Odisha news

ବିଦେଶୀ ଗଣ ମାଧ୍ୟମରେ ହରିଦ୍ୱାରର ମହା ସ୍ନାନକୁ ନେଇ ଚର୍ଚ୍ଚା : ଆସନ୍ତୁ ଜାଣିବା ପୁରା ଖବର

0

ନୂଆଦିଲ୍ଲୀ :ଭାରତ ସହିତ ବିଶ୍ୱରେ ବର୍ତ୍ତମାନ କରୋନା ମହାମାରୀ ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି l ଭାରତରେ ଗୁରୁବାର ଦିନ ୨ ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୦ ଲୋକ କରୋନା ଦ୍ୱାରା ମୃତ୍ୟୁ ବରଣ କରିଛନ୍ତି l ପରିସ୍ଥିତି ଏତେ ଭୟଙ୍କର ହୋଇ ଯାଇଛି ଯେ କେତେକ ରାଜ୍ୟରେ କର୍ଫ୍ୟୁ ଲଗା ଯାଇଛି
l କିନ୍ତୁ କରୋନା ମହାମାରୀ ସମୟରେ ହରିଦ୍ୱାରରେ ଚାଲିଥିବା କୁମ୍ଭ ମେଳାର ଆୟୋଜନରେ କୌଣସି ପ୍ରଭାବ ପଡୁ ନାହିଁ l କୁମ୍ଭ ମେଳାର ମହା ସ୍ନାନରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ହରିଦ୍ୱାରରେ ଭିଡ଼ ଜମାଇ ଥିଲେ l ଏହି ସମୟରେ ନା ସାମାଜିକ ଦୂରତା ଦେଖା ଯାଇଥିଲା ନା ଲୋକମାନେ ମାସ୍କ ପିନ୍ଧିଥିବା ଦେଖା ଯାଇଥିଲା l ଏହାକୁ ନେଇ ବିଦେଶୀ ଗଣ ମାଧ୍ୟମରେ ଖୁବ ଚର୍ଚ୍ଚା ହେଉଛି ଓ ପ୍ରଶାସନ କେତେ ଚିନ୍ତାଶୂନ୍ୟ ତାହାକୁ ନେଇ ପ୍ରଶ୍ନ କରା ଯାଇଛି l

ମିଳିଥିବା ସୂଚନା ଅନୁସାରେ ଏଠାରେ ଅଧିକ ଲୋକ ପହଞ୍ଚି ଥିଲେ ମଧ୍ୟ ଖୁବ କମ ଲୋକଙ୍କର ଟେଷ୍ଟ କରା ଯାଉଛି , ତା ସହିତ ଟେଷ୍ଟିଙ୍ଗ ରିପୋର୍ଟ ଆସିବା ପୂର୍ବରୁ ଲୋକମାନେ ପାଣିରେ ବୁଡ଼ ପକାଇ ମଧ୍ୟ ଫେରି ଆସିଥିଲେ l ଗତ ୫ଦିନ ରେ ହରିଦ୍ୱାରରୁ କରୋନା ସଂକ୍ରମଣର ୨୦୦୦ ମାମାଲା ଆସିଛି l ଉତ୍ତରାଖଣ୍ଡ ସରକାର କହିଛନ୍ତି ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ କୁମ୍ଭମେଳା ଜାରି ରହିବ l

ବ୍ରିଟେନର ଗୋଟିଏ ଖବର କାଗଜରେ କରୋନା ସଙ୍କଟ ସମୟରେ ଭାରତରେ ଧାର୍ମିକ କାର୍ଯ୍ୟକ୍ରମର ଅୟୋଜନକୁ ନେଇ ଗୋଟିଏ ଆର୍ଟିକିଲ ବାହାରିଛି ,ଯେଉଁଥିରେ ଲେଖା ଯାଇଛି “ଗଙ୍ଗା ନଦୀ କୂଳରେ ଥିବା ଭିଡକୁ ଦେଖି ଲାଗୁଚି ଯେ ଭାରତର ସାମାଜିକ ଦୂରତାକୁ ଆହ୍ୱାନ କରୁଛି l ” ଏହି ଖବର କାଗଜରେ ସାମାଜିକ ଗଣମାଧ୍ୟମରେ ଭାଇରଲ ହେଉଥିବା ଭିଡିଓ ବିଷୟରେ ମଧ୍ୟ ଆଲୋଚନା ହେଉଛି l ଦେଖାଯାଉ ଆଗକୁ କରୋନା କି ରୂପ ନେଉଛି l

Govt
Leave A Reply