ନୂଆଦିଲ୍ଲୀ : କଥାରେ ଅଛି ମଦ ଯେତେ ପୁରୁଣା
ସେତେ ନିଶା ଅଧିକ
କିନ୍ତୁ ପ୍ରକୃତରେ ଏହା କଣ ସତ୍ୟ ?
ଆସନ୍ତୁ ଜାଣିବା ଏହା ପଛର କାରଣ,ହ୍ୱିସ୍କି ପିଉଥିବା ସଉକିନ ଲୋକ ମାନେ ବୋତଲରେ ଲେଖା ଯାଇଥିବା ଗୋଟିଏ କଥାକୁ ଧ୍ୟାନ ଦେଇ ଥାଆନ୍ତି କି ତାହା କେତେ ପୁରୁଣା ଅଟେ l ସେଥିପାଇଁ ପ୍ରତ୍ୟେକ ବୋତଲ ରେ ଲେଖା ଯାଇଥାଏ ତାର ବୟସ କେତେ ଓ ଏହାର ଅର୍ଥ ତାହା କେତେ ବର୍ଷ ପାଇଁ ବ୍ୟାରେଲ ରେ ରଖା ଯାଇଥାଏ l ହ୍ୱିସ୍କି ବୋତଲ ରେ କାହିଁକି ଲେଖା ଯାଇଛି ୧୦ବର୍ଷ, ୧୨ବର୍ଷ, ୨୨ବର୍ଷ ଏବଂ ସବୁଠୁ ଭଲ ହ୍ୱିସ୍କି ବୋତଲ କେତେ ବର୍ଷର ବୋଲି କୁହାଯାଇ ଥାଏ l
gq india ର ସୂଚନା ଅନୁସାରେ, ସ୍ପିରିଟ କୁ ହ୍ୱିସ୍କି ରେ ପ୍ରସ୍ତୁତ କରିବା ପାଇଁ ତାହାକୁ କାଠ ର ଗୋଟିଏ କଣ୍ଟେନର ରେ ରଖା ଯାଇଥାଏ l ବ୍ୟାରେଲ ରେ ହ୍ୱିସ୍କି ର ବୟସ ବଢିବା ସହିତ ଟେଷ୍ଟ ମଧ୍ୟ ବୃଦ୍ଧି ହୋଇଥାଏ ଏବଂ ଅଫେଣ୍ଟ ଖୁବ ବଢି ଯାଇଥାଏ l ହ୍ୱିସ୍କି ଯେତେ ପୁରୁଣା ହୋଇଥାଏ ସେତେ ଅଧିକ ମୂଲ୍ୟରେ ବିକ୍ରୀ ହୋଇଥାଏ l କିନ୍ତୁ ଥରେ ଯଦି ହ୍ୱିସ୍କି ବ୍ୟାରେଲ ରୁ ବାହାରି ବୋତଲ ରେ ପଶି ଯାଇଥାଏ ତେବେ ଏହାର ଏଜିଙ୍ଗ ପ୍ରାଇସ ସେହିଠାରେ ହିଁ ଅଟକି ଯାଏ l
ବିଶେଷଜ୍ଞ ଙ୍କ ମତରେ ୧୨ ବର୍ଷ ପର୍ଯ୍ୟନ୍ତ ଯେଉଁ ହ୍ୱିସ୍କି ବ୍ୟାରେଲ ରଖା ଯାଇଥାଏ ତାହା ସବୁଠୁ ଭଲ , କିନ୍ତୁ ଅନେକଙ୍କ ମତ ରହିଛି ୨୨ ବର୍ଷ ଓ ୨୦ ବର୍ଷ ବ୍ୟାରେଲ ରେ ସ୍ଟକ ହୋଇ ରହିଥିବା ହ୍ୱିସ୍କି ସବୁଠୁ ଭଲ l ଆମେରିକାନ ହ୍ୱିସ୍କି ରେ ୫ରୁ୧୦ ବର୍ଷର ହ୍ୱିସ୍କି ସବୁଠୁ ଭଲ ବୋଲି କୁହାଯାଏ l ସ୍କଟଲ୍ୟାଣ୍ଡ ର ହ୍ୱିସ୍କି ୨୦ବର୍ଷ ପୁରୁଣା ହୋଇଥିଲେ ତାହାକୁ ପରଫେକ୍ଟ ହ୍ୱିସ୍କି କୁହାଯାଏ l