ଅମିତ ସାହାଙ୍କ ବିବୃତ୍ତିକୁ ନେଇ ବଙ୍ଗଳା ଦେଶର ବିଦେଶମନ୍ତ୍ରୀ ପ୍ରତିବାଦ କଲେ : କହିଲେ ତାଙ୍କର ବଙ୍ଗଳାଦେଶ ବିଷୟରେ ଜ୍ଞାନ କମ ଅଛି
ନୂଆଦିଲ୍ଲୀ : ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହାଙ୍କର ଗୋଟିଏ ବୟାନକୁ ନେଇ ବଙ୍ଗଳାଦେଶ ବିରୋଧ କରିଛି l ଅମିତ ସାହା କହିଥିଲେ କି ବଙ୍ଗଳା ଦେଶର ଗରିବ ଲୋକମାନେ ଭାରତ ଏଥିପାଇଁ ଆସୁଛନ୍ତି କାରଣ ତାଙ୍କ ଦେଶରେ ପର୍ଯ୍ୟାପ୍ତ ଖାଦ୍ୟ ନାହିଁ l ବର୍ତ୍ତମାନ ଏହି ବୟାନକୁ ଆଧାର କରି ବଙ୍ଗଳା ଦେଶର ବିଦେଶମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି l ସେ କହିଛନ୍ତି ଗ୍ରହମନ୍ତ୍ରୀ ଅମିତ ସାହାଙ୍କର ବଙ୍ଗଳା ଦେଶ ବିଷୟରେ ଖୁବ କମ ଜ୍ଞାନ ରହିଛି l ଯେତେବେଳେ ବଙ୍ଗଳାଦେଶ ଓ ଭାରତର ସମ୍ପର୍କ ଅଟେ ଗଭୀର ଅଟେ ,ସେହି ସମୟରେ ତାଙ୍କର ଏହିଭଳି ମତ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ l ଏହି ପ୍ରକାରର ମତ ଦ୍ୱାରା ଭୁଲ ଧାରଣା ସୃଷ୍ଟି ହୋଇଥାଏ l
ବଙ୍ଗଳା ଦେଶର ବିଦେଶମନ୍ତ୍ରୀ ଭାରତର ଗଣମାଧ୍ୟମରେ ଅମିତ ସାହାଙ୍କର ପ୍ରକାଶ ପାଇଥିବା ବିବୃତ୍ତିକୁ ନେଇ ପ୍ରଶ୍ନ କରାଯାଇଥିଲା l ସେ କହିଛନ୍ତି ଦୁନିଆରେ ଏଭଳି ଅନେକ ବୁଦ୍ଧିମାନ ଲୋକ ଅଛନ୍ତି ଯେଉଁ ମାନେ ଅନେକ ଜିନିଷ ଦେଖି ମଧ୍ୟ ଅଣଦେଖା କରି ଦେଇଥାନ୍ତି l ଯଦି ଅମିତ ସାହା ଏହିଭଳି କହୁଛନ୍ତି ତେବେ ମୁଁ ଆଉଥରେ ଦୋହରାଇବି ଯେ ବଙ୍ଗଳାଦେଶ ବିଷୟରେ ତାଙ୍କର ଜ୍ଞାନ ନାହିଁ ,ବଙ୍ଗଳା ଦେଶରେ କେହି ଭୋକିଲା ନୁହଁନ୍ତି ଆମର ଉତର ଜିଲ୍ଲା ଗୁଡିକରେ ଗରିବୀ ଓ ଭୋକିଲଙ୍କ ସଂଖ୍ୟା ନାହିଁ l ଅଧିକାଂଶ କ୍ଷତ୍ରରେ ବଙ୍ଗଳାଦେଶ ଅମିତ ସାହାଙ୍କ ଦେଶ ଠାରୁ ଖୁବ ଆଗରେ l
ଅମିତ ସାହା ନିଜ ବିବୃତିରେ କହିଥିଲେ ଯେ ଯଦି ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିବ ତେବେ ବଙ୍ଗଳାଦେଶର ଅନୁପ୍ରବେଶ କାରୀଙ୍କୁ ଅଟକାଯାଇ ପାରିବ ,କାରଣ ସେମାନେ ଖାଇବାକୁ ନପାଇ ଭାରତକୁ ଚାଲି ଆସୁଛନ୍ତି l ବଙ୍ଗଳା ଦେଶର ବିଦେଶମନ୍ତ୍ରୀ କହିଛନ୍ତି ଆମ ଦେଶରେ ପାଖାପାଖି ୯୦ ପ୍ରତିଶତ ଲୋକ ଭଲ ଶୌଚାଳୟର ବ୍ୟବହାର କରନ୍ତି ,ଯେବେକି ଭାରତରେ ୫୦ ପ୍ରତିଶତରୁ ଅଧିକ ଲୋକଙ୍କ ପାଖରେ ଶୌଚାଳୟ ନାହିଁ l ସେ ଆହୁରି ମଧ୍ୟ କହିଛନ୍ତି ଆମ ଦେଶରେ ଶିକ୍ଷିତ ଲୋକ ମାନଙ୍କ ପାଇଁ ଚାକିରୀ ନାହିଁ କିନ୍ତୁ ଆମେ ଭୋକ ସହିତ ସଂଗ୍ରାମ କରୁନାହୁଁ l ଭାରତର ଏକ ଲକ୍ଷରୁ ଅଧିକ ଲୋକ ବଙ୍ଗଳାଦେଶରେ କାମ କରୁଛନ୍ତି ,ଆମର ଭାରତ ଯିବା ଦରକାର ନାହିଁ l