ଖୋର୍ଦ୍ଧା : ସମଗ୍ର ଦେଶରେ କରୋନା ସଂକ୍ରମଣ ଯୋୁଗଁ ଲକଡାଉନ ହୋଇଥିବାବେଳେ ଏହାର ବେଶ ଫାଇଦା ଉଠାଉଛନ୍ତି କିଛି ନିଶା ବେପାରୀ । ପୁଲିସ ଲକଡାଉନ ପାଇଁ ବ୍ୟସ୍ତ ରହିଥିବାବେଳେ କେବଳ ଅବକାରୀ ବିଭାଗ ଏହି ମଦ ବେପାରୀ ବା ବା୍ରଉଉନସୁଗାର ବେପାରିଙ୍କୁ ଧରିବାରେ ସକ୍ଷମ ହେଉନାହିଁ । ନିଶାବେପାରିଙ୍କ ଅବକାରୀ ବିଭାଗ ସହିତସଲାସୁତୁରା ହୋଇଥିବାବେଳେ କାଁ ଭାଁ ଧର୍ମକୁ ଆଖିଠାର ସଦୃଶ କିଛି ମଦ ବେପାରିଙ୍କୁ ଧରିବାରେ ସକ୍ଷମ ହୋଇଚନ୍ତି । ତେବେ ସେ ଯାହାବି ହେଉନା କାହିଁକି ନିଶାବେପାରୀଙ୍କ ଲାଗି ଲକଡାଉନ ଏବେ ପୁଷମାସ ସଦୃଶ ହୋଇଛି ।
ଘଟଣାରୁ ପ୍ରକାଶ, ଦୁଇଦିନ ମଧ୍ୟରେ ଖୋର୍ଦ୍ଧା ଅବକାରୀ ବିଭାଗ ୫ ଜଣ ମଦବେପାରୀଙ୍କୁ ଗିରଫ କରିବା ସହିତ ୨ଟି ବାଇକ , ଗୋଟିଏ ଅଟୋ ଟ୍ରଲି ଧିରବାରେ ସକ୍ଷମ ହୋଇଛନ୍ତି । ତେବେ ଆଜି ଅବକାରୀ ବିଭାଗ ସ୍ଥାନୀୟ ଗଡଖୋର୍ଦ୍ଧା ନିକଟସ୍ଥ ଏକ ପ୍ରାଭେଟ ମଦ କଂପାନୀ ନିକଟରୁ ଖୋର୍ଦ୍ଧା ଆର୍ଦଶ ଥାନା ଅର୍ନ୍ତଘତ ବେରୁହାଁ ଗ୍ରାମର ସତ୍ୟନାରାୟଣ ସେଠୀ(୪୨)ଙ୍କୁ ଗିରଫ କରିବା ସହିତ ୧୫୦ ଲିଟର ମଦ ଏକ ଡାଲା ।ଟୋକୁ ଜବତ କରିଛି ସେହିପରି ଗତ କାଲି ଖୋର୍ଦ୍ଧା ଓ ଭୁବନେଶ୍ୱର ଅବକାରୀ ବିଭାଗ ମିଳିତ ସ୍କାଡ ଚଢାଉରେ ୪ ଜଣ ମଦ ବେପାରୀଙ୍କୁ ଗିରଫ କରିଛି । ଏହି ୪ଜଣ ଅଭିଯୁକ୍ତଙ୍କଠାରୁ ୧୦୦ ଲିଟର ମଦ ଓ ୨ଟି ବାଇକ ଜବତ କରାଯାଇଛି । ବେଗୁନିଆ ଥାନା ଅର୍ନ୍ତଗତ ରାସୋଳ, ଗେଡିଆପଲୀ, ଗ୍ରାମରେ ଅବକାରୀ ବିଭାଗ ସ୍କାର୍ଡ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ୬୦ଲିଟର ଦେଶି ମଦ ଓ ୩୯ ଲିଟର ବିୟର ଜବତ କରାଯାଇଛି । ତେବେ ଏହି ଚଢାଉରେ ସଦର ଥାନା ଅର୍ନ୍ତଗତ କାଇପଦର ଗ୍ରାମ ବାରିକ ସାହିର ନବ କିଶୋର ପ୍ରଧାନ (୪୯)ଙ୍କଠାରୁ ୨୦ଲିଟର ଓଏକ ବାଇକ, ଦେଉଳିଟାଙ୍ଗି ଗ୍ରାମର ଶ୍ରୀନିବାସ ମାଝୀ(୩୨)ଙ୍କଠାରୁ ୨୦ ଲିଟର ମଦ ଓ ଏକ ବାଇକ, ଦେଉଳିଟାଙ୍ଗି ଗ୍ରାମର ତି୍ରନାଥ ମାଝୀ(୪୦)୨୦ ଲିଟର ମଦ ରାସୋଳ ଗ୍ରାମ ଛକରୁ ଜବତ କରାଯାଇଛି ଓ ସେହିପରି ଗେଡିଆପଲୀ ଗ୍ରାମର ମନୋଜ ତରାଇ(୨୫ ବର୍ଷ ) ଠାରୁ ୩୯ ଲିଟର ବିଅର ଗେଡିଆପଲୀ ଗ୍ରାମଠାରୁ ଜବତ କରାଯାଇଛି । ଏହି ଅଭିଯୁକ୍ତମାନଙ୍କୁ ଖୋର୍ଦ୍ଧା କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ଅବକାରୀ ବିଭାଗ ଇନସପେକ୍ଟର ରଂଜନ କୁମାର ନାଏକ, ଏଏସଆଇ ସୁଜିତ ମୁଦୁଲୀ, ଅକ୍ଷୟ କୁମାର ଜେନା, କନେଷ୍ଟବଳ ରାଜେନ୍ଦ୍ର ସେସ ପ୍ରମୁଖ ସାମିଲ ଥିଲେ