ବଜାରରେ ମିଳୁଥିବା ମିନେରାଲ ୱାଟର ବୋତଲ ବ୍ୟବହାର କରୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସତର୍କ, ହୋଇପାରେ ଏହିସବୁ ସମସ୍ୟା
ଆଜିର ଯୁଗ ହେଉଛି ପ୍ଲାଷ୍ଟିକ ଯୁଗ, ଯେଉଁଆଡେ ଦେଖିବ ପ୍ଲାଷ୍ଟିକ ସାମଗ୍ରୀ ଗଦା ଗଦା l ସେହି ପ୍ଲାଷ୍ଟିକ ସାମଗ୍ରୀ ମଧ୍ୟରୁ ଗୋଟିଏ ହେଉଛି ପ୍ଲାଷ୍ଟିକ ବୋତଲ l ଆମେ ଘର ହେଉ କିମ୍ବା ବଜାର ହେଉ ସବୁଠି ଦେଖିବାକୁ ପାଇଥାଉ ପ୍ଲାଷ୍ଟିକ ବୋତଲ ପାଣି l ଖୁବ କମ ଲୋକ ଅଛନ୍ତି ଯେଉଁ ମାନେ କି ପ୍ଲାଷ୍ଟିକ ବୋତଲ ଠାରୁ ନିଜକୁ ଦୁରେଇ ରଖନ୍ତି l ଆମେ ବଜାରରେ ସାଧାରଣ ଭାବରେ ଦେଖିଥାଉ ଦୋକାନରେ ଧାଡି କୁ ଧାଡି ପ୍ଲାଷ୍ଟିକ ପାଣି ବୋତଲ ସଜା ହୋଇ ରହିଥାଏ l ଯାହାକୁ ଆମେ ସିଧାସଳଖ କିଣି ପିଇଥାଉ l କିନ୍ତୁ ଏହି ପ୍ଲାଷ୍ଟିକ ବୋତଲ ପାଣି ଆମେ ଯାହାକୁ ବିଶୁଦ୍ଧ ମିନେରାଲ ୱାଟର ବୋଲି ଭାବିଥାଉ ଏହା ଆମ ପାଇଁ ଅନେକ କ୍ଷତିକାରକ ହୋଇଥାଏ l
ଗବେଷକ ଙ୍କ ମତରେ ପ୍ଲାଷ୍ଟିକ ଗୋଟିଏ ପଲିମର ଅଟେ l ଏହା କାର୍ବନ, ହାଇଡ୍ରୋଜେନ, ଅକ୍ସିଜେନ ଓ କ୍ଲୋରାଇଡ ରେ ପ୍ରସ୍ତୁର ହୋଇଥାଏ l ଏଥିରେ ବିପି ନାମକ କେମିକାଲ ମଧ୍ୟ ରହିଥାଏ, ତେଣୁ ପଲିମର ଓ ବିପି ମିଶି ଶରୀର ମଧ୍ୟକୁ ଯିବା ଦ୍ୱାରା ଶରୀର ବିପଦ ରେ ପଡିପାରେ l ଖରାଦିନ ହେଉ କିମ୍ବା ଶୀତଦିନ ଆମେ ବୁଲିବା ସମୟରେ ନିଜ ଶୋଷ ମେଣ୍ଟାଇବା ପାଇଁ ଦୋକାନ ରୁ ୨୦ କିମ୍ବା ୩୦ ଟଙ୍କାର ଗୋଟିଏ ପାଣି ବୋତଲ କିଣି ପିଇଥାଉ l ଯାହା ଆମ ଶରୀର ପାଇଁ ବିପଦ ସୃଷ୍ଟି କରିଥାଏ l
– ପ୍ଲାଷ୍ଟିକ ହେଉଛି ଗୋଟିଏ ସ୍ଲୋ ପଏଜନ, ବଜାରରେ ମିଳୁଥିବା ପ୍ଲାଷ୍ଟିକ ବୋଟଲର ମିନେରାଲ ୱାଟର ରେ ଫ୍ଲୋରାଇଡ, ଆର୍ସେନିକ ଓ ଆଲୁମିନିୟମ ଭଳି ହାନିକାରକ ପଦାର୍ଥ ଉତ୍ପନ ହୋଇଥାଏ l ଯାହା ଶରୀର ପାଇଁ ଖୁବ ବିଷାକ୍ତ ଅଟେ, ବଜାରରେ ମିଳୁଥିବା ଏହି ମିନେରାଲ ୱାଟର କୁ ପିଇବାର ଅର୍ଥ ହେଉଛି ସ୍ଲୋ ପଏଜନ ସେବନ କରିବା l
– ଏହି ପାଣିକୁ ସେବନ କରିବା ଦ୍ୱାରା ଏହା ସିଧାସଳଖ ଆମ ଶରୀର ସମ୍ପର୍କ ରେ ଆସିଥାଏ, ପ୍ଲାଷ୍ଟିକ ରେ ରହିଥିବା ରାସାୟନିକ ପଦାର୍ଥ ସୀସା, କେଡ଼େମୀୟମ ଓ ପାରଦ ଶରୀର ପାଇଁ କ୍ୟାନ୍ସର ର କାରଣ ହୋଇଥାଏ l ଏହାଛଡା ବିକଳାଙ୍ଗ ହେବା, ଇମ୍ୟୁନ ସିଷ୍ଟମ ଦୁର୍ବଳ ହେବାଭଳି ସମସ୍ୟା ଦେଖାଯାଏ l ଯଦି ଗର୍ଭବତୀ ମା ବଜାରରେ ମିଳୁଥିବା ମିନେରାଲ ୱାଟର ସେବନ କରିଥାଏ ତେବେ ଗର୍ଭସ୍ଥ ଶିଶୁ ର ବିକାଶ ରେ ବାଧା ଆସିଥାଏ l
– ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ବଜାରରେ ମିଳୁଥିବା ପ୍ଲାଷ୍ଟିକ ବୋତଲ ରେ ଆମ ଟଏଲେଟ ସିଟ ଠାରୁ ମଧ୍ୟ ଅଧିକ କୀଟାଣୁ ରହି ଥାଆନ୍ତି l ଯାହା ମଣିଷ କୁ ଗମ୍ଭୀର ଭାବରେ ରୋଗରେ ଆକ୍ରାନ୍ତ କରନ୍ତି l
– ବଜାରରେ ମିଳୁଥିବା ପାଣି ବୋତଲ ଅଧିକ ସମୟ ଖରା ର ସଂସ୍ପର୍ଶ ରେ ଆସିଥାଏ, ତେଣୁ ଏଥିରୁ କେମିକାଲ ନିର୍ଗତ ହେବା ସ୍ୱାଭାବିକ l ଏହା ପୁରୁଷ ମାନଙ୍କ ମଧ୍ୟରେ ଯୌନ ସମସ୍ୟାର କାରଣ ହୋଇଥାଏ ବୋଲି ଗବେଷକ ମାନେ କହିଛନ୍ତି l