Odisha news

ଫୁଲବାଣୀ : ଲକଡାଉନରେ ରକ୍ତର ଅଭାବ ଦୁର କରିବାକୁ ରାଇକିଆ ପୋଲିସ ପକ୍ଷରୁ ରକ୍ତଦାନ ଶିବିର ସାମାଜିକ ଦୁରତା ରଖି ୧୪୧ ୟୁନିଟ୍ ରକ୍ତ ସଂଗୃହିତ

0

ଫୁଲବାଣୀ : କନ୍ଧମାଳ ଜିଲାରେ ଲକଡାଉନ ଆରମ୍ଭ ହେବାର ୨୫ ଦିନରୁ ଅଧ୍ଚଳ ସମୟ ବିତିଯାଇଛି । ଏହି ଲକଡାଉନ ଅବସରରେ ଜିଲାରେ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସରକାରଙ୍କ ତରଫରୁ ଲୋକଙ୍କୁ ରନ୍ଧା ଖାଦ୍ୟ ସମେତ ଚାଉଳ ଡାଲି ଭଳି ଅନ୍ୟାନ୍ୟ ଅତ୍ୟନ୍ତ ଜରୁରୀ ସାମଗ୍ରୀର ଯୋଗାଣ କରାଯାଉଛି । ଏହାସହିତ ପନିପରିବା ମଧ୍ୟ ଲୋକଙ୍କୁ ମିଳିଯାଉଛି । ତେବେ ଲକଡାଉନ ଆରମ୍ଭ ପରେ ଜିଲାରେ ରକ୍ରଦାନ ଶିବିରର ଆୟୋଜନ ହୋଇ ପାରୁନଥିବାରୁ ଫୁଲବାଣି ରକ୍ତ ଭାଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଏହି ଅଭାବକୁ ଦୁର କରିବା ନିମନ୍ତେ ଜିଲା ପୋଲିସ ପକ୍ଷରୁ ରାଇକିଆ ଥାନା ପୋଲିସ ଦ୍ୱାରା ଏକ ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ ରାଇକିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ହୋଇଛି । ଏହି ଶିବିରକୁ ଡିଏସପି କୃଷ୍ଣପ୍ରସାଦ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି ଅବସରରେ ଫୁଲବାଣୀ ରକ୍ତ ଭଣ୍ଡାର ଅଧିକାରୀ ଡା.ଜୟଦୀପ ଘୋଷଙ୍କ ସହ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡିଆ, ରେଡକ୍ରସର ଆଜୀବନ ସଦସ୍ୟ ତଥା ରକ୍ତଦାତା ପ୍ରଶାନ୍ତ କୁମାର ବେହେରା,ଟିମ ହୁ୍ୟମାନିଟିର ଆବାହକ ଭି.ଲୋକନାଥ ରାଜୁ,ରାଇକିଆ ବଣିକ ସଂଘର ସଭାପତି ସତ୍ୟବାନ ପାତ୍ର,ସମ୍ପାଦକ ବିଜୟ କୁମାର ପଣ୍ଡା,ପୂଜା କମିଟିର ସଭାପତି ନାରାୟଣ ପ୍ରସାଦ ମହାନ୍ତି,ଉପ-ସଭାପତି ଗଦାଧର ସାହୁ,ସନ୍ତୋଷ କୁମାର ସାହୁଙ୍କ ସମେତ ରାଇକିଆର ଅନକେ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ରକ୍ତ ସଂଗ୍ରହ କାର୍ଯ୍ୟରେ ଏଲଟି ଦିନକୃଷ୍ଣ ମହନ୍ତ,ତୁଷାକାନ୍ତ ପ୍ରଧାନ,ସୁଜିତ କୁମାର ସାହୁ ଓ ବରୁଣ କୁମାର ବେହେରା ପ୍ରମୁଖ ସମ୍ପାଦନ କରିଥିଲେ । ଶିବିରରେ ପୋଲିସ ପକ୍ଷରୁ ନାରାୟଣ ମହାନ୍ତି,ଅରବିନ୍ଦ ପ୍ରଧାନଙ୍କ ସମେତ ରାଇକିଆ ବଣିକ ସଂଘର ସମସ୍ତ କର୍ମକର୍ତା ଟିମହୁ୍ୟମାନିଟିର ସଦସ୍ୟ ହିମାଂଶୁ ନାୟକଙ୍କ ସମମେତ ଆବାହକ ଭି.ଲୋକନାଥ ରାଜୁ ଓ ପ୍ରଶାନ୍ତ କୁମାର ବେହେରା ରାଜୁ ପ୍ରମୁଖ ସହାୟତା କରିଥିଲେ । ଏହି ଶିବିରରେ ୧୪୧ ଜଣ ରକ୍ତ ଦାତା ସ୍ୱେଛାକୃତ ଭାବରେ ରକ୍ତ ଦାନ କରିଥିଲେ ।

Govt
Leave A Reply