Odisha news

ବାଙ୍କୀ :ତୁଳସୀପୁର ବଜାରରେ ଲକଡ଼ାଉନକୁ ଫୁ…

0

ବାଙ୍କୀ: ବାହାରକୁ ନବାହରିବା, ଘରେ ରୁହ ସୁରକ୍ଷିତ ରୁହ ସୁସ୍ଥ ରହିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ସୂଚନା ଦିଆଯାଉଥିଲେ ମଧ୍ୟ ସାଧାରଣ ଲୋକେ ମାନୁନାହାନ୍ତି ଲକଡ଼ାଉନକୁ । ମୁହଁରେ ମାସ୍କ ପିନ୍ଧୁ ନଥିବାବେଳେ ସାମାଜିକ ଦୂରତା ରଖୁନଥିବାର ଦେଖାଯାଇଛି । ଭୟଙ୍କର କରୋନାରୁ ରକ୍ଷା ପାଇବା ପାଇଁ ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଲକଡ଼ାଉନ ଘୋଷଣା କରିଥିଲେ ହେଁ ଅମାନିଆକୁ ସାବାଡ଼ କରିପାରୁନାହିଁ ପୋଲିସ । ଅଭିଯୋଗରୁ ଜଣାଯାଇଛିଯେ ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁର ବଜାରରେ ରାସ୍ତାକଡ଼ରେ ମାଛ କିଣିବାକୁ ନାହିଁନଥିବା ଭିଡ଼ ଲାଗି ରହିଛି ହେଲେ କେହି ମାସ୍କ ପିନ୍ଧି ନଥିବାବେଳେ ସାମାଜିକ ଦୂରତାକୁ ମଧ୍ୟ ରଖୁନାହାନ୍ତି । ସମସ୍ତେ ଦେହକୁ ଦେହ ଲଗାଇ ମାଛ କିଣୁଥିବାର ଦେଖାଯାଇଛି । ଏ,ପରିକି ମାଛ ବିକ୍ରି କରୁଥିବା ମାଛ ବ୍ୟବସାୟୀ ମଧ୍ୟ ନିଜେ ମୁହଁରେ ମାସ୍କ କିମ୍ବା ଗାମୁଛା ବାନ୍ଧି ନଥିବାର ଦେଖା ଯାଇଛି । ଯେଉଁଭଳି ମାସ୍କ ନପିନ୍ଧିଲେ ପେଟ୍ରୋଲ ମିଳୁନି ସେହି ମାସ୍କ ନପିନ୍ଧିଲେ ମାଛ ବି କିଣିପାରିବେ ନାହିଁ ବୋଲି ରୋକଠୋକ୍ ବ୍ୟବସାୟୀ ଫେରାଇଦେବା କଥା । ମହାମାରୀ କରୋନାକୁ ଦୂରେଇବାକୁ ହେଲେ ସାମାଜିକ ଦୂରତାକୁ ବଜାୟ ରଖିବା ଅନ୍ୟମାନଙ୍କୁ ମଧ୍ୟ ପରାମର୍ଶ ଦେବା କଥା । ମାତ୍ର ତାହା କରାନଯାଉ ନାହିଁ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଏହାକୁ ତଦାରଖ କରିବାକୁ କିମ୍ବା ଜନଗହଳି କରୁଥିବା ଲୋକଙ୍କୁ ପୋଲିସ ତାଗିଦ୍ କରିବା କଥା ମାତ୍ର ତୁଳସୀପୁର ବଜାରରେ ବାଙ୍କୀ ପୋଲିସର ଦେଖାବି ମିଳୁନି । କିନ୍ତୁ ଖୋରଧା ଜିଲ୍ଲା ବାଘମାରୀ ପୋଲିସ ପହଞ୍ଚô ଖୋରଧା ଜିଲ୍ଲାର ତୁଳସୀପୁର ଅଞ୍ଚଳରେ ଚଢ଼ାଉ ଜାରି ରଖିଛି । ବାଙ୍କୀ ପୋଲିସ ପହଞ୍ଚô ପାଟ୍ରୋଲିଂ କରିବା ପାଇଁ ଦାବି ହେଉଛି ।

Leave A Reply