Odisha news

ମତଦାନକୁ ନେଇ ନିର୍ବାଚନ ଆୟୋଗଙ୍କର ଗାଇଡ଼ ଲାଇନ ଜାରି

0

ନୂଆଦିଲ୍ଲୀ :ନିର୍ବାଚନ ଆୟୋଗ କରୋନା ସମୟରେ ନିର୍ବାଚନ କିପରି ହେବ ତାକୁନେଇ ଗୋଟିଏ ଗାଇଡ଼ ଲାଇନ ଜାରି କରିଛନ୍ତି l ଏହି ଗାଇଡ୍ଲାଇନ ଅନୁସାରେ ବର୍ତ୍ତମାନ ପାର୍ଥି ମାନେ ଅନଲାଇନରେ ନିଜର ନାମାଙ୍କନ ଦାଖଲ କରିବେ l ମତଦାନ ସମ୍ବଧୀୟ ଗତିବିଧିକୁ ନେଇ ଜାରି କରାଯାଇଛି ଯେ ଫେସ ମାସ୍କ ପିନ୍ଧିବା ଜରୁରୀ ଅଟେ ଓ ସାମାଜିକ ଦୂରତା ନିୟମକୁ ପାଳନ କରିବା ନିହାତି ଆବଶ୍ୟକ ଅଟେ l ବର୍ତ୍ତମାନ ରାଜନୈତିକ ଦଳମାନେ ବିହାରର ମତ ଦାନାକୁ ନେଇ ତତ୍ପର ହୋଇ ଉଠିଛନ୍ତି l ନିର୍ବାଚନ ଆୟୋଗ ନିର୍ବାଚନକୁ ନେଇ ଗାଇଡ୍ଲାଇନ ରେ କହିଛି ଯେ ଡୋର ଟୁ ଡୋର କ୍ୟାମ୍ପନ ପାଇଁ ପାର୍ଥୀଙ୍କୁ ସହିତ ଅଧିକରୁ ଅଧିକ ପାଞ୍ଚଜଣ ବ୍ୟକ୍ତି ଯାଇପାରିବେ l

ଗୃହ ମନ୍ତ୍ରଣାଳୟର ନିର୍ଦେଶ ଅନୁସାରେ ସାର୍ବଜନିକ ସଭା ଓ ରୋଡ଼ସୋ ପାଇଁ ଅନୁମତି ଦିଆଯିବ l କରୋନାର ସଂକ୍ରମଣ ଯେପରି ସଂକ୍ରମିତ ନହୁଏ ସେଥିପାଇଁ ନିର୍ବାଚନ ଆୟୋଗ ନିଜ ଗାଇଡ୍ଲାଇନ ରେ କହିଛନ୍ତି ଯେ ମତଦାତା ମାନଙ୍କୁ ମତଦାନର ଠିକ ପୂର୍ବରୁ ଚିରୁକୁଟି ଦିଆଯିବ l ମତଦାତା ମାନେ ମାସ୍କ ପିନ୍ଧିବେ ,ଯଦି ପରିଚୟ ପାଇଁ ଆବଶ୍ୟକ ପଡିଲା ତେବେ ମାସ୍କ କଢ଼ିବେ l କୱାରେଣ୍ଟିନ ସେଣ୍ଟରରେ ରହୁଥିବା କରୋନା ରୋଗୀ ମାନଙ୍କୁ ମତଦାନ ପାଇଁ ଦିନର ଶେଷ ସମୟରେ ମତଦାନ କରିବାକୁ ଦିଆଯିବ l ନିର୍ବାଚନ ଆୟୋଗ କହିଛନ୍ତି ଯେ କଣ୍ଟନମେଣ୍ଟ ଜୋନରେ ରହୁଥିବା ମତଦାତା ମାନଙ୍କ ପାଇଁ ଅଲଗା ନିର୍ଦେଶ ନାମ ଜାରି କରାଯିବ l

ମତ ଦାନ କେନ୍ଦ୍ର ଗୁଡିକୁ ସାନିଟାଈଜ କରାଯିବ ,ପ୍ରତ୍ୟକ ମତଦାନ କେନ୍ଦ୍ରର ପ୍ରବେଶ ଦ୍ୱାରରେ ଥର୍ମାଲ ସ୍କାନର ଲଗାଯିବ l ନିର୍ବାଚନ କର୍ମୀ ମତଦାନ କେନ୍ଦ୍ରର ପ୍ରବେଶ ଦ୍ୱାରରେ ମତଦାତାଙ୍କର ତାପମାତ୍ରା ଯାଞ୍ଚ କରିବେ l ରୋଡ଼ସୋ ପାଇଁ ମାତ୍ର ପାଞ୍ଚଟି ବାହନକୁ ଅନୁମତି ମିଳିଛି l କୋଭିଡି-19 ର ନିର୍ଦେଶକୁ ପାଳନ କରି ଜଣ ସଭା ଓ ରାଲି କରାଯିବ l ସାମାଜିକ ଦୂରତା ପାଳନ କରିବାକୁ ନେଇ ଗୁରୁତ୍ୱ ଦିଆଯାଇଛି l ବିହାର ବିଧାନ ସଭାର କାର୍ଯ୍ୟକାଳ ନଭେମ୍ବର ୨୯ ରେ ସମାପ୍ତ ହେବ ତେଣୁ ଅକ୍ଟୋବରରୁ ନେଇ ନଭେମ୍ବରରେ ମତଦାନ କରାଯିବାର ସମ୍ଭାବନା ରହିଛି l

Leave A Reply