Odisha news

ନୟାଗଡ :ଚାନ୍ଦପୁରରେ ଜିଲ୍ଲାର ପ୍ରଥମ କୋଭିଡ୍ ଡାକ୍ତରଖାନା

0

ରଣପୁର ; ସାରା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ସରକାର ଅଧିକାଂଶ ଜିଲ୍ଲାରେ ଥିବା ଡାକ୍ତରଖାନାଗୁଡିକୁ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରାଯାଉଛି । ତେବେ ଶନିବାର ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁରରେ ଥିବା ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କୋଭିଡ୍ ଡାକ୍ତରଖାନାରେ ପରିଣତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ନୟାଗଡ ଜିଲ୍ଲାପାଳ ଡ. ପୋମା ଟୁଡୁ ଘୋଷଣା କରିଥିଲେ । ଏହି ଡାକ୍ତରଖାନାରେ ଶନିବାର ଠାରୁ ଓପିଡି କୁ ବନ୍ଦ କରାଯାଇ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ଡାକ୍ତରଖାନାରେ ପରିଣତ କରାଯାଇଛି । କରୋନା ରୋଗୀଙ୍କ ଚିକିସôା ନିମନ୍ତେ ଏଠାରେ ୧୩ ଜଣ ଡାକ୍ତର ଓ ୧୦୦ ରୁ ଉର୍ଦ୍ଧ ବିଭିନ୍ନ ବିଭାଗର ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି କାରାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । ଏହି ଡାକ୍ତରଖାନାରେ କରୋନା ଟେଷ୍ଟ କରାଯିବାର ସୁବିଧା ମଧ୍ୟ ରହିଛି । ଏହି ସ୍ୱାସ୍ଥ୍ୟ କର୍ମଚାରୀମାନେ କରୋନା ଆକ୍ରାନ୍ତ ରୋଗୀଙ୍କୁ ଚିକିସôା କଲା ପରେ ନିଜେ କର୍ମଚାରୀମାନେ ମଧ୍ୟ ୧୪ ଧରି ଆଇସୋଲେସନରେ ରହିବେ । ପ୍ରତ୍ୟେକ କର୍ମଚାରୀଙ୍କୁ ୟୁନିଫର୍ମ, ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଛି । ନୟାଗଡ ଜିଲ୍ଲାରୁ ଏ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ନ ଥିବା ଜିଲ୍ଲାପାଳ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ସାମାଜିକ ଦୂରତା, ସାବୁନରେ ହାତ ଧୋଇବା, ଆଇସୋଲେସନ ଦ୍ୱାରା ଏହି ରୋଗ ବ୍ୟାପି ପାରିବ ନାହିଁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଅଧିକାରୀମାନେ କହିଥିଲେ । ଏହି ସମ୍ମିଳନୀରେ ନୟାଗଡ ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତ, ନୟାଗଡ ଏସ୍.ପି. ପ୍ରତୁ୍ୟଷ ଦିୱାକର, ଡି.ଏଫ୍.ଓ , ସି.ଡି.ଏମ୍ , ସମେତ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply