Odisha news

ଆୟୁର୍ବେଦ ଅନୁସାରେ ପୋଷାକ ତତ୍ତ୍ୱରେ ଭରପୁର ଅଟେ ଧଳା ରାଶି, ପ୍ରତିଦିନ ଖାଇବା ଦ୍ୱାରା ମିଳିଥାଏ ଶରୀରକୁ ଏହିସବୁ ଲାଭ

0

ଏଭଳି କିଛିଟା ଜିନିଷ ରହିଛି ଯାହାକୁ ନିୟମିତ ସେବନ କରିବା ଶରୀର ପାଇଁ ଖୁବ ଉପଯୋଗୀ l ସେହି ଜିନିଷ ମଧ୍ୟରୁ ଗୋଟିଏ ହେଉଛି ଧଳା ରାଶି l ଯାହାକି ଶରୀର ପାଇଁ ଗୋଟିଏ ପାୱାର ହାଉସ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ l ରାଶି ଉଚ୍ଚ ରକ୍ତଚାପ କୁ ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ ଏବଂ ହାର୍ଟ ଉପରେ ପ୍ରେସର ପଡ଼ିବାକୁ ଦେଇ ନଥାଏ l

ରାଶିରେ ରହିଥିବା ପୋଷାକ ତତ୍ୱ –
– ରାଶିରେ ସେସାମିନ ନାମକ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ , ଯାହାକି କ୍ୟାନ୍ସର କୋଷିକା କୁ ବଢ଼ିବାରେ ଅଟକାଇ ଥାଏ l ତେଣୁ ନିୟମିତ କିଛି ମାତ୍ରାରେ ରାଶି ସେବନ ଦ୍ୱାରା ଶରୀରରେ କ୍ୟାନ୍ସର ରୋଧି ଗୁଣ ବୃଦ୍ଧି ପାଇଥାଏ l

ରାଶି ଖାଇବାର ଲାଭ –
– ଶରୀର ରେ ବ୍ଲଡ଼ ର ମାତ୍ରା କୁ ଠିକ ରଖିବା ପାଇଁ ରାଶି ସାହାଯ୍ୟ କରିଥାଏ l ଅର୍ଥାତ ରାଶି ଏନିମିଆ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ l

– ରାଶି ନିୟମିତ ସେବନ କରିବା ଦ୍ୱାରା ତ୍ୱଚା ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ଓ କେଶ ମଜବୁତ ହୋଇଥାଏ l ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ତ୍ୱଚାରେ ଚମକ ଆଣିଥାଏ l

– ରାଶି ରେ ରହିଥିବା ପ୍ରୋଟିନ ଶରୀରକୁ ଭରପୁର ଶକ୍ତି ଯୋଗାଇ ଥାଏ l ଏହାଦ୍ୱାରା ଶରୀରର ମେଟାବୋଲିଯିମ ଠିକ ଭାବରେ କାମ କରିଥାଏ l

– ରାଶି ରେ ଏଭଳି କିଛି ତତ୍ୱ ରହିଥାଏ ଯାହାକି ମାନସିକ ଚାପ ଓ ଡିପ୍ରେସନ କୁ ଦୂର କରିଥାଏ l

– ରାଶିରେ ଥିବା କ୍ୟାଲସିୟମ, ଆଇରନ , ମଗ୍ନେଶୀୟମ, ଜିଙ୍କ ଓ ସେଲେନିୟମ ହାର୍ଟ ର ମାଂସପେଶୀ କୁ ସକ୍ରିୟ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରି ଥାଆନ୍ତି l

– ରାଶିରେ ଡାଏଟ୍ରି ପ୍ରୋଟିନ ଓ ଆତ୍ମନୋ ଏସିଡ ପିଲା ମାନଙ୍କର ହାଡ଼ ର ବିକାଶ କରାଇ ଥାଆନ୍ତି l ଏହାଛଡା ମାଂସପେଶୀ ପାଇଁ ମଧ୍ୟ ଖୁବ ହିତକର l

Leave A Reply