Odisha news

ହାଇସ୍କୁଲ ପରିସର ଦିନରେ ପରିବା ହାଟ ସନ୍ଧ୍ୟାରେ ମଦ ହାଟ

0

ବାଙ୍କୀ : ସାରା ଦେଶରେ ଲକଡ଼ାଉନ ·ଲୁଥିବାବେଳେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯଥା ଗ୍ରୋସରୀ, ମାଛ, ମାଂସ, ଔଷଧ ଦୋକାନ ଖୋଲା ରହିଛି । ମାତ୍ର ମଦ ଦୋକାନ ସବୁ ବନ୍ଦ ରହିଛି । ହେଲେ ଦିନରେ ପରିବା ହାଟ ଚାଲୁଛି । ସନ୍ଧ୍ୟାହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଛି ମଦର ଆସରା ଯାହାକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଏପରିକି ଏଠାରେ ମଦ ପିଇବାକୁ ବହୁ ଦୂର ଗ୍ରାମରୁ ଆସୁଥିବାର ଅଭିଯୋଗ ହେଉଛି । ଅଭିଯୋଗରୁ ଜଣାଯାଇଛିଯେ ବାଙ୍କୀ ତୁଳସୀପୁର ହାଇସ୍କୁଲ ପରିସରରେ ସକାଳେ ପରିବା ହାଟ ଚାଲୁଛି । ହାଟ ପାଳିରେ ହାଟ ଚାଲେ ମାତ୍ର ସନ୍ଧ୍ୟା ହେଲେ େ·ରା ମଦ ବେପାର ଚାଲେ । ଖୋର୍ଦ୍ଧା-ବାଙ୍କୀ ରାସ୍ତା କଡ଼ରେ ବଜାରକୁ ଲାଗି ରହିଥିବା ପଡ଼ିଆରେ ଖୁଲମଖୁଲା ମଦ ବେପାର ଚାଲୁଛି । ଗ୍ରାମବାସୀଙ୍କ ପକ୍ଷରୁ ବାଙ୍କୀ ଥାନାକୁ ଖବର ଦିଆଯାଇଥିଲେ ମଧ୍ୟ ପୋଲିସ ଆସି ବନ୍ଦ କରିପାରୁନଥିବାର ଅଭିଯୋଗ ହେଉଛି । ରାତିରେ ସ୍କୁଲ ପଡ଼ିଆରେ ଜୁଳୁଜୁଳିଆ ମୋବାଇଲ ଆଲୋକରେ ମଦ ପିଇବା ଚାଲିଛି । ଅନେକ ମଦ୍ୟପ ସାଧାରଣ ଲୋକଙ୍କୁ ଗାଳିଗୁଲଜ କରି ଭୟଭୀତ କରୁଥିବାବେଳେ ବାଙ୍କୀ ପୋଲିସ କହୁଛି ଆମେ ଜାଣିପାରୁନୁ । ବାଙ୍କୀ ଥାନା ଠାରୁ ୮କିମି ଦୂରରେ ଥିବା ଏହି ସ୍କୁଲ ପଡ଼ିଆକୁ ସନ୍ଧ୍ୟାରେ ଚଢ଼ାଉ କରାଗଲେ ମଦ ବେପାରୀ ସହିତ ମଦୁଆମାନେ ମଧ୍ୟ ଧରାପଡ଼ନ୍ତେ । ହେଲେ ପୋଲିସର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସଂପର୍କରେ କଟକ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ପ·ରିବାରେ ସେ କହିଲେ ଅଭିଯୋଗ ପାଇନଥିଲୁ ଏବେ ଖବର ପାଇଲୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।

Leave A Reply