Odisha news

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍‌ରସ୍ ଆନ୍ଧାନୋମ୍ ଘେବ୍ରେୟେସସ୍ : କରୋନାଭାଇରସ୍ ଆମ ସାଥିରେ ଦୀର୍ଘଦିନ ରହିବ

0

ନୂଆଦିଲ୍ଲୀ: ବୁଧବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ କୋଭିଡ୍-୧୯ ସଙ୍କଟ ନିକଟ ଭବିଷ୍ୟତରେ ଟଳି ଯିବ ନାହିଁ। ଏବେ ମଧ୍ୟ ଅନେକ ଦେଶ କରୋନାଭାଇରସ୍‌ ମୁକାବିଲାର ଆଦ୍ୟ ଅବସ୍ଥାରେ ଅଛନ୍ତି।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍‌ରସ୍ ଆନ୍ଧାନୋମ୍ ଘେବ୍ରେୟେସସ୍ କହିଛନ୍ତି ଯେ ଭୁଲ୍ କରନାହିଁ, ଆମକୁ ଆହୁରି ଅନେକ ଉଦ୍ୟମ କରିବାକୁ ପଡ଼ିବ। ଏହି ଭୂତାଣୁ ଆମ ସାଥିରେ ଦୀର୍ଘ ଦିନ ରହିବ। ଘରେ ରହିବା ଆଦେଶ ଏବଂ ଅନ୍ୟାନ୍ୟ ଲୌକିକ ଦୂରତ୍ବ କଟକଣା ଯୋଗୁଁ ଅନେକ ଦେଶରେ ସଫଳତାର ସହ ସଂକ୍ରମଣ ଦମନ ହୋଇ ପାରିଛି- ଏଥିରେ ସନ୍ଦେହର ଅବକାଶ ନାହିଁ। ପଶ୍ଚିମ ଇଉରୋପ୍‌ରେ ଏହି ମହାମାରୀ ନିୟନ୍ତ୍ରଣ ସ୍ଥିତିକୁ ଚାଲି ଆସିଛି ବା ସଂକ୍ରମଣ ହ୍ରାସ ପାଇଛି। କିନ୍ତୁ, ଅଳ୍ପ ସଂଖ୍ୟାରେ ହେଲେ ମଧ୍ୟ ଆଫ୍ରିକା, କେନ୍ଦ୍ରୀୟ ଏବଂ ଦକ୍ଷିଣ ଆମେରିକା ଓ ପୂର୍ବ ଇଉରୋପ୍‌ରେ ସଂକ୍ରମଣ ବୃଦ୍ଧି ପାଉଛି।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ଦେଶରେ ଏବେ ମହାମାରୀ ଆଦ୍ୟ ଅବସ୍ଥାରେ ରହିଛି। ପ୍ରଥମରୁ ଏହି ମାହାମାରୀରେ ପ୍ରଭାବିତ ହୋଇସାରିଥିବା କେତେକ ଦେଶରେ ପୁଣି ମଧ୍ୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ସେମାନେ ମଧ୍ୟ ସଫଳତାର ସହ ଏହି ମାରାତ୍ମକ ଭୂତାଣୁକୁ ଦମନ କରିଥିଲେ।

‌ସେ ପୁଣି କହିଲେ ଯେ ଏହାର ମୁକାବିଲା ନିମନ୍ତେ ଯୋଜନା କରି ପ୍ରସ୍ତୁତ ରହିବାକୁ ଦେଶମାନଙ୍କୁ ସମୟ ଦେବା ନିମନ୍ତେ ଜାନୁଆରି ୩୦ ତାରିଖ ଦିନ ‘ଉଚିତ ସମୟ’ରେ ହିଁ‌ କରୋନାଭାଇରସ୍ ମହାମାରୀକୁ ବିଶ୍ବ ସଂକଟ ଭାବେ ଘୋଷଣା କରାଯାଇଥିଲା।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଆମେରିକାର ଅନୁଦାନ ବନ୍ଦ ଘୋଷଣା ପ୍ରସଙ୍ଗରେ ଉତ୍ତର ଦେଇ ସେ କହିଲେ କି, ଆଶା କରାଯାଉଛି ଟ୍ରମ୍ପ୍ ପ୍ରଶାସନ ଏହାର ପୁନର୍ବିଚାର କରିବ।

Govt
Leave A Reply