ଆମ ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସ ର କିଛି ନା କିଛି ଅଲଗା ଅଲଗା ମହତ୍ତ୍ଵ ରହିଛି । ଶାସ୍ତ୍ର ଅନୁସାରେ ରହିଛି କୁହାଯାଏ ଯେ ପୌଷ ମାସରେ କୌଣସି ଶୁଭ କାର୍ଯ କରିବା ଉଚିତ୍ ନୁହେଁ । ଅଧିକାଂଶ କିମ୍ବଦନ୍ତୀ ଅନୁସାରେ ଏହାକୁ ମଳମାସ କୁହା ଯାଉଥିବା ବେଳେ ଅନେକ କିମ୍ବଦନ୍ତୀ ରେ ଖର ମାସ କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ସୂର୍ଯ୍ୟ ଙ୍କ ର ୧୧ ହଜାର କିରଣ ଶକ୍ତି ପ୍ରଦାନ କରିଥାଏ ।
* ମାନ୍ୟତା ଅନୁସାରେ ଏହି ମାସର ସୋମବାର ଦିନ ଶିବ ପୂଜାର ବେସ୍ ରହିଛି । କାରଣ ଏହି ମାସରେ ଯଦି ସୋମବାର ଦିନ ଶିବଙ୍କୁ ପୂଜା କରାଯାଏ ତେବେ ଐଶ୍ୱର୍ଯ୍ୟ ଲାଭ ହୋଇଥାଏ ।
* ପୌଷ ମାସରେ ସୋମବାର ଦିନ ମହାଦେବ ଙ୍କୁ ଜଳ ଲାଗି କରାଯିବା ଦ୍ଵାରା ଜୀବନରେ ସମସ୍ତ ପ୍ରକାରର ସଙ୍କଟ ଦୂର ହେବା ସହ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ ।
* ପୌଷ ସୋମବାର ଦିନ ଘରେ ମହାଦେବ ଙ୍କ ନିକଟରେ ଅଖଣ୍ଡ ଦୀପ ଅର୍ପଣ କରନ୍ତୁ । ଏହି ଅଖଣ୍ଡ ଦୀପ ଜଳାଇବା ସମୟରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ । ଏହାକୁ ୧୦୮ ଥର ଜପ କଲେ ଘରର ସବୁ ଅସୁବିଧା ଦୂର ହୋଇଥାଏ ।
* ସୋମବାର ଦିନ ମହାଦେବ ଙ୍କୁ ବେଲ ପତ୍ର ଅର୍ପଣ କରିବା ସମୟରେ ଚନ୍ଦନ ଦେବାକୁ ଭୁଲିବେ ନାହିଁ । ଶ୍ଵେତ ଚନ୍ଦନ ସହିତ ବେଲ ପତ୍ର ଅର୍ପଣ କରିବା ଦ୍ୱାରା ରୀଷ୍ଟ ଖଣ୍ଡନ ହୋଇଥାଏ ।
* ପୌଷ ମାସ ସୋମବାର ଦିନ ଯେତେବେଳେ ଆପଣ ସକାଳୁ ଉଠୁଛନ୍ତି ସେହି ସମୟରେ ଶିବ ସ୍ତୋତ୍ର ପାଠ କରନ୍ତୁ । ଗାଧୋଇ ସାରିବା ପରେ କେଶର ଏବଂ ଦୁଗ୍ଧ ସୂର୍ଯ୍ୟ ଦେବ ଓ ମହାଦେବ ଙ୍କୁ ଅର୍ପଣ କରନ୍ତୁ ।
* ପୌରାଣିକ ମାନ୍ୟତା ଅନୁସାରେ ଏହା ଗୋଟିଏ ଅଶୁଭ ମାସ ହୋଇଥିବା କାରଣରୁ ଏହି ମାସର ବିଶେଷ ଭାବରେ ଶିବ ଙ୍କୁ ମାସ ଯାକ ଜଳଲାଗି କରନ୍ତୁ । ସମସ୍ତ ବିପଦ ଦୂରେଇ ଯାଇଥାଏ ।
* ମହାଦେବ ଙ୍କ ମହିମା ଲାଭ କରିବା ପାଇଁ ପୌଷ ମାସ ସୋମବାର ଦିନ ଘରର ମୁଖ୍ୟ ଦ୍ଵାରରେ ଜଳପୂର୍ଣ୍ଣ କଳସ ରଖନ୍ତୁ ଘରର ନକାରାତ୍ମକ ଶକ୍ତି ଦୂରେଇ ଯିବ ।
* ଏହି ମାସ ସୋମବାର ଦିନ ମହାଦେବ ଙ୍କ ସହିତ ମାତା ପାର୍ବତୀ ଙ୍କୁ ପୂଜା କରିବା ଦ୍ୱାରା ନାରୀ ମାନଙ୍କ ପାଇଁ ଖୁବ୍ ଶୁଭ ହୋଇଥାଏ । ସେମାନେ ଅହ୍ୟ ସୁଲକ୍ଷଣୀ ହୋଇ ଥାଆନ୍ତି ।