ୍ରପୁର ବ୍ଲକ ଏସଏଚଜି ମା ମାନଙ୍କୁ ୧୭କୋଟି ରୁ ଉର୍ଦ୍ଧ୍ୱ ଋଣ ବିଭିନ୍ନ ବ୍ୟାଙ୍କ ରେ ଲିକେଜ କରାଯାଇଛି ବୋଲି ବିଧାୟକ ଶ୍ରୀ ବେହେରା ନିଜ ଅଭିଭାଷଣରେ କହିଥିଲେ । ଏହାସହ ଓଡିଶାର ସମସ୍ୟା କୌଣସି ଜାତୀୟ ଦଳ ଦ୍ୱାରା ସାମାଧାନ ହୋଇପାରିବ ନାହିଁ ।
ଏଣୁ ଓଡିଶାର ଏକ ମାତ୍ର ଦଳ ଜନସାଧାରଣଙ୍କ ବଳ ସେ ହେଉଛି ବିଜୁ ଜନତା ଦଳ । ଓଡିଶାର ପ୍ରଗତି ତଥା ବିକାଶର ଦ୍ୱିଗୁଣିତ କରିବାକୁ ହେଲେ ନବୀନବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ହେବ ବିଜୁ ଜନତା ଦଳର ଛାତ୍ରଯୁବ ଓ ମହିଳାଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ନେତା ଓ କର୍ମୀ ନିଷ୍ଠାପର ସହ ଦଳୀୟ ସଂଗଠନକୁ ସଦୃଢ କରିବା ପାଇଁ ଆଜି ଅନୁଷ୍ଠିତ ୨୫ ତମ ବିଜେଡି ପ୍ରତିଷ୍ଠା ଦିବସରେ ଛତ୍ରପୁର ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି । ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟ ରେଡ୍ଡୀଙ୍କ ସଂଯୋଜାନ ଏବଂ ବିଜେଡି ବ୍ଲକ ସଭାପତି ପ୍ରବସୀ ପ୍ରଧାନଙ୍କ ଅନୁଷ୍ଠିତ ଏହି ସମାବେଶ ରେ ରାଜ୍ୟ କୃଷି ବିପଣନ ନୀଗମର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା , ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂର, ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ବିମଳ କୁମାର ପଣ୍ଡା, ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଯୁବ ବିଜେଡି ର ଛତ୍ରପୁର ଏନଏସି ସଭାପତି ଟି.ଚନ୍ଦ୍ର ଶେଖର ରାଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି.ସୁଦାମ ଓ ଭଗବାନ ବେହେରା, ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ ଓ ଜଟିଆ ନାହାକ , ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଅକ୍ଷୟ କୁମାର ସ୍ୱାଇଁ, ବି.ଚନ୍ଦ୍ରମଣି ପାତ୍ର, ସିଏଚ. ମନୋଜ କୁମାର ରେଡ୍ଡୀ, କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ ସମିତି ସଭ୍ୟ ରଶ୍ମିତା ବେହେରା , ମହିଳା ନେତ୍ରୀ ବୈଜନ୍ତମାଳା ଶତପଥୀ , ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବିନ୍ଦ୍ର ନାଥ ପଣ୍ଡା, ପୋଡାପଦର ସରପଞ୍ଚ ପୀତାମ୍ବର ପଣ୍ଡାଙ୍କ ସମେତ ଛତ୍ରପୁର ବ୍ଲକ ଓ ଏନଏସିର ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ବିଜୁ ଜନତା ଦଳର ଗୁଣଗାନ କରିଥିଲେ । ପରେ ଏହି ଅବସରେ ଛତ୍ରପୁରର ହକି ଖେଳୁଥିବା ୬୦ଜଣ ଛାତ୍ରଛାତ୍ରୀ ମାନଙ୍କୁ ଛତ୍ରପୁର ହକି ଆସୋସିଏସନ ପକ୍ଷରୁ ହକି ଷ୍ଟିକ୍ ବଣ୍ଟନ କରାଯାଇଥିଲା ।
ପୂର୍ବାହ୍ନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ରବେହେରା ଙ୍କ ନେତୃତ୍ୱରେଶତାଧୀକ ଦଳୀୟ ନେତା ଓ କର୍ମୀମାନେ ଯୋଗଦେଇ ଛତ୍ରପୁରଲୋୟାର ବସଷ୍ଟାଣ୍ଡ ସ୍ଥିତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରିବା ସହ ବିଜୁବାବୁଙ୍କ ଗୁଣଗାନ କରିଥିଲେ ।