Odisha news

ଉତ୍କଟ ପାନୀୟଜଳ ସମସ୍ୟାର, ଆନ୍ଦୋଳନ କୁ ଓହ୍ଲାଇବେ ବାଲିଝରା ବାସୀ

0
ପାରାଦୀପ : ପାରାଦ୍ବୀପ ପୌରପାଳିକା ୧୯ ଗୋଟି ୱାର୍ଡକୁ ନେଇ ଗଠିତ ହୋଇଥିଲାବେଳେ ୱାର୍ଡ ନଂ-୫ (ବାଲିଝରା)ରେ ପାରାଦ୍ୱୀପ ପୋର୍ଟର ଥଇଥାନ ନୀତି ଅନୁସାରେ ଏଠାରେ ବସ୍ତିବାସିନ୍ଦା ସମୂହ ଦୀର୍ଘଦିନରୁ ଅବସ୍ଥାପିତ ହୋଇଛନ୍ତି । ଏହି ବସ୍ତିରେ ଅନ୍ୟୁନ ୨,୭୦୦ରୁ ଉର୍ଦ୍ଧ ପରିବାର ସ୍ଥାୟୀ ବାସିନ୍ଦା ଭାବେ ରହିଆସୁଛନ୍ତି ଏବଂ ଏହାର ଲୋକସଂଖ୍ୟା ପ୍ରାୟ ୧୨,୦୦୦ରୁ ଉର୍ଦ୍ଧ୍ୱ କିନ୍ତୁ ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ଏହି ୫ ନଂ ୱାର୍ଡରେ ଶୁଦ୍ଧ ପାନୀୟ ମିଳିବା କଷ୍ଟ | ଜଳଯୋଗାଣ ପାଇଁ ଗତ ଏପ୍ରିଲ 26 ତାରିଖ ରେ ଜିଲ୍ଲାପାଳ ଙ୍କୁ ଦରଖାସ୍ତ ଦ୍ଵାରା ଏ ବାବଦରେ ଦୃଷ୍ଟିଆକର୍ଷଣ କରାଯାଇଥିଲା ବେଳେ ପୁନଃ ଆଉ ଏକ ଦରଖାସ୍ତ ମଇ ୦୫ ରିଖରେ ଜିଲ୍ଲାପାଳ ଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା | ବାରମ୍ବାର ନିବେଦନ କରିବା ସତ୍ତ୍ୱେ ମଧ୍ୟ ଏ ପର୍ଯ୍ୟନ୍ତ ଅନ୍ତେବାସୀଙ୍କ ନିମନ୍ତେ ଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ତ ଦୂରର କଥା ପ୍ରଶାସନିକ ସ୍ତରରେ କୌଣସି ପ୍ରକାର ସୁଫଳ ଆଲୋଚନା ହୋଇପାରିଲା ନାହିଁ ବୋଲି ଆଜି ବସ୍ତି ବାସିନ୍ଦା ମାନେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପୂର୍ବରୁ ପୌରପ୍ରଶାସନ ଏଠାରେ ଲୋକମାନଙ୍କ ପାଇଁ ଦୁଇଟି ପମ୍ପ ହାଉସ ଓ ନଳକୂପର ବ୍ୟବସ୍ଥା କରିଥିଲେ ହେଁ ତାହା ବ୍ୟବହାର ପାଇଁ ଅନୁପଯୋଗୀ ହୋଇ ଗଲାଣି | କାରଣ ଏହି ପାଣିରେ ଅତ୍ୟଧିକ ପରିମାଣର ଆଇରନ ଓ ରୋଗସୃଷ୍ଟିକାରୀ ଜୀବାଣୁ ଥ‌ିବାରୁ ଅଧିକାଂଶ ସମୟରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଜଳଜନିତ ଦୁରାରୋଗରେ ପୀଡ଼ିତ ହେଉଥିବା ଆଜି ସେମାନେ ଅଭିଯୋଗ କରିଛନ୍ତି । ଏହାଦ୍ଵାରା ଆମ୍ଭ ୱାର୍ଡର ସମସ୍ତ ଜନସାଧାରଣ ଏବେ ଉତ୍କଟ ଜଳସମସ୍ୟା ମଧ୍ୟରେ କାଳାତିପାତ କରୁଥିବା ସେମାନେ କ୍ଷୋଭ ର ସହ ପ୍ରକାଶ କରିଛନ୍ତି  | ତୁରନ୍ତ ଏହାର ସମାଧାନ ପାଇଁ ସେମାନେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା ପ୍ରଶାସନ କୁ ଦାବି କରିବା ସହ ଦାବି ପୂରଣ ନହେଲେ ଆନ୍ଦୋଳନ କୁ ବାହାରିବେ ବୋଲି ସୁରେଶ ଚନ୍ଦ୍ର ବରାଳ , ଦୀପକ ସ୍ୱାଇଁ, ଅନନ୍ତ ଜେନା , କେଦାର ଦାସ , କେଳୁ ଚରଣ ସ୍ୱାଇଁ , ଶେଷଦେବ ସେନାପତି  ମନୋରଞ୍ଜନ ରାଉତ , ବଟ କୃଷ୍ନ ପ୍ରଧାନ ପ୍ରମୂଖ ଚେତାବନି ଦେଇଛନ୍ତି  |

Leave A Reply