ନୂଆଦିଲ୍ଲୀ ; ଆଜିକାଲି ଦୁନିଆରେ ଟେକ୍ନୋଲୋଜି ଓ ଇଣ୍ଟରନେଟ ଉପରେ ସମସ୍ତେ ନିର୍ଭର କରୁଛନ୍ତି l ଏହାବିନା ଆମର କୌଣସି କାମ ମଧ୍ୟ ସମ୍ଭବ ନୁହେଁ l ଅଧିକାଂଶ ଲୋକ ନିଜ ଘରେ WiFi ଲଗାଇଛନ୍ତି, ଯେଉଁ କାରଣରୁ ସମ୍ପୂର୍ଣ ଘରେ ସମସ୍ତ ସଦସ୍ୟ ଠିକ ଭାବରେ ଇଣ୍ଟରନେଟ ବ୍ୟବହାର କରି ପାରିବେ l କିନ୍ତୁ ଅଧିକାଂଶ ସମୟରେ ଏପରି ହୋଇଥାଏ ଯେ ଆପଣଙ୍କ WiFi ଠିକ ଭାବରେ କାମ କରି ନଥାଏ ଯାହାର ସିଧା ପ୍ରଭାବ ଇଣ୍ଟରନେଟ ର ସ୍ପିଡ଼ ଉପରେ ପଡିଥାଏ l ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହିବୁ ଯାହା ଦ୍ୱାରା ଅପଣ ନିଜ ଇଣ୍ଟରନେଟ ର ସ୍ପିଡ଼ ବଢ଼ାଇ ପାରିବେ l
ଆପଣଙ୍କ ଘରେ WiFi ରୁଟର ର ସିଗ୍ନାଲ କୁ କାନ୍ଥ ଓ ବଡ ମେଟାଲ ଅବଜେକ୍ଟସ ଡିଷ୍ଟର୍ବ କରିଥାଏ l ଏମିତିରେ ଆପଣ ଚାହିଁ ଥାଆନ୍ତି ଯେ ଆପଣଙ୍କ ଫାଇବର ରୁଟର ସିଗ୍ନାଲ ରେ କୌଣସି ପ୍ରକାରର ବାଧା ନ ଉପୁଜୁ l ସେଥିପାଇଁ ଆପଣଙ୍କ ରୁଟର ନିକଟରୁ ସମସ୍ତ ମେଟାଲ ଅବଜେକ୍ଟସ କୁ ହଟାଇବାକୁ ପଡିବ l ଏହି କଥାକୁ ମଧ୍ୟ ଧ୍ୟାନ ରଖିବାକୁ ପଡିବ ଯେ ଆପଣ WiFi କୁ କେଉଁଠି ରଖିବେ l
ଆପଣ ଯଦି ଧାନ ଦେଇ ଦେଖିବେ ତେବେ ଜାଣିବେ ଯେ WiFi ରୁଟର ରେ ଗୋଟିଏ ଆଣ୍ଟିନା ରହିଛି l ଏହି ଆଣ୍ଟିନା ସାହାଯ୍ୟରେ ଇଣ୍ଟରନେଟ ସିଗ୍ନାଲ ମିଳିଥାଏ l ଯଦି ଆପଣଙ୍କ WiFi ର ସିଗ୍ନାଲ ଦୁର୍ବଳ ଅଛି ତେବେ ସବୁଠୁ ପ୍ରଥମେ ନିଜର ଆଣ୍ଟିନା ର ପୋଜିସନ ପରିବର୍ତନ କରନ୍ତୁ l ଏହାଦ୍ୱାରା ଡାଟା ସ୍ପୀଡ଼ ହେବାର ଖୁବ ସମ୍ଭାବନା ରହିଛି l
WiFi ରୁଟର ଫିକ୍ସ କରିବା ସମୟରେ ଏହି କଥାକୁ ଧ୍ୟାନ ରଖନ୍ତୁ ଯେ ଆପଣ ଏହି ଡିଭାଇସ କୁ ନିଜ ଘରେ କୌଣସି ଉଚ୍ଚ ସ୍ଥାନରେ ଲଗାନ୍ତୁ l ଯଦି ଏହାକୁ ଆପଣ ଉଚ୍ଚ ସ୍ଥାନରେ ଲଗାଇବେ ତେବେ ଇଣ୍ଟରନେଟ ସୁବିଧାରେ ପହଂଚିବ l
