ତାଳଚେର, ୨୮/୦୪ ରାଜ୍ୟ ସରକାରଙ୍କ ଅନୁଗୋଳ ଜିଲ୍ଳାର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ ତାଳଚେର (ଆରଡ଼ବ୍ଲୁଏସଏସ୍)ର ଏସଡ଼ିଓ ଓ ଏଜକ୍ୟୁଟିଭ୍ ଇଞ୍ଜିନିଅର୍ ନଥିବାରୁ ଏଠାରେ ଜଳସଂଙ୍କଟ ଉତ୍କଟ ରୂପ ଧାରଣ କରିଥିବା ବେଳେ ଅଂଚଳବାସୀ ଅଭିଯୋଗ କରିବେ କାହାକୁ! ଦୀର୍ଘ ଦେଢ଼ବର୍ଷ ହେବ ଏଠାରେ ଅବସ୍ଥାପିତ ଏସଡ଼ିଓ ଭିଜିଲାନ୍ସ ଜାଲରେ ଛନ୍ଦି ହେବାପରେ ସେହି ପଦବୀଟି ଅଦ୍ୟାବଧି ପଦବୀ ପୂରଣ କରାଯାଇ ନାହିଁ ଓ ଏଜକ୍ୟୁଟିଭ ଇଞ୍ଜିନିଅର୍ ଏଠାରୁ ଅବସର ନେବାପରେ ଏହି ପଦବୀ ଖାଲି ପଡ଼ିଛି । ଫଳରେ ଏଠିକାର ଅଂଚଳବାସୀ ଏସଡ଼ିଓ ଏବଂ ଜକ୍ୟୁଟିଭ ଇଞ୍ଜିନିଅର୍ ନଥିବାରୁ ଆପତି ଅଭିଯୋଗ କରିବାକୁ ଗଲେ ନିରାଶ ହୋଇ ଫେରି ଆସିଥାନ୍ତି । ବିନା ନିର୍ବାହୀ ଅଧିକାରୀରେ ନିଅଂଟିଆ ଅଧିକାରୀଙ୍କୁ ନେଇ ଭଗବାନଙ୍କ ଭରଷାରେ ଚାଲିଛି କାର୍ଯ୍ୟାଳୟ, ତେବେ କାର୍ଯ୍ୟ କିପରି ଚାଲୁଥିବା ଏଥିରୁ ସ୍ପଷ୍ଟ ବାରି ହୋଇଯାଉଛି ଏବଂ ଅଧିକାଂଶ ସେକସନ୍ ଅଫିସର୍ ଓ ଅନ୍ୟାନ୍ୟ କର୍ମଚାରୀ ନଥିବାରୁ କାର୍ଯ୍ୟରେ ଶିଥିଳତା ଦେଖାଦେଉଛି । ତାଳଚେର ଉପଖଣ୍ଡର ତାଳଚେର ଏବଂ କଣିହାଁ ବ୍ଲକ ଅନ୍ତର୍ଗତ ୪୭ଟି ଗ୍ରାମ ପଂଚାୟତର ଶତାଧିକ ଗ୍ରାମବାସୀ ପ୍ରଚଣ୍ଡରୌଦ୍ରତାପ ପ୍ରଭାବରେ ଉତ୍କଟ ଜଳସଂଙ୍କଟ ଦେଖାଦେଇଥିବାରୁ ପାଣି ଟୋପାଏ ପାଇଁ ଅଂଚଳବାସି ହା ହାକାର ହୋଇପଡ଼ିଥାନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତରୁ ଲୋକେ ରକ୍ଷା ପାଇବାକୁ ସରକାର ବିଭିନ୍ନ ଜନହିତକର ପଦକ୍ଷେପ ନେଉଥିବା ବେଳେ ଉପଖଣ୍ଡ ପଂଚାୟତ ଗୁଡ଼ିକର ଗ୍ରାମବାସୀମାନେ ଜଳଟୋପାଏ ପାଇଁ ଅଭିଯୋଗ କରିବେ କାହାକୁ ଶୁଣିବ କିଏ ବୋଲି କୁହାଯାଉଛି! ଅଧିକାଂଶ ପଂଚାୟତରେ ଜଳଯୋଗାଣ ପାଇଁ ଶୁଷ୍କ ମେଗାଜଳ ଯୋଗାଣ ପ୍ରକଳ୍ପ ଛିଡ଼ା ହୋଇଛି ସତ କିନ୍ତୁ କର୍ମଚାରୀ ଅଭାବରୁ ସେତିକି ଯାବତୀୟ ବ୍ୟତୀକ୍ରମ ଦେଖିବାକୁ ମିଳୁଛି । ଆଜି ବି ନିଜ ପରିବାର ମୁହଁରେ ପାଣି ଟୋପାଏ ଦେବାକୁ ତାଳଚେର ଜନସାଧାରଣ ଦୂରରେ ରହିଥିବା ନଦୀ, ନାଳ, ଚୂଆର, ସାହାରା ନେଉଥିବା ଚର୍ଚ୍ଚାର ବିଷୟ ପାଳଟିଛି । ତାଳଚେର ମଧ୍ୟରେ କୋଇଲା ଖଣି ପ୍ରଭାବରେ ଖଣି ପ୍ରଭାବିତ ଅଂଚଳ ପରସୀମାରେ ରହିଥିବା କୂଅ, ନାଳ, ପୋଖରୀ ଇତ୍ୟାଦି ଶୁଖିଲା ପଡ଼ି ରହିଛି । କଳକାରଖାନା ଯୋଗୁଁ ବ୍ରାହ୍ମଣୀ ନଦୀ ଆଜି ଶୁଖିଲା, ଆବଶ୍ୟକ ମୂତାବକ ନଦୀରେ ଜଳ ନିଅଂଟିଆିଁ । ରାଷ୍ଟ୍ରାୟତ ଘରୋଇ ଉଦ୍ୟୋଗ ଗୁଡ଼ିକ୍ରେ ପାଣିର ଅଭାବ ନହେବା ପାଇଁ ସରକାରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ନେତୃବୃନ୍ଦଙ୍କ ଦ୍ୱାରା ସମଲ ବ୍ୟାରେଜ୍ ଉପରେ ଷ୍ଟୋରେଜରୁ ପାଣି ପାଉଥିବା ବେଳେ ତାଳଚୋବସୀ ଆଜି ପାଣି ଟୋପାଏ ପାଇଁ ଚାତକ ପରି ଚାହିଁ ରହିଛନ୍ତି ବୋଲି ଅଭିଯୋଗ ହେଉଛି । ଜଳକଷ୍ଟକୁ ସରକାର ବିଚାରକୁ ନେଇ ୨୦୧୮ ମସିହାରେ କଣ୍ଢାଳ, ,ବ୍ରଜାନାଥପୁର, ଘଂଟପଡ଼ା, ହେଂସମୂଳ ପଂଚାୟତର ୩୧ଟି ଗ୍ରାମକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଇ ଦେବାକୁ ଏଲଏନ୍ଟି କମ୍ପାନୀକୁ ଏହି ଠିକାକାମ ଦିଆଯାଇଥିଲା ଓ ଏହାର ଅବଧି ୨୦୨୨ ପର୍ଯ୍ୟନ୍ତ ରହିଥିଲା । ମାତ୍ର ୨୦୨୩ ଏପ୍ରିଲ ମାସ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କମ୍ପାନୀ ପାଇପ୍ ବିଛା କାର୍ଯ୍ୟ ପରିସମାପ୍ତି କରି ପାରିଲା ନାହିଁ । ସେହିଭଳି ତାଳଚେର, ପାଲଲହଡ଼ା, କଣିହାଁ ପ୍ରାୟ ୮ଶହ କୋଟିଟଙ୍କା ବିନିମୟରେ ପ୍ରତ୍ୟେକ ଗ୍ରାମକୁ ସରକାର ପାନୀୟଜଳ ଯୋଗଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଇପ୍ ସଂଯୋଗୀକରଣ କରାଯାଇ ପାରିଲା ନାହିଁ କାରଣ ଏହାର ତଦାରଖ କରିବାକୁ ବର୍ତମାନ କେହି ନଥିବା ଯୋଗୁଁ ଏହା ଘଟିଥିବା କୁହାଯାଉଛି ।