Odisha news

ଏପ୍ରିଲ୍‌ରୁ ଟିକା ନେଲେଣି ପୁତିନ୍‌

0

ଏପର୍ଯ୍ୟନ୍ତ ୧୯୬ ଦେଶର ପ୍ରାୟ ୬ ଲକ୍ଷ ଲୋକଙ୍କ ଜୀବନ ନେଇଥିବା କରୋନା ଭାଇରସର ଟିକା ପାଇଁ ଶତାଧିକ କମ୍ପାନୀ ପ୍ରାଣମୂର୍ଚ୍ଛା ଚେଷ୍ଟା ଜାରି ରଖିଛନ୍ତି । ଇତିମଧ୍ୟରେ ରୁଷିଆ ଦାବି କରିଛି ଯେ କରୋନା ଭେକ୍ସିନ୍‌ର ପ୍ରଥମ ପର୍ଯ୍ୟାୟ ପରୀକ୍ଷାମୂଳକ ପ୍ରୟୋଗ ସମ୍ପୂର୍ଣ୍ଣ ହୋଇଛି । ରୁଷିଆର ଏହି ଟିକାକୁ ନେଇ ଏବେ ଆସିଛି ଏକ ଚମକପ୍ରଦ ଖବର । ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ୍‌ଙ୍କ ସମେତ ଅଧିକାଂଶ ରାଜନେତା, ଉଚ୍ଚ ସରକାରୀ ଅଧିକାରୀ ଏବଂ କୋଟିପତି ବ୍ୟବସାୟୀମାନେ ଏପ୍ରିଲ ମାସରୁ ଟିକା ନେଇସାରିଛନ୍ତି । ମସ୍କୋସ୍ଥିତ ସରକାରୀ କମ୍ପାନୀ ଗମଲେୟା ଇନ୍‌ଷ୍ଟିଚୁ୍ୟଟ୍‌ ଏପ୍ରିଲ୍‌ରେ ଟିକା ପ୍ରସ୍ତୁତ କରିଥିଲା । ଏଥିପାଇଁ ରୁଷୀୟ ସେନା ଏବଂ ରଷିଆନ୍‌ ଡାଇରେକେଫାରେଟ୍‌ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌ ଦେଇଥିଲେ ଆର୍ଥିକ ସହାୟତା । ପ୍ରଥମେ ଏହାକୁ ଯବାନମାନଙ୍କଠାରେ ପରୀକ୍ଷା କରାଯାଇଥିଲା । ଯଦିଓ ତାହାର ରିପୋର୍ଟ ଏ ପର୍ଯ୍ୟନ୍ତ ଘୋଷିତ ହୋଇ ନାହିଁ । ସେପେଫମ୍ବରରେ ଏହାକୁ ବିପୁଳ ସଂଖ୍ୟାରେ ଉକ୍ସଊାଦନ କରାଯିବ ।

Nalco
Leave A Reply