Odisha news

ରାତ୍ରି ଭୋଜନ ପରେ କଣ ପାଇଁ କିଛି ସମୟ ଚାଲିବା ଆବଶ୍ୟକ ? କଣ ରହିଛି ଏହା ପଛର କାରଣ,ଆସନ୍ତୁ ଜାଣିବା କଣ କହୁଛନ୍ତି ଗବେଷକ

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ,ତେବେ ରାତ୍ରି ଭୋଜନ ପରେ କିଛି ସମୟ ପର୍ଯ୍ୟନ୍ତ ଚାଲିବା ଆବଶ୍ୟକ , ମିଳିଥାଏ ଅଦ୍ଭୁତ ଲାଭ l ଆୟୁର୍ବେଦ ଅନୁସାରେ ଭୋଜନ ପରେ ଚାଲିବା ଦ୍ୱାରା ଆମ ଶରୀରର ସମସ୍ତ ମାଂସପେଶୀ ଓ ଅଙ୍ଗ ପ୍ରତ୍ୟଙ୍ଗ ଠିକ ଭାବରେ କାମ କରିଥାଏ l ରକ୍ତ ପ୍ରବାହ ମଧ୍ୟ ଠିକ ଭାବରେ କାମ କରିଥାଏ l ଟାଇପ 2 ମଧୁମେହ ରୋଗୀଙ୍କୁ ଖାଇ ସାରିବା ପରେ କିଛି ସମୟ ପାଇଁ ଚାଲିବାକୁ କୁହାଯାଇଥାଏ l ଏହାଦ୍ୱାରା ରକ୍ତ ସରକାର କମ ହୋଇଥାଏ l

* କେତେ ସମୟ ଚାଲିବା ଆବଶ୍ୟକ –
ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ପ୍ରତିଦିନ ରାତ୍ରି ଭୋଜନ ପରେ ୧୫ ରୁ ୨୦ ମିନିଟ ଚାଲିବା ଆବଶ୍ୟକ l ଯଦି ଆପଣଙ୍କ ନିକଟରେ ଧିକ ସମୟ ରହିଛି ତେବେ ଆପଣ ଅଧିକ ସମୟ ଚାଲି ପାରିବେ l କିନ୍ତୁ ଧ୍ୟାନ ରଖିବେ ଯେ ଯେପରି ଆପଣ ରାତ୍ରି ଭୋଜନ କରିବାର ୧ ଘଣ୍ଟା ମଧ୍ୟରେ ଚାଲିବେ l

* ପାଚନ କ୍ରିୟା ଠିକ ହେବ –
ରାତ୍ରି ଭୋଜନ ପରେ ଚାଲିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ l ଏହାଦ୍ୱାରା ପେଟ ବଢିବା ସମସ୍ୟା ରୁହେ ନାହିଁ l କୋଷ୍ଠ କାଠିନ୍ୟ ଓ ପେଟ ସମ୍ବନ୍ଧୀୟ ବିଭିନ ସମସ୍ୟା ଠିକ ହୋଇ ଥାଏ l

* ଓଜନ ହ୍ରାସ ହେବାରେ ସାହାଯ୍ୟ କରିଥାଏ –
ଖାଦ୍ୟ ଖାଇବା ପରେ ଯଦି ଆପଣ କିଛି ସମୟ ପାଇଁ ଚାଲିବେ ତେବେ ମୋଟାପା ର ଶିକାର ହେବେ ନାହିଁ l କାରଣ ଚାଲିବା ଦ୍ୱାରା ମେଟାବୋଲିଯିମ ବୁଷ୍ଟ ହୋଇଥାଏ l

* ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟ କରିଥାଏ –
ରାତ୍ରି ଭୋଜନ ପରେ ଚାଲିବା ଦ୍ୱାରା ଇମ୍ୟୁନିଟି ବଢିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି l କାରଣ ଏହା ଆପଣଙ୍କ ଇମ୍ୟୁନ ସିଷ୍ଟମ ରୁ ଟକ୍ସିନ କୁ ବାହାର କରିଥାଏ l

* ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ –
ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଖାଇ ସାରିବା ପରେ ଆପଣଙ୍କ ଶରୀରରେ ରକ୍ତ ଶର୍କରା ସ୍ତର ବଢିବା ଆରମ୍ଭ ହୋଇଥାଏ l ରାତ୍ରି ଭୋଜନ ପରେ ଚାଲିବା ଦ୍ୱାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ହୋଇଥାଏ l

* ଡିପ୍ରେସନ ରେ ସାହାଯ୍ୟ କରିଥାଏ – ଖାଇ ସାରିବା ପରେ ଚାଲିବା ଦ୍ୱାରା ଏହା ଆପଣଙ୍କ ଶରୀରରେ ଏଣ୍ଡୋଫିରନ କୁ ମୁକ୍ତ କରି ମାନସିକ ଚାପ କମ କରିଥାଏ l ଯାହାପରେ ଆପଣ ସୁସ୍ଥତା ଅନୁଭବ କରି ପାରିବେ l

Comments are closed.