Odisha news

ଶୀତଋତୁରେ ରାତିରେ ଶୋଇବା ପୂର୍ବରୁ ଅଦା ଓ ଲେମ୍ବୁ ଚା ପିଇବାର ଚମତ୍କାର ଲାଭ

0

ଆମ ଭାରତୀୟ ମାନେ ପ୍ରତିଦିନ ସକାଳେ ବିଛଣାରୁ ଉଠିବା ମାତ୍ରକେ ଚା ପିଇବାକୁ ଇଛା ରଖି ଥାଉ l କାରଣ ଏହା ଆମ ମନକୁ ସତେଜ ରଖିବା ସହ ମସ୍ତିସ୍କ କୁ ଜାଗ୍ରତ କରିଥାଏ l କିନ୍ତୁ ଆୟୁର୍ବେଦ ଅନୁସାରେ ଶୀତଋତୁରେ ବିଶେଷ ଭାବେ ରାତିରେ ଶୋଇବା ପୂର୍ବରୁ ଆମେ ଯଦି ଅଦା ଓ ଲେମ୍ବୁର ଚା ପିଇବା ଏହା ଆମ ପାଇଁ ଖୁବ ହିତକର ଅଟେ l ଅଦା ଓ ଲେମ୍ବୁର ଚା ସ୍ୱାଦ ବଢାଇବା ସହିତ ଶରୀର ପାଇଁ ମଧ୍ୟ ଖୁବ ହିତକର l

* ଅଦା ଓ ଲେମ୍ବୁର ଚା ପିଇବାର ଲାଭ –
– ଶୀତଋତୁରେ ଏପରି କିଛି ସମସ୍ୟା ରହିଥାଏ ଯେମିତି କି ମୁଣ୍ଡ ବୁଲାଇ ବାନ୍ତି ଲାଗିବା l ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ଯେ ଏହି ଋତୁରେ କମ ମାତ୍ରାରେ ପାଣି ପିଇବା ଦ୍ୱାରା ଏହି ସମସ୍ୟା ଦେଖା ଦେଇଥାଏ l ତେଣୁ ସବୁଦିନ ରାତିରେ ଯଦି ଲେମ୍ବୁ ଓ ଅଦାରେ ପ୍ରସ୍ତୁତ ଚା ପିଇବା ଦ୍ୱାରା ଗ୍ୟାସ ଜନିତ ସମସ୍ୟା ଦୂର ହୋଇ ବାନ୍ତି ଓ ମୁଣ୍ଡ ବୁଲାଇବାରୁ ଆରାମ ମିଳିଥାଏ l

– ଭୁଲ ଖାଦ୍ୟ ପେୟ ଦ୍ୱାରା ଓଜନ ବଢିବା ସମସ୍ୟା ଦେଖା ଦେଇଥାଏ l ଏଥିପାଇଁ ପ୍ରାୟ ଅଧିକାଂଶ ଲୋକ ଡାଏଟିଂ ଭଳି ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l ତେଣୁ ଶୀତଋତୁ ରେ ଏହି ଓଜନ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ l ତେଣୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଲେମ୍ବୁ ଓ ଅଦାର ଚା ପ୍ରସ୍ତୁତ କରି ଉଷୁମ ଉଷୁମ ପିଇବା ଦ୍ୱାରା ଚର୍ବି ପେଟରୁ କିଛି ମାତ୍ରାରେ କମିବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା ଏକ୍ସଟ୍ରା କ୍ୟାଲୋରୀ ମଧ୍ୟ ବର୍ନ ହୋଇଥାଏ l

– ଶରୀରର ପ୍ରତିରୋଧ ଖାମତା ବଢାଇବାରେ ସାହାଯ୍ୟ କରିଥାଏ ଅଦା ଲେମ୍ବୁ ଚା l ଶୀତଋତୁରେ ଆମେ ପ୍ରାୟତଃ ଅଧିକାଂଶ ସମୟରେ ବିଭିନ୍ନ ଥଣ୍ଡା ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଥାଉ l ତେଣୁ ରାତି ସମୟରେ ଶୋଇବା ପୂର୍ବରୁ ଅଦା ଓ ଲେମ୍ବୁ ର ଚା ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ l

– ରାତିରେ ଶୋଇବା ପୂର୍ବରୁ ନିହାତି ଭାବରେ ଅଦା ଲେମ୍ବୁ ଚା ନିହାତି ସବୁଦିନ ପିଇବା ଆବଶ୍ୟକ l କାରଣ ଏହା ଆମ ମସ୍ତିଷ୍କ କୁ ସନ୍ତୁଳିତ ରଖିଥାଏ l ମସ୍ତିଷ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିଥାଏ l ରାତିରେ ଏହାକୁ ସେବନ କରିବା ନିହାତି ଆବଶ୍ୟକ l ମିଳିଥିବା ସୂଚନା ଅନୁସାରେ ଗବେଷକ ମାନେ ମତ ଦେଇଛନ୍ତି ଯେ ମଧ୍ୟ ଆୟୁ ବର୍ଗ ବ୍ୟକ୍ତି ମାନେ ଏହି ଚା କୁ ନିହାତି ସେବନ କରିବା ଆବଶ୍ୟକ l

– ଶୀତଋତୁ ବ୍ୟତୀତ ଅନ୍ୟ ଋତୁ ରେ ମଧ୍ୟ ଅଦା ଲେମ୍ବୁ ଚା ସେବନ କରିହେବ l କାରଣ ଏହା ଆପଣଙ୍କ ହୃତ୍ପିଣ୍ଡ ପାଇଁ ଖୁବ ହିତକର l ଏହାକୁ ନିୟମିତ ରାତିରେ ସେବନ କଲେ ଲେମ୍ବୁରେ ଥିବା ଭିଟାମିନ ସି ଦ୍ୱାରା ଧମନୀ ଗୁଡିକରେ ରକ୍ତ ଉଚିତ ମାତ୍ରାରେ ପ୍ରବାହିତ ହୋଇଥାଏ l ଏହି ଚା ହୃଦୟ ରୋଗ ସମସ୍ୟା କୁ ଦୂର କରେ କାରଣ ଅଦାରେ ଥିବା ଆଣ୍ଟି ଇଂଫ୍ଲାମେଟୋରି ଗୁଣ ରକ୍ତଚାପ କୁ ନିୟନ୍ତ୍ରଣ କରି ରକ୍ତ ପ୍ରବାହ ଠିକ ଭାବରେ କରିଥାଏ l

– ଏହି ଚା ଲିଭରକୁ ଠିକ ଭାବରେ ଫଙ୍କସନ କରାଇଥାଏ l ଫ୍ୟାଟି ଲିଭର ସମସ୍ୟା ପାଇଁ ପ୍ରତିଦିନ ରାତିରେ ଖାଇ ସାରି ଏହି ଚାକୁ ନିୟମିତ ସେବନ କରନ୍ତୁ l

Ad2
Leave A Reply