Odisha news

ଛତ୍ରପୁର :ଅଗ୍ନିଶମବିଭାଗ ପକ୍ଷରୁ ରାସାୟନିକବିଶୋଧକ ସ୍ପ୍ରେ

0

ଛତ୍ରପୁର: କରୋନା ମୁକାବିଲା ନେଇକେନ୍ଦ୍ର ଓ ରାଜ୍ୟସରକାରଲୋକଙ୍କସୁରକ୍ଷା ନିମନ୍ତେ ବିଭିନ୍ନ କାର୍ଯ୍ୟ କରି ଆସୁଛନ୍ତି । ଲୋକ କିପର ିସୁରକ୍ଷିତ ରହିବେ ଏଥି ନିମନ୍ତେ ଲକ୍ଡ଼ାଉନ୍ ଘୋଷଣା କରିଛନ୍ତି । ଏନେଇ ଗଞ୍ଜାମଜିଲ୍ଲା ପ୍ରଶାସନ ପକ୍ଷରୁଗଞ୍ଜାମଜିଲ୍ଲାପାଳଙ୍କଠାର ୁ ଆରମ୍ଭ କରି ବିଭିନ୍ନ ବିଭାଗର କର୍ମଚାରୀ ମାନେ ଦିନ ରାତିକୁ ଏକ କରିକରୋନାକୁକିପରି ଦୁରେଇରଖିବା ନିମନ୍ତେ କାର୍ଯ୍ୟକରି ଆସୁଛନ୍ତି ।ସେଥି ମଧ୍ୟରୁ ଅଗ୍ନିଶମବିଭାଗ ପକ୍ଷରୁକର୍ମଚାରୀମାନେ ଯୋଦ୍ଧା ଭଳି ଏହି ମୁକାବିଲାରେ ସାମିଲ୍ ହୋଇ ଲୋକଙ୍କସୁରକ୍ଷା ନିମନ୍ତେ କାର୍ଯ୍ୟକରୁଛନ୍ତି । ରବିବାର ଛତ୍ରପୁର ଅଗ୍ନିଶମବିଭାଗ ପକ୍ଷରୁ ସ୍ଥାନୀୟ ଏନଏସିର ସାହିବସ୍ତିରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାଳୟ, ବ୍ୟାଙ୍କ କୁ ରାସାୟନିକବିଶୋଧକ ସ୍ପ୍ରେ କରିବାସହ ସ୍ଥାନୀୟ କୋର୍ଟଷ୍ଟେସନ ୍ସ୍ଥିତ ଅସ୍ଥାୟୀ ପନିପରିବାମାର୍କେଟ୍ଏବଂମାଛମାର୍କେଟ୍ ପରିସର ମଧ୍ୟ କର୍ମଚାରୀମାନେ ରାସାୟନିକବିଶୋଧକ ସ୍ପ୍ରେ କରିଲୋକମାନେ କିପରି କରୋନାଭୁତାଣୁସଂକ୍ରମଣରୁ ଦୁରେଇରହିବେସେଥି ନିମନ୍ତେ କାର୍ଯ୍ୟକରୁଛନ୍ତି । ପୂର୍ବରୁଛତ୍ରପୁର, ଗଞ୍ଜା, ଗୋପାଳପୁର , ପୋଲସରା, ବୁଗୁଡ଼ା ଅଂଚଳରେ ରେଏହିକର୍ମଚାରୀମାନେ ପହଂଚି ବିଶୋଧକ ସ୍ପ୍ରେ କାର୍ଯ୍ୟରେ ନିୟୋଜିତହୋଇ ଆସୁଛନ୍ତି ।

Leave A Reply