ବେନିଫିଟ୍ସ ଅଫ ୱାଇନ : କଣ ପ୍ରତିଦିନ ଗୋଟିଏ ଗ୍ଲାସ୍ ୱାଇନ ସେବନ କରିବା ସ୍ବାସ୍ଥ୍ୟ ପକ୍ଷରେ ହିତକର ? କଣ କହୁଛି ଗବେଷଣା
ଯଦି କୌଣସି ଜିନିଷ ର ଉଚିତ୍ ମାତ୍ରାରେ ସେବନ କରିବେ ତେବେ ଏହା ସ୍ବାସ୍ଥ୍ୟ ପାଇଁ ହିତକର । ଯଦି କୌଣସି ଜିନିଷ କୁ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରୁଛନ୍ତି ତେବେ ଏହା ଶରୀର ପକ୍ଷରେ କ୍ଷତିକାରକ ହୋଇଥାଏ । ତାହା ଔଷଧ ହୋଇଥାଉ କିମ୍ବା ମଦ ଏହି ନିୟମ ସମସ୍ତ ଜିନିଷ ପାଇଁ ଲାଗୁ ହୋଇଥାଏ । ଆଜି ଆସନ୍ତୁ ଜାଣିବା ଯଦି ଆପଣ ପ୍ରତିଦିନ ଗୋଟିଏ ଗ୍ଲାସ୍ ୱାଇନ ସେବନ କରିବେ ତେବେ ଏହା ଶରୀର ଉପରେ କି ପ୍ରକାର ପ୍ରଭାବ ପକାଇ ଥାଏ ।
ୱାଇନ ସେବନ ଲାଭ ଦାୟକ ନା କ୍ଷତି କାରକ ? –
ଗୋଟିଏ ଗବେଷଣା ଅନୁସାରେ ମହିଳା ମାନଙ୍କ ପାଇଁ ପ୍ରତିଦିନ ଗୋଟିଏ ଗ୍ଲାସ୍ ୱାଇନ ସେବନ କରିବା ଓ ପୁରୁଷ ମାନଙ୍କ ପାଇଁ ନିୟମିତ ୨ଗ୍ଲାସ୍ ୱାଇନ ସେବନ କରିବା ଲାଭ ଦାୟକ ହୋଇଥାଏ । ଏହାଦ୍ବାରା ଆପଣଙ୍କର ଅନେକ ସ୍ଵାସ୍ଥ୍ୟଗତ ଲାଭ ମଧ୍ୟ ହୋଇପାରେ । ଯେପରିକି ହୃଦରୋଗ, ଷ୍ଟ୍ରୋକ ଏବଂ କିଛି ପ୍ରକାରର କ୍ୟାନ୍ସର ସମସ୍ୟା ମଧ୍ୟ ଦୂର ହୋଇଥାଏ ୱାଇନ ଦ୍ଵାରା । ଏକ ବିଶେଷ ସୂଚନା ରୁ ଜଣା ପଡ଼ିଛି ଯେ ଅତ୍ୟଧିକ ୱାଇନ ସେବନ ଦ୍ଵାରା ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ ଓ ଏହାକୁ ନେଇ କିଡନୀ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ , କ୍ୟାନ୍ସର ଦ୍ଵାରା ମଧ୍ୟ ପ୍ରଭାବିତ ହୋଇ ପାରନ୍ତି , ୱାଇନ୍ ସେବନ କରିବା ପୂର୍ବରୁ ଏହି କଥାକୁ ଧ୍ୟାନ ଦେବା ଆବଶ୍ୟକ ।
ସାମାନ୍ୟ ଭାବରେ , ସ୍ଵାସ୍ଥ୍ୟ ସମସ୍ୟା କାରଣରୁ ୱାଇନ୍ ସେବନ ସୀମିତ ମାତ୍ରାରେ କରାଯିବା ଆବଶ୍ୟକ । ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ୱାଇନ୍ ସେବନ କରିବେ ତେବେ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ଯଦି ଆପଣ ୱାଇନ୍ ସେବନ କରିବା ସହ କୌଣସି ଔଷଧ ସେବନ କରିବେ ତେବେ ଏହା ଆପଣଙ୍କ ଶରୀରରେ ରାସାୟନିକ ପ୍ରତିକ୍ରିୟା ଦେଖାଇଥାଏ ।
– ନିକଟରେ ଆମେରିକାରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଯଦି ଆପଣ ନିୟମିତ ଖାଇ ସାରିବା ପରେ ଗୋଟିଏ ଗ୍ଲାସ୍
ୱାଇନ୍ ସେବନ କରିବେ ତେବେ ଟାଇପ୍ 2 ମଧୁମେହ ସମସ୍ୟା ଦେଖା ଦେଇପାରେ ।
– ଏହି ଅଧ୍ୟୟନ ଅନୁସାରେ ଯଦି ପୁରୁଷ ମାନେ ନିୟମିତ ୨ଗ୍ଲାସ୍ ୱାଇନ୍ ସେବନ କରିବେ ତେବେ ଏହା ଉଚିତ୍ ମାତ୍ରାର ହୋଇଥାଏ ।
– କିଛି ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ
ୱାଇନ୍ ରେ ରହିଥିବା ଆଣ୍ଟିଅକ୍ସିଡ଼ାଣ୍ଟ ରେଡ୍ ୱାଇନ୍ ରହିଥାଏ । ଏହା କ୍ୟାନ୍ସର ବିରୁଦ୍ଧରେ ସୁରକ୍ଷାତ୍ମକ ପ୍ରଭାବ ପକାଇ ଥାଏ ।
– ୱାଇନ୍ ସେବନ ଦ୍ଵାରା ତ୍ବଚା ରେ ଚମକ୍ ଆସିଥାଏ । ତେଣୁ ମହିଳା ମାନଙ୍କ ପାଇଁ ୱାଇନ୍ ଖୁବ୍ ହିତକାରୀ । ଏହାଛଡା ରେଡ୍ ୱାଇନ୍ ସେବନ ଦ୍ଵାରା ମହିଳା ମାନଙ୍କ ଶରୀର ଡିଟକ୍ସି ଫାଇ ହୋଇଥାଏ ।
