Odisha news

ମସ୍ତକରେ ଟୀକା କାହିଁକି ଲଗା ଯାଇଥାଏ : କେଉଁ ରାଶିର ବ୍ୟକ୍ତି କେଉଁ ପ୍ରକାରର ଟୀକା ଲଗାଇଲେ ସଫଳତା ପାଇବେ

0

ଆମ ହିନ୍ଦୁ ଧର୍ମରେ ମସ୍ତକରେ ଟୀକା ଲଗା ଯାଇଥାଏ l ସେହିଭଳି ହିନ୍ଦୁ ଧର୍ମରେ ମଧ୍ୟ ରଙ୍ଗର ବିଶେଷ ମହତ୍ୱ ରହିଛି l ଆଉ ପ୍ରତିଟି ରଙ୍ଗର କୌଣସି ନା କୌଣସି ଭଗବାନ ଙ୍କୁ ପ୍ରିୟ ଅଟେ l ଏହି ରଙ୍ଗର ପ୍ରଭାବ ମଣିଷର ବ୍ୟକ୍ତିତ୍ୱ ଉପରେ ପଡିଥାଏ l ସେହିବଳି ମସ୍ତକରେ ଟୀକା ଲଗାଇବା ଖୁବ ଶୁଭ ହୋଇଥାଏ l ସମସ୍ତ ପୂଜା ଆରମ୍ଭରେ ଆମେ ମସ୍ତକ ରେ ଟୀକା ଲଗାଇ ଥାଉ l ମାନ୍ୟତା ରହିଛି ଯେ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭରେ ଟୀକା ଲଗାଇ ବାରୁ ଆରମ୍ଭ ହୋଇଥାଏ l

ମାନ୍ୟତା ରହିଛି ଆପଣ ନିଜ ଦିନର ଆରମ୍ଭ ଚନ୍ଦନ ଟିପା ଓ ସିନ୍ଦୁର ଟୀକା ରୁ ଆରମ୍ଭ କରିବା ଶୁଭ l ତେଣୁ ରାଶି ଅନୁସାରେ ରଙ୍ଗ ବାଛିବା ଆବଶ୍ୟକ l ଶରୀରର କେଉଁ ସ୍ଥାନରେ ଟୀକା ଲଗାଇବା ଦ୍ୱାରା କି ସଫଳତା ମିଳିଥାଏ l

* ମସ୍ତକରେ ଚନ୍ଦନ ଓ ସିନ୍ଦୁର ଟୀକା ଲଗାଇବାର ନିୟମ –
– ମାନ୍ୟତା ଅନୁସାରେ ଅଗାଧୁଆ ଟୀକା ଲଗାଇବା ଉଚିତ ନୁହେଁ l
– ପ୍ରଥମ ଟୀକା ଇଷ୍ଟଦେବ ଙ୍କୁ ଲଗାଇ ପରବର୍ତୀ ଟୀକା ନିଜେ ଲଗାନ୍ତୁ l
– ଯଦି ଆପଣ ନିଜ ମସ୍ତକରେ ନିଜେ ଟୀକା ଲଗାଉଛନ୍ତି ତେବେ ଅନାମିକ ଅଙ୍ଗୁଳି ରେ ଲଗାନ୍ତୁ ଓ ଅନ୍ୟ ବ୍ୟକ୍ତିକୁ ଯଦି ଲଗାଉଛନ୍ତି ବୁଢା ଆଙ୍ଗୁଠିରେ ଲଗାନ୍ତୁ l

ଗ୍ରହ ଦୋଷ ଖଣ୍ଡନ ପାଇଁ –
* ସିଂହ ରାଶିର ଜାତକରେ ନାଲି ଚନ୍ଦନ ର ତିଲକ ଅନାମିକା ଆଙ୍ଗୁଠିରେ ଲଗାଇବା ଆବଶ୍ୟକ l ଏପରି କରିବା ଦ୍ୱାରା ସିଂହ ରାଶିର ସ୍ୱାମୀ ସୂର୍ଯ୍ୟଦେବ ଶାନ୍ତ ହୋଇ ଥାଆନ୍ତି l

* କର୍କଟ ରାଶିର ଜାତକରେ ଚନ୍ଦ୍ର ଗ୍ରହକୁ କଠୋର କରିବା ପାଇଁ ଧଳା ଚନ୍ଦନ ଟୀକା କନିଷ୍ଠା ଆଙ୍ଗୁଳିରେ ଲଗାଇବା ଉଚିତ l

* ଯଦି ଆପଣଙ୍କ ରାଶି ମେଷ କିମ୍ବା ବିଛା ଅଟେ ତେବେ ନାରଙ୍ଗୀ ରଙ୍ଗର ସିନ୍ଦୁର ଲଗାଇବା ଆବଶ୍ୟକ l ଏହାଦ୍ୱାରା ମଙ୍ଗଳ ଗ୍ରହର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l

* ମିଥୁନ ଓ କନ୍ୟା ରାଶିର ବ୍ୟକ୍ତି ହୋଇଥିଲେ ବୁଧ ଗ୍ରହଙ୍କୁ ମଜବୁତ କରିବା ପାଇଁ ଅଷ୍ଟଗନ୍ଧ ଚନ୍ଦନନ ଟୀକା ଲଗାଇବା ଆବଶ୍ୟକ l

* ଧନୁ ଓ ମିନା ରାଶିର ବ୍ୟକ୍ତି ବୃହସ୍ପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ କେଶର ତିଳକ ତର୍ଜନୀ ଆଙ୍ଗୁଳି ରେ ଲଗାଇବା ଉଚିତ l

* ବୃଷ ଓ ତୁଳା ରାଶିର ବ୍ୟକ୍ତି ଅକ୍ଷତ ଓ ଚନ୍ଦନ ର ଟୀକା ଅନାମିକା ଆଙ୍ଗୁଳିରେ ଲଗାଇଲେ ଶୁକ୍ର ଗ୍ରହ ସନ୍ତୁଷ୍ଟ ହୋଇ ଥାଆନ୍ତି l

* ମକର ଓ କୁମ୍ଭ ରାଶିର ବ୍ୟକ୍ତି ନିଜ ସ୍ୱାମୀ ଗ୍ରହ ଶନି ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଜ୍ଞ ଓ ହୋମ ର ଭସ୍ମ ଲଗାଇବା ଆବଶ୍ୟକ l

* ଯଦି ଆପଣ ରହୁ ଓ କେତୁ ଗ୍ରସ୍ତ ରହୁଛନ୍ତି ତେବେ ଗାଈ ଗୋବର କୁ ଜଳାଇ ତାର ଭସ୍ମ ଲଗାନ୍ତୁ l

Leave A Reply