Odisha news

ବାଙ୍ଗିରିପୋଷି :ବନ କର୍ମଚାରୀଙ୍କ ଦ୍ୱାରା ଅଜଗର ସାପ ଉଦ୍ଧାର

0

ବାଙ୍ଗିରିପୋଷି : ବାଙ୍ଗିରିପୋଷି ବନାଂଚଳ ଅନ୍ତର୍ଗତ ବଣକାଟୀ ଗ୍ରାମର ଜୟକୃଷ୍ଣ ବେହେରାଙ୍କ ଘରୁ ବାଙ୍ଗିରିପୋଷି ବନ କର୍ମଚାରୀଙ୍କ ଦ୍ୱାରା ଏକ ଅଜଗର ସାପ ଉଦ୍ଧାର କରା ଯାଇଛି । ସାପଟି ୫ ଫୁଟରୁ ଉର୍ଦ୍ଧ ଲମ୍ବା ଥିବା ବେଳେ ୧୦ କିଗ୍ରାରୁ ଅଧିକ ଓଜନ ଥିବାର ବନ ବିଭାଗ ତରଫରୁ ଜାଣିବାକୁ ମିଳିଛି । । ଖବର ପାଇବା ପରେ ବାଙ୍ଗିରିପୋଷି ବନଖଣ୍ଡ ଅଧିକାରୀ ତପନ କୁମାର ଦାସଙ୍କ ନିଦେ୍ର୍ଦଶ କ୍ରମେ ବନ କର୍ମଚାରୀ ମାନେ ସେଠାରେ ପହଂଚି ଗ୍ରାମବାସୀଙ୍କ ସହାୟତାରେ ସାପଟିକୁ କୌଶଳ କ୍ରମେ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଶିମିଳିପାଳ ଘଂଚଜଙ୍ଗଲ ମଧ୍ୟରେ ଥିବା ବିଦୁ୍ୟତ ଭଣ୍ଡାର ନିକଟରେ ସୁରକ୍ଷିତ ଭାବେ ଛଡା ଯାଇଥିବାର ଜାଣିବାକୁ ମିଳିଛି ।

Leave A Reply