ଧର୍ମଶାଳାର କଳାପଥର ବ୍ୟବସାୟୀଙ୍କ ଉପରେ ଘନଘନ ଚଢାଉ : ପ୍ରଥମେ ଆୟକର,ଏବେ କେନ୍ଦ୍ରୀୟ ଜିଏସଟିର ଏକାଧିକ ସ୍ଥାନରେ ଖୋଳତାଡ
ଚଣ୍ଡିଖୋଲ,୨୮/୦୪ : ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲରେ କଳାପଥର ଲୁଟପାଟ କେଳେଙ୍କାରୀ ଓ କୋଟିକୋଟି ଟଙ୍କାର ଟିକସ ଫାଙ୍କି ଘଟଣା ରାଜ୍ୟରେ ଦୀର୍ଘଦିନ ହେବ ଚର୍ଚ୍ଚାର ବିଷୟ ହୋଇଛି! କେତେକ ଅସାଧୁ ବ୍ୟବସାୟୀ ବିଭିନ୍ନ ଉପାୟରେ ବହୁକୋଟି ଟଙ୍କାର ରାଜସ୍ୱ ଓ ଟିକସ ଫାଙ୍କି ଚାଲିଥିବା ମଧ୍ୟ ଅଭିଯୋଗ ହୋଇଆସୁଛି! ଏହି ଅଭିଯୋଗକୁ ନେଇ ଗତ କିଛିଦିନ ହେବ ଧର୍ମଶାଳା ତହସିଲ ଅଞ୍ଚଳର କଳାପଥର ବ୍ୟବସାୟୀଙ୍କ ଉପରେ ଘନଘନ ଚଢାଉ ଚାଲିଛି! ଶୁକ୍ରବାର ଦିନ କେନ୍ଦ୍ରୀୟ ଜିଏସଟିର ଏକ ୩୦ ଜଣିଆ ସ୍ୱତନ୍ତ୍ର ଟିମ ଧର୍ମଶାଳା ତହସିଲ ଚଡେଇଧରାର ଖଣି ଓ କଳାପଥର ବ୍ୟବସାୟୀ ରଙ୍ଗାଧର ପ୍ରଧାନଙ୍କ ମା’ମଙ୍ଗଳା ଟ୍ରେଡର୍ସ କାର୍ଯ୍ୟାଳୟ ଓ ଘର ସମେତ ତାଙ୍କର ବିଭିନ୍ନ ଠିକଣାରେ ଚଢାଉକରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଝବତ କରିଥିବା ଜଣାପଡ଼ିଛି!ଏଥିସହ ପଥର ବ୍ୟବସାୟୀ ଗଙ୍ଗାଧର ଓଝା, ନିହଲ ପ୍ରସାଦର ଅରୁଣି ଷ୍ଟୋନ ପ୍ରଡକ୍ଟ କାର୍ଯ୍ୟାଳୟ, ଶ୍ରୀନିବାସ ଜେନାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିବାସହ ଅନ୍ୟ ତିନି ଚାରି ଜଣ ପଥର ଓ କ୍ରସର ବ୍ୟବସାୟୀଙ୍କ।ଉପରେ ଚଢାଉ କରିଥିଲେ! ବ୍ୟାପକ ଜିଏସଟି ଫାଙ୍କି ସହ ରାଜସ୍ୱ ହେରାଫେରି ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି! ଏଥି ପୂର୍ବରୁ ଗତ ଏପ୍ରିଲ ୪ ତାରିଖଦିନ ଆୟକର ବିଭାଗ ଇନଫୋର୍ସମେଣ୍ଟର ସ୍ୱତନ୍ତ୍ର ଟିମ ଉକ୍ତ ତହସିଲର ଡଙ୍କାରୀ ରାହାଡପୁର ଠାରେ ଥିବା ନରେନ୍ଦ୍ର ସିଂ ମାଲହୋତ୍ରାଙ୍କ ଉତ୍କଳ ହାଇଉଏ ଏବଂ ବଜରଙ୍ଗି କ୍ରସର ୟୁନିଟ ଉପରେ ଚଢ଼ାଉ ଚାଲିଥିଲା ବେଳେ ଡଙ୍କାରୀ ଠାରେଥିବା ଅମିତ ଷ୍ଟୋନ କ୍ରସର,ଚଡେଇଧରା ଲୁଣିବର ମୌଜାରେ ଥିବା ଜଗବନ୍ଧୁ ମୁଦୁଲିଙ୍କ ଜେବିଏସ କ୍ରସର ଓ ତାଙ୍କ ତେଲଟାଙ୍କି, ବିଛାଖଣ୍ଡି ଠାରେ ଥିବା ସନ୍ଦିପବରୁଣ ଜେନା ଓ ଦେବେନ୍ଦ୍ର କୁମାର ଜେନାଙ୍କ ଏସ ଏନ କମ୍ଫାନୀର କ୍ରସର ଓ ସାଇରାମ କ୍ରସର ସମେତ ଯଖପୁରା ଥାନା ମାନତିରା ସ୍ଥିତ ତାଙ୍କ ଅଫିସରେ ତିନିଦିନଧରି ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଥିଲେ! ଏହି ଘଟଣାରେ ସପୃକ୍ତ ବ୍ୟବସାୟୀଙ୍କ ଉପରେ ମୋଟାଅଙ୍କର ଯୋରୀମାନା ଆଦାୟ ପାଇଁ ନୋଟିସ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଗତ ୬/୭ ମାସ ତଳେ ଏହି ତହସିଲର ଡଙ୍କାରୀ ଠାରେ ଥିବା ୫ଟି କଳାପଥର ଖଣି ଓ।କ୍ରସର ମାଲିକଙ୍କ ଅଫିସ ଓ ଘର ସମେତ ସେମାନଙ୍କ ବହୁ।ଠିକଣାରେ ଆୟକର ଓ ଜିଏସଟି ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା! ଏହି ଚଢ଼ାଉ ସମୟରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଧରାପଡିବାରୁ ସେମାନଙ୍କ ଉପରେ ମଧ୍ୟ ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଯୋରୀମାନା ବସାଯାଇଥିଲା! ଏପରି କ୍ରମାଗତ ଭାବେ ଏଠିକାର ଅସାଧୁ କଳାପଥର ବ୍ୟବସାୟୀ,ମେଗାକ୍ରସର ଓ ଖଣି ମାଲିକ ମାନଙ୍କ ଉପରେ କୋଟିକୋଟି ଟଙ୍କାର ଆର୍ଥିକ ଅନିୟମିତତା ଓ ଟିକସଫାଙ୍କି ଘଟଣାକୁନେଇ ଚଢାଉ ଚାଲିଥିବାରୁ ସମଗ୍ର ଅସାଧୁ ପଥର ବ୍ୟବସାୟୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି! ଏହି କ୍ରମରେ ଚଢାଉ ପାଇଁ ଉକ୍ତ ଅଞ୍ଚଳର ଆହୁରି ୨୫ଜଣ ଅସାଧୁ ବ୍ୟବସାୟୀଙ୍କୁ ଗୁପ୍ତଭାବେ ଠାବ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି! ଆଜିର ଚଢାଉ ପରେ ସେମାନଙ୍କ ସହିତ ବ୍ୟବସାୟୀକ ସମ୍ପର୍କ ଥିବା ଅନ୍ୟ ବ୍ୟବସାୟୀ ମାନେ ଛାନିଆ ହୋଇ ପଡିଛନ୍ତି! ଆଜି ଚଢ଼ାଉ ଚାଲିଥିଲା ବେଳେ ଏହି ଅଞ୍ଚଳର ଅନେକ ଅସାଧୁ ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ଓ ଅଫିସରେ ତାଲାପକାଇ ଫେରାର ହୋଇଯାଇଥିବା ଦେଖାଯାଇଛି!