Odisha news

କିଏ ଏହି ବୟସ୍କ ବ୍ୟକ୍ତି? କାହିଁକି ଲକ୍‌ଡାଉନ୍‌ ସମୟରେ ୟା’ଙ୍କୁ ମନେ ପକାଇଲେ ମୋଦୀ?

0

କୁଶିନଗର: ଏପଟେ ମହାମାରୀ କରୋନା ସଂକଟ ଲାଗି ରହିଥିବା ବେଳେ ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ଭାଜପା ନେତା ନାରାୟଣ ଜୀ ଅର୍ଥାତ ୧୦୬ ବର୍ଷିଅ ବୃଦ୍ଧ ଭୁଲାଇ ଭାଇଙ୍କୁ ମନେ ପକାଇ ତାଙ୍କର ଆଶୀର୍ବାଦ ନେଇଛନ୍ତି। ଜନସଂଘ ଟିକେଟ୍‌ରେ ୧୯୭୭ ମସିହାରେ ନିର୍ବାଚନ ଲଢ଼ି ବିଧାୟକ ପାଲଟିଥିବା ନାରାୟଣ ଜୀଙ୍କର ନିଜର କୌଣସି ଫୋନ୍‌ ନାହିଁ।

ତାଙ୍କ ନାତି କହ୍ନେୟା ଚୌଧୁରୀଙ୍କ ନମ୍ବରକୁ ଏକ କଲ୍‌ ଆସିଲା। ସେଥିରେ ନମ୍ବର ଦିଶୁନଥିଲା। କହ୍ନେୟା ଫୋନ୍‌ ଉଠାଇବାରୁ ସେପଟରୁ ଶୁଭିଲା, ‘ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କହୁଛି। ନାରାୟଣ ଜୀଙ୍କ ସହ କଥା ହୋଇପାରିବି?’ କହ୍ନେୟା କହିଲେ, ‘ଆଜ୍ଞା ହୋଇପାରିବେ।’ ପୁଣି ସେପଟରୁ ଶୁଭିଲା, ‘ଆପଣ କିଏ କହୁଥିଲେ?’ କହ୍ନେୟା ଉତ୍ତର ଦେଲେ, ‘ମୁଁ ତାଙ୍କ ନାତି।’

ନାରାୟଣ ଜୀଙ୍କୁ ଫୋନ୍‌ ଦିଅନ୍ତୁ ପ୍ରଧାନମନ୍ତ୍ରୀ କଥା ହେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୁହାଯିବା ପରେ କହ୍ନେୟା ତୁରନ୍ତ ତାଙ୍କ ଜେଜେଙ୍କୁ ଫୋନ୍‌ ଧରାଇ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ କଣ୍ଠସ୍ବର ଶୁଣି ‌ଅନେକ ଖୁସି ହୋଇ ଗଲେ ନାରାୟଣ ଜୀ।

ପ୍ରଧାନମନ୍ତ୍ରୀ ମୋଦୀ ଓ ନାରାୟଣ ଜୀଙ୍କ ମଧ୍ୟରେ ଅନେକ ସମୟ ଧରି କଥାବାର୍ତ୍ତା ଚାଲିଲା। ଭାଜପାର ପୁରୁଣା ନେତା ହିସାବରେ ନାରୟାଣ ଜୀଙ୍କ ଭଲମନ୍ଦ ବୁଝିବାକୁ କଲ୍‌ କରିଥିଲେ ମ‌ୋଦୀ। ଆପଣ ପାଞ୍ଚ ପିଢ଼ି ଦେଖି ସାରିଲେଣି ବୋଲି କହି ମୋଦୀ ତାଙ୍କଠାରୁ ଆଶୀର୍ବାଦ ନେଲେ। ମୋଦୀଙ୍କୁ ମଧ୍ୟ ନାରାୟଣ ଜୀ ଭଲମନ୍ଦ ପଚାରି ବୁଝିଲେ। ଆପଣମାନଙ୍କ ଆଶୀର୍ବାଦରୁ ସବୁ ଭଲ ଚାଲିଛି ବୋଲି ଉତ୍ତର ଦେଇଥିଲେ ମୋଦୀ।

Nalco
Leave A Reply