ଆମେ ସାଧାରଣ ଭାବରେ ପୂଜା ବ୍ରତରେ ପିଆଜ ରସୁଣ ସେବନ କରି ନଥାଉ l କିନ୍ତୁ ବିଶେଷ ଭାବେ ହିନ୍ଦୁ ଧର୍ମ କୁ ଗୁରୁତ୍ୱ ଦେଇ ଗ୍ରହଣ କରିଥିବା ବ୍ୟକ୍ତି ପିଆଜ ରସୁଣ ସେବନ କରିବା ପାଇଁ ଇଛା କରି ନଥାଆନ୍ତି l ଏପରିକି ଏହି ୨ ଟି ଜିନିଷ କୁ ଭଗବାନ ଙ୍କ ପ୍ରସାଦ ରୁ ମଧ୍ୟ ଦୂରେଇ ରଖା ଯାଇଥାଏ l ଏହା ପଛରେ ଧାର୍ମିକ କାରଣ ରହିଛି l ଆସନ୍ତୁ ଜାଣିବା କାହିଁକି ପିଆଜ ରସୁଣ ଖାଇବା ଉଚିତ ନୁହେଁ l
* ଶାସ୍ତ୍ର ଅନୁସାରେ ଭୋଜନ କୁ ୩ ଭାଗରେ ବିଭକ୍ତ କରାଯାଇଛି l ଗୋଟିଏ ହେଲା ସତ୍ୱୀକ ଭୋଜନ , ଦ୍ଵିତୀୟ ଟି ହେଲା ରାଜସିକ ଭୋଜନ ଓ ତୃତୀୟ ଟି ହେଲା ତାମସିକ ଭୋଜନ l ଏହି ୩ ପ୍ରକାର ଭୋଜନ ର ଅଲଗା ଅଲଗା ଗୁଣ ରହିଛି l
* ତାମସିକ ଭୋଜନ ଖାଇବା ଦ୍ୱାରା ମଣିଷ ମନରେ ଅହଂକାର , କ୍ରୋଧ , ଘୃଣା , ବିନାଶ ଭଳି ପ୍ରକୃତି ଉତ୍ପନ ହୋଇଥାଏ l ପିଆଜ ଓ ରସୁଣ ତାମସିକ ଭୋଜନ ଶ୍ରେଣୀ ରେ ରହି ଥାଆନ୍ତି l ଶାସ୍ତ୍ର ର ମାନ୍ୟତା ଅନୁସାରେ ଏହି ୨ ଟି ଜିନିଷ ଉତେଜନା ଓ ଅଜ୍ଞାନତା କୁ ବୃଦ୍ଧି କରି ଥାଆନ୍ତି l
* ଶାସ୍ତ୍ର ର ମାନ୍ୟତା ଅନୁସାରେ ଏହି ୨ ଟି ଜିନିଷ କୁ ସେବନ କରିବା ଦ୍ୱାରା ଆଧ୍ୟାତ୍ମିକ ରାସ୍ତାରେ ଚାଲିବାରେ ବାଧା ସୃଷ୍ଟି ହୋଇଥାଏ l ତେଣୁ ପୂଜା ପାର୍ବଣ ରେ ଏହି ୨ ଟି ଜିନିଷ କୁ ସେବନ କରିବା ପାଇଁ ମନା କରାଯାଇ ଥାଏ l
* ଗ୍ରଂଥ ଅନୁସାରେ ପିଆଜ ଓ ରସୁଣ ସେବନ କରିବା ଦ୍ୱାରା ଶରୀର ଗରମ ହୋଇଯାଇ ଥାଏ ଓ ଅନେକ ପ୍ରକାର ବିକାର ଉତ୍ପନ ହୋଇଥାଏ l
* ବୈଜ୍ଞାନିକ ମାନ୍ୟତା ଅନୁସାରେ ପିଆଜ ରସୁଣ ଖାଇବା ଦ୍ୱାରା ଶରୀର ଉତେଜିତ ଲାଗିଥାଏ l ବ୍ୟକ୍ତି କୁ ଉତେଜିତ କାରଣରୁ ନିଦ୍ରା ହେବାରେ ବାଧା ପ୍ରାପ୍ତ ହୋଇଥାଏ l ଏବଂ ଅଳସୁଆ ଲାଗିଥାଏ l