Odisha news

ଭିସି ଯୋଗେ ୨୮ ସରପଂଚଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

0

କୋରେଇ : ବର୍ତମାନ ସାରା ବିଶ୍ୱରେ କୋରନା ଭୂତାଣୁ ଆତଙ୍କ ଖେଳାଇଥିବା ବେଳେ ବିଶ୍ୱରେ ପାଖାପାଖି ୧ଲକ୍ଷ ରୁ ଉର୍ଦ୍ଧ ଭୂତାଣୁ ସଂଙ୍କ୍ରମଣରେ ପ୍ରାଣ ହରାଇଲେଣି । ସେହିପରି ଏହି ଭୂତାଣୁ ସଂକ୍ରମଣ ରୁ ଭରାତ ବି ରକ୍ଷା ପାଇ ନାହିଁ ଯାହାର ଫଳ ସ୍ୱରୁପ ଏହି ଭୂତାଣୁ ଦେଶ ର ୧୯ ହଜାର ଲୋକଙ୍କୁ ସଂକ୍ରମଣ କରିଥିବା ବେଳେ ପାଖାପାଖି ୫ଶହ ଲୋକ ମୃତ୍ୟୁ ବରଣ କଲେଣ । ଦେଶ ର ଏହି ୧୯ ହଜାର ସଂକ୍ରମିତ ଲୋକଙ୍କ ମଧ୍ୟରୁ ଓଡିଶା ରୁ ୮୩ ଜଣ ସଂକ୍ରମିତ ହୋଇଛନ୍ତି । ଏହି ସଂଖ୍ୟା କଲିକତା ରୁ ଫେରନ୍ତା ଶ୍ରମିକ ମାନଙ୍କ ପାଇଁ ଦିନ ଦିନକୁ ବଢିବା ରେ ଲାଗିଥିବା ବେଳେ ସରକାର ଚିନ୍ତିତ । ତେଣୁ ପ୍ରତ୍ୟେକ ପଂଚାୟତ ସ୍ତରରେ ତଥା ଗ୍ରାମ ସ୍ଥରରେ କିପରି ଭାବେ ଏହି ଭୁତାଣୁ ର ସଂକ୍ରମଣ କୁ ରୋକି ହେବ ସେଥି ପାଇଁ ସରପଂଚ ମାନଙ୍କୁ ଜିଲ୍ଲାପାଳ ର କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସେହିଭଳି ବୁଧବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ର ସମସ୍ତ ସରପଂଚଙ୍କ ସହିତ ଭିଡିଓ କନଫରେସିଂ ମାଧ୍ୟମରେ ଭୁତାଣୁ କୁ କିପରି ନିଜ ଗ୍ରାମ ରେ ତଥା ପଂଚାୟତ ରେ ପ୍ରତିହତ କରାଯାଇ ପାରିବ ତାହାର ଗୁରୁମନ୍ତ୍ର ଦେବା ସଂଗେ ସଂଗେ ସପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ କୋରେଇ ବ୍ଲକର ୨୮ ପଂଚାୟତ ର ସରପଂଚ ବ୍ଲକ ପରିସରରେ ଥିବା ଭିସି ଗୃହ ରେ ଉପସ୍ଥିତ ରହିଥିବା ବେଳେ ମଣ୍ଡଳ ଉନ୍ନୟନ ଅଧିକାରିଣୀ ସ୍ୱେତା ସ୍ନିଗ୍ଧା ଓ ଗ୍ରାମ ପଂଚାୟତ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ ।

Leave A Reply