Odisha news

ବାଙ୍କୀ :କ୍ଷେତରେ ଖତ ହେଲା ପରିବା;ଚାଷୀଙ୍କୁ ପାସ୍ ଦେଉନାହିଁ ପୋଲିସ୍

0

ବାଙ୍କୀ : କରୋନା ମାଡ଼ରେ ଏବେ ଚାଷୀକୂଳ ଚେପା ହୋଇ ଯାଇଛି । ଉତ୍ପାଦିତ ପନିପରିବା ବିକ୍ରି କରିବା ପାଇଁ କଟକ କିମ୍ବା ଭୁବନେଶ୍ୱରକୁ ଯିବା ପାଇଁ ·ଷୀଙ୍କୁ ପୋଲିସ ପାସ୍ର ବ୍ୟବସ୍ଥା ନକରିବାରୁ ମାଡ଼ ଭୟରେ ଚାଷୀ ତା’ର ପନିପରିବା ବିକ୍ରି କରିବାକୁ ନଯାଇ ଶାଗମାଛ ଦରରେ ବିକ୍ରି କରୁଛିତ କେତେବେଳେ ବିଲରେ ପଚିସଢ଼ି ନଷ୍ଟ ହେଉଥିବାର ଅଭିଯୋଗ ହେଉଛି । ଦୈନିକ କଟକ ଭୁବନେଶ୍ୱରକୁ ଶହ ଶହ ଟ୍ରିପ୍ ପରିବା ଯାତମୁଡ଼ିଆ ଛକ, କୁସପଙ୍ଗି, ପାଥପୁର, ଶିମିଳିପୁର, ମକୁନ୍ଦପୁର, ଓସ୍ତିଆ ପଞ୍ଚାୟତର ଆନନ୍ଦପୁର, ଘୋଡ଼ାବର, ଘୋଳପୁର, ସାହାଙ୍ଗା ଗୋପାଳପୁର, ପଶ୍ଚିମ ବାଙ୍କୀର କିଆପଲ୍ଲା ପଞ୍ଚାୟତର ତାରିଣୀଛକରୁ ପନିପରିବା ଚାଷୀମାନେ ନେଇ ଯାଆନ୍ତି । ମାତ୍ର ପରିବହନ କଟକଣା ଯୋଗୁଁ ·ରିଚକିଆ ଯାନ ଗୁଡ଼ିକ ପୋଲିସ ଭୟରେ ଯାଉନାହାନ୍ତି । ସେହିପରି ବାଇକରେ ପରିବା ନେଇ ବିକ୍ରି କରି ଘରକୁ ଖାଲି ଫେରୁଥିବାବେଳେ ଏବେ ଜୁଲମର ଶିକାର ହେଉଛନ୍ତି । ଯାହାଫଳରେ ଭୟରେ ଚାଷୀମାନେ ଏବେ ଆଉ କଟକ ଭୁବନେଶ୍ୱରକୁ ଯିବାକୁ ଉଚିତ ମନେ କରୁନାହାନ୍ତି । ସୂଚନାଯୋଗ୍ୟ ପୋଲିସ କମିଶନର ସୁଧାଂଶୁ ଶେଖର ଷଡ଼ଙ୍ଗୀ ଏକ ଟ୍ୱିଟ୍ କରି ଜଣାଇଥିଲେଯେ ବାଙ୍କୀ ଓ ଆଠଗଡ଼ ଅଞ୍ଚଳର ଚାଷୀମାନେ ନିକଟସ୍ଥ ଥାନାରୁ ବାସ୍ ଆଣି ପନିପରିବା ବିନା ବାଧାରେ ଆଣିପାରିବେ । ମାତ୍ର ପୋଲିସ ଅଧିକାରୀମାନେ ପାସ ଦେବାକୁ ଚାଷୀମାନଙ୍କୁ ବିଭିନ୍ନ ପ୍ରକାରର ବାହାନା କରୁଛନ୍ତି । ଏଣୁ ପରିବା ଷୀମାନେ ଥରେ ଦୁଇଥର ପାସ ପାଇଁ ଯାଇ ଥାନାରୁ ଫେରିବା ପରେ ଆଉ ଆଗ୍ରହ ପ୍ରକାଶ କରୁନାହାନନ୍ତି । ବିଶେଷ କରି ବାଙ୍କୀ ଥାନା, ସୁବର୍ଣ୍ଣପୁର ଫାଣ୍ଡି, ତାଳବସ୍ତ ଫାଣ୍ଡି ଓ କଇଁମୁଣ୍ଡି ଫାଣ୍ଡି ଅଧିକାରୀମାନେ ଷୀଙ୍କୁ ଚିହ୍ନିପାରୁ ନଥିବାରୁ ପାସ ଦିଆଯିବ ନାହିଁ ବେଲି ରୋକଠୋକ ମନା କରିଦେଉଥିବାର ଅଭିଯୋଗ କରିଛନ୍ତି । ବାଙ୍କୀ ପୋଲିସ ପରିବା ବିକ୍ରି କରିବାକୁ ଚାଷୀଙ୍କୁ ଅନୁମତି ଦେଉନଥିବାବେଳେ ପରିବା ବଜାରରେ ହେଉଥିବା ଜନଗହଳିକୁ ନିୟନ୍ତ୍ରଣ କରିପାରୁ ନାହିଁ । ସାମାଜିକ ଦୂରତାକୁ ନିୟନ୍ତ୍ରଣ କରିବା ପାଇଁ ଗହଳି ସମୟରେ ଯାଉନିଥିବାରୁ ପୋଲିସର କାର୍ଯ୍ୟକଳାପ କିଭଳି ଚାଲିଛି ତାହା ଜଳଜଳ ପରି ଦେଖାଯାଉଛି । ଚାଷୀଙ୍କ ଉପରେ ପୋଲିସ ପକ୍ଷରୁ କରାଯାଉଥିବା ଜୁଲମ ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି ।

Har Ghar Tiranga

Leave A Reply