Odisha news

ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀନାରାୟଣ ଧଳ ରନ୍ଧାଖାଦ୍ୟ ପରଷିଲେ , ମାସ୍କ , ସାବୁନ ବାଣ୍ଟିଲେ

0

ଆଗରପଡ଼ା: ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀନାରାୟଣ ଧଳ ଆଜି ଆଗରପଡ଼ା ଥାନା ଅଧିନ ଗୋପିନାଥପୁର ଓ ·ରିଗାଁ ପଞ୍ଚାୟତରେ ପହଞ୍ଚô ଅଭାବୀ ପରିବାରକୁ ମାସ୍କ ଓ ସାବୁନ ବଣ୍ଟନ କରିବା ସହିତ କରୋନାର ଭୟାବହତା ସମ୍ପର୍କରେ ସଚେତନତା କରାଇଥିଲେ । ଗୋପିନାଥପୁର ପଞ୍ଚାୟତର ପାଣିଛତ୍ର, ବଡ଼ସନ୍ଦାଡ଼ୋ, କାଳିମେଘା, ଆଦିବାସୀ ସାହୀ, ·ରିଗାଁ ପଞ୍ଚାତର ଉପର ସାହି ଓ ଦଳିତ ବସ୍ତିରେ ସାମଗ୍ରୀ ବଣ୍ଟନ କରିବା ପରେ ଗୋପିନାଥପୁର ପଞ୍ଚାୟତର ରାସନ ସାମଗ୍ରୀ ପାଉ ନଥିବା ଗୁରୁବାରୀ ହେମ୍ବ୍ରମ, ଦିବାକର ହୋ, ଧୀରେନ ସାହୁ, ମଦନ ସିଂ, ଜେମା ସିଂ ଆଦି ପରିବାରକୁ ନିଜ ହାତରେ ଶ୍ରୀଧଳ ରନ୍ଧାଖ୍ାଦ୍ୟ ପରଷି ଥିଲେ । କାର୍ଯ୍ୟକ୍ରମରେ ମହତାବ ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶ, କାର୍ଯ୍ୟକାରୀ ସଭାପତି ଶିବାନନ୍ଦ ଦାସଅଧିକାରୀ, ଅମୂଲ୍ୟରତ୍ନ ନନ୍ଦ, ଶିବ ନାରାୟଣ ସିଂହ, ରମାକାନ୍ତ ନାୟକ, ନାରୀନେତ୍ରୀ ମମତା ନାୟକ, ଟୁକୁନା ପାଣିଗ୍ରାହୀ, ସୁରେଶ ବରାଳ ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply