Odisha news

ଶୀତଋତୁରେ କାଜୁ ଖାଇବାର ଅଦ୍ଭୁତ ଲାଭ : ଓଜନ ନିୟନ୍ତ୍ରଣ ହେବା ସହ ହାଡ଼ ମଜବୁତ ହୋଇଥାଏ

0

ଶୀତଋତୁରେ ଭରପୁର ମାତ୍ରାରେ ଡ୍ରାଏ ଫ୍ରୁଟସ ଖାଇବା ଆବଶ୍ୟକ l ଡ୍ରାଏ ଫ୍ରୁଟସ ରେ କାଜୁ ଏପରି ଜିନିଷ ଯାହା ଛୋଟ ଠାରୁ ବଡ ସମସ୍ତଙ୍କୁ ପସନ୍ଦ l କାଜୁରେ ରହିଛି ଭରପୁର ପୋଷାକ ତତ୍ୱ, ଯେପରିକି ଭିଟାମିନ, ପ୍ରୋଟିନ, ମିନେରାଲ, ଫାଇବର ଓ ଆଣ୍ଟି ଅକ୍ସିଡେଣ୍ଟ ଭରି ରହିଥାଏ l କାଜୁ ଆଇରନ, ଫାଇବର, ଫୋଲେଟ, ମଗ୍ନେଶୀୟମ, ଫସଫରସ, ସେଲେନିୟମ ଓ କ୍ୟାଲସିୟମ ଭଲ ସ୍ରୋତ ଅଟେ l କାଜୁରେ ଭରି ରହିଥିବା ପୋଷାକ ତତ୍ୱ ତ୍ୱଚା ଓ କେଶ ପାଇଁ ଖୁବ ଉପଯୋଗୀ l

* ହାଡ଼କୁ ମଜବୁତ କରିଥାଏ –
କାଜୁ ଖାଇବା ଦ୍ୱାରା ହାଡ଼ ମଜବୁତ ହୋଇଥାଏ l କାଜୁ ରେ କ୍ୟାଲସିୟମ୍ ଓ ମଗ୍ନେଶୀୟମ ଉଚ୍ଚ ମାତ୍ରାରେ ମିଳିଥାଏ l ଯାହା ହାଡ଼କୁ ଦୁର୍ବଳ ହେବାରୁ ରକ୍ଷା କରିଥାଏ l ହାଡ଼ ସମସ୍ୟା ସହିତ ଯୋଡି ହୋଇଥିବା ଲୋକ ମାନଙ୍କୁ ପ୍ରତିଦିନ କାଜୁ ଖାଇବା ଆବଶ୍ୟକ l

*ମଧୁମେହ ନିୟନ୍ତ୍ରିତ ହୋଇଥାଏ –
କାଜୁ ରେ ଅନେକ ପୋଷାକ ତତ୍ୱ ମିଳିଥାଏ l ଯାହା ରକ୍ତରେ ଥିବା ଗ୍ଲୁକୋଜ ସ୍ତରକୁ କଣ୍ଟ୍ରୋଲ କରିଥାଏ l ମଧୁମେହ ରୋଗୀ ଙ୍କ ପାଇଁ କାଜୁ ସେବନ ହିତକର l

* ପାଚନ ପ୍ରକ୍ରିୟାକୁ ଠିକ ରଖିଥାଏ –
କାଜୁ ରେ ଫାଇବର ର ଭଲ ସ୍ରୋତ ରହିଥାଏ l ଏହାକୁ ସେବନ କରିବା ଦ୍ୱାରା ପାଚନ ରେ ସୁଧାର ଆସିଥାଏ l କାଜୁ ସେବନ କରିବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ l

* ଓଜନ ନିୟନ୍ତ୍ରଣ ହୋଇଥାଏ –
କିଛି ଲୋକଙ୍କ ର ଭୁଲ ଧାରଣା ରହିଛି ଯେ ମୋଟା ଲୋକମାନେ କାଜୁ ଖାଇବା ଉଚିତ ନୁହେଁ, କିନ୍ତୁ ଏହା ଭୁଲ ଧାରଣା l କାଜୁ ସେବନ କରିବା ଦ୍ୱାରା ମୋଟାପଣ ନିୟନ୍ତ୍ରିତ ହୋଇଥାଏ l କାଜୁ ରେ ଫାଇବର ଓ ମଗ୍ନେଶୀୟମ ରହିଥାଏ l ଫ୍ୟାଟ ଓ କାର୍ବୋହାଇଡ୍ରେଟ ଦ୍ୱାରା ମେଟାବୋଲିଯିମ ବୃଦ୍ଧି ପାଇଥାଏ l

* ଗର୍ଭ ଧାରଣାରେ ଲାଭ ଦାୟକ –
ଗର୍ଭ ଧାରଣ ସମୟରେ ଆପଣ କାଜୁ ଖାଇ ପାରିବେ l କାଜୁ ଗର୍ଭାବସ୍ଥାରେ ଲାଭ ଦାୟକ ହୋଇଥାଏ l  ଏଥିରେ ଥିବା ପୋଷାକ ତତ୍ୱ ଶିଶୁର ବିକାଶ କରାଇ ଥାଏ l

Govt
Leave A Reply