ଶୀତଋତୁରେ ଫ୍ଲୁ, ଭାଇରଲ ଜ୍ୱର, ସ୍କିନ ଡିଜିଜ ଇତ୍ୟାଦି ଉତ୍ପନ୍ନ ହୋଇଥାଏ l ଏମିତିରେ ପ୍ରତ୍ୟେକ ଘରେ ବ୍ୟବହୃତ ହେଉଥିବା ସୋରିଷତେଲ ଖୁବ ପ୍ରଭାବୀ ହୋଇଥାଏ l ଏହାକୁ ବ୍ୟବହାର ଦ୍ୱାରା କେବଳ ସାମାନ୍ୟ ରୋଗ ନୁହେଁ ଗମ୍ଭୀର ରୋଗରୁ ମଧ୍ୟ ଆରାମ ମିଳିଥାଏ l ଉଷୁମ ସୋରିଷ ତେଲର ମାଲିସ ଶରୀରରେ କରିବା ଦ୍ୱାରା ବ୍ଲଡ଼ ଶେର୍କୁଲେସନ ଉନ୍ନତ ହୋଇଥାଏ l
* ସୋରିଷ ତେଲରେ ରହିଥିବା ଓ଼ମେଗା 3 ଫ୍ୟାଟି ଏସିଡ ସହିତ ଓ଼ମେଗା 6 ଫ୍ୟାଟି ଏସିଡ, ପୋଲି ଆନସାଚୁରେଟେଡ଼ ଫ୍ୟାଟ, ଭିଟାମିନ ଇ ଓ ମିନେରାଲସ ଭଳି ପୋଷାକ ତତ୍ୱ ମିଳିଥାଏ l ଯାହାକି ଅନେକ ପ୍ରକାର ରୋଗ ପାଇଁ ଖୁବ ଲାଭ ଦାୟକ ଅଟେ l ଶୀତଋତୁ ରେ ସୋରିଷ ତେଲ ଗୋଟିଏ ଔଷଧି ଭଳି କାର୍ଯ୍ୟ କରିଥାଏ l ଏହା ଆମ ଶରୀର ପାଇଁ ସାମାନ୍ୟ ରୋଗ ଠାରୁ ନେଇ ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରଲ କୁ କମ କରିବାରେ ସାହାଯ୍ୟ କରିଥାଏ l
* ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ଅଟେ l ଶୀତଋତୁରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇଥାଏ l ଏହି ସବୁଥିରୁ ଆରାମ ପାଇବା ପାଇଁ ଆପଣ ସୋରିଷ ତେଲର ବ୍ୟବହାର କରିପାରିବେ l ଯଦି ଆପଣ ଥଣ୍ଡା ଦିନରେ ଗଣ୍ଠି ଯନ୍ତ୍ରଣ ରେ ପୀଡିତ ହେଉଛନ୍ତି ତେବେ ସୋରିଷ ତେଲରେ ଲବଙ୍ଗ ଓ ତେଜପତ୍ର ପକାଇ ମାଲିସ ହୁଅନ୍ତୁ l ଏହାଦ୍ୱାରା ଗଣ୍ଠି ଯନ୍ତ୍ରଣା ଦୂର ହେବ l
* ଶୀତଋତୁ ରେ ଥଣ୍ଡା କାଶ ସମସ୍ୟା ଦେଖିବାକୁ ମିଳିଥାଏ l ଏହାଦ୍ୱାରା ସୋରିଷ ତେଲ ମାଲିସ କରିବା ଦ୍ୱାରା ଛାତିରେ ଜମା ହୋଇଥିବା କଫ ସମସ୍ୟା ଦୂର ହୋଇଥାଏ l ଏହାଦ୍ୱାରା ଜମି ଥିବା କଫ ମଧ୍ୟ ବାହାରି ଯାଇଥାଏ l ନାକ ବନ୍ଦ ହେଉଥିଲେ ଗରମାପାଣି ରେ ସୋରିଷ ତେଲ ପକାଇ ବାମ୍ଫ ନେବା ଦ୍ୱାରା ଆରାମ ମିଳିଥାଏ l
* ସୋରିଷ ତେଲରେ କିଛି ରସୁଣ ପାଖୁଡା ପକାଇ ଭଲରେ ନିଅଁ ରେ ଗରମ କରି ନିଅନ୍ତୁ l ଏହାପରେ ଶୀତଋତୁ ସାରା ଏହି ତେଲ କୁ ମାଲିସ କରିବା ଦ୍ୱାରା ସର୍ଦି କାଶ ରୁ ଆରାମ ମିଳିଥାଏ l
* ସୋରିଷ ତେଲରେ ଥିବା ଓ଼ମେଗା 3ଫ୍ୟାଟି ଏସିଡ ହାର୍ଟ ପାଇଁ ଖୁବ ହିତକର l ଏହା ହାର୍ଟ ସମ୍ବନ୍ଧୀୟ ସମସ୍ୟାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମାଇ ଦେଇଥାଏ l ତେଣୁ ନିଜ ଭୋଜନ ସୋରିଷ ତେଲରେ ପ୍ରସ୍ତୁତ କରିବା ଆବଶ୍ୟକ l