ଭୁବନେଶ୍ୱର- ଆସନ୍ତାକାଲି (ମଙ୍ଗଳବାର) ଠାରୁ ମୋ ବସ୍ ଚଳାଚଳ ଆରମ୍ଭ ହେବ । ମୋଟ ୮ ଟି ରୁଟ୍ ରେ ନନ୍ ଏସି ବସ୍ ଚାଲିବ । ସକାଳ ୭ ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବସ୍ ସେବା ଚାଲୁ ରହିବ । ରୁଟ୍ ନଂ ୧୧, ୧୬ , ୧୮, ୨୦, ୨୩, ୨୫ ,୨୭ ଓ ୩୩ରେ ମୋ ବସ୍ ଚାଲିବ । ତେବେ ଅଗଷ୍ଟ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ଦିନ ମୋ ବସ୍ ଚାଲିବନାହିଁ । କ୍ୟାପିଟାଲ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୧୭ ତାରିଖ ଠାରୁ ମୋ ବସ୍ ଚଳାଚଳ ବନ୍ଦ ରହିଥିଲା ।
