Odisha news

ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲ ର କିରାଣୀ ପଣ୍ଡା ବାବୁ

0
ଢ଼େଙ୍କିକୋଟ ତା ୧. ୬. ୨୩ : ସବୁଦିନେ ସମାନ ନ ଥାଏ, ଆଜି ନହେଲ କାଲି ସତ ସାମ୍ନାକୁ ଆସିବ, ଆଉ ସବୁକିଛି ପର୍ଦାଫାସ୍ ହେବ l ଯାହାକି ଆଜି ଘଟିଯାଇଛି ଘଟଗାଁ ତହସିଲ ରେ  l ଘଟଗାଁ ତହସିଲ ରେ ଦୀର୍ଘଦିନରୁ ଲୋକମାନଂକ ଠାରୁ ଲାଞ୍ଚ ନେଇ ମାଲେମାଲ ହେଉଥିବା କିରାଣୀ ବାବୁ ଶେଷରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ l ବାବୁ ଜଣକଂ ହେଲେ ଘଟଗାଁ ତହସିଲ ର କିରାଣୀ ଦେବାଶିଷ ପଣ୍ଡା l ସେ ଘଟଗାଁ ତହସିଲ ଅନ୍ତର୍ଗତ ମୁର୍ଗାପାଟ ଗ୍ରାମର ବନମାଳି ପଲେଇ ନାମକ ଜଣେ ବ୍ୟକ୍ତି ଠାରୁ ପଟ୍ଟା କରାଇଦେବା ବାବଦରେ ଦଶହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ l ଭିଜିଲାନ୍ସ ଇନ୍ସପେକ୍ଟର ହେମାମାଳିନୀ ନାଏକ ତାଂକୁ ଧରିଥିଲେ l ଏହା ସହିତ ଦେବାଶିଷ ପଣ୍ଡା କଂ ଘର ବାଲେଶ୍ବର ଓ ଅଫିସ ରେ ଭିଜିଲାନ୍ସ ଚଢାଉ ଜାରୀରଖିଛି  l  ତେବେ ପଣ୍ଡାବାବୁ ଲାଞ୍ଚ ନେବା ଓ ଭିଜିଲାନ୍ସ ହାତରେ ଧରାପଡ଼ିବା ଖବର ଟି ପ୍ରଘଟ ହେବାପରେ ଲୋକମାନେ ଖୁସୀ ଅନୁଭବ କରିଛନ୍ତି l ଅନେକ ଗରିବ ଲୋକ ର ଦାନାମାରି କିରାଣୀ ବାବୁ ଟଂକା ର ପହାଡ଼ ଉପରେ ଶୋଉଥିଲେ ଓ  ତହସିଲ କାର୍ଯାଳୟରେ ଦୀର୍ଘ ଦିନରୁ ରାଜ୍ କରୁଥିଲେ l
Leave A Reply