ମନପସନ୍ଦର ଆଇସ୍କ୍ରିମ୍ ଫ୍ଲେଭର୍ରୁ ଜାଣି ହେବ ଆପଣ କେଉଁ ବୟସରେ ପ୍ରେମ କରିବେ । ଏମିତି କିଛି ତଥ୍ୟ ଗବେଷକମାନେ ଜାଣିବାକୁ ପାଇଛନ୍ତି । ଏହା ବାଦ୍ ପସନ୍ଦର ଆଇସ୍କ୍ରିମ୍ରୁ ଜଣକ ଚରିତ୍ର ସମ୍ପର୍କରେ ବହୁତ କିଛି ତଥ୍ୟ ମିଳିବ । ଲଭର୍ଙ୍କ ପାଇଁ ଷ୍ଟ୍ରବେରୀ ଆଇସ୍କ୍ରିମ୍ ଉଦ୍ଦିଷ୍ଟ ବୋଲି ଅଧ୍ୟୟନ ଦାବି କରିଛି । ଏହାସହ ବିଲେଇ ବା କୁକୁର ପସନ୍ଦ କି ନାହିଁ ତାହା ମଧ୍ୟ ଫ୍ରୋଜେନ୍ ଡେଜଟ୍ ପୂର୍ବାନୁମାନ କରିବ । ୨ ହଜାର ଆମେରିକୀୟଙ୍କୁ ବିଭିନ୍ନ ଗ୍ରୁପ୍ରେ ଭାଗ କରାଯାଇ ଦେଖାଯାଇଥିଲା ଚକୋଲେଟ୍, ଭାନିଲା ବା ଷ୍ଟ୍ରବେରୀ ଆଇସ୍କ୍ରିମ୍କୁ କିଏ କେମିତି ପସନ୍ଦ କରୁଛି। ଷ୍ଟ୍ରବେରୀ ଆଇସ୍କ୍ରିମ୍ପ୍ରେମୀଙ୍କୁ ୨୪ ବର୍ଷ ବୟସରେ ପ୍ରେମିକ/ପ୍ରେମିକା ମିଳିଥାନ୍ତି। ଏହା ସହ ସେମାନଙ୍କୁ ଜାଜ୍, ସାଇନ୍ସ-ଫିକ୍ସନ୍ ଆଦି ପସନ୍ଦ । ୨୫ ବର୍ଷ ନ ହେବା ପର୍ଯ୍ୟନ୍ତ ଭାନିଲାପ୍ରେମୀଙ୍କୁ ସେମାନଙ୍କ ପ୍ରେମ ମିଳି ନ ଥାଏ । ସେହିପରି ଚକୋଲେଟ୍ ପ୍ରେମୀଙ୍କୁ ୨୬ ବର୍ଷରେ ଲଭ୍ ମିଳିଥାଏ ଓ ସେମାନେ ବହୁ ମେଳାପୀ ସ୍ୱଭାବର । ତେବେ ଅଧ୍ୟୟନରେ କିଛି କମି ଥିବା କୁହାଯାଉଛି କାରଣ ଏଥିରେ ଅନ୍ୟ ସୁସ୍ୱାଦୁ ଆଇସ୍କ୍ରିମ୍ ସାମିଲ ଥିଲା ଯାହାକୁ କେହି ଧ୍ୟାନ ଦେଇ ନ ଥିଲେ । ଆଇସ୍କ୍ରିମ୍ ଫ୍ଲେଭର୍ ସହ ଆଇସ୍କ୍ରିମ୍ ଟପିଙ୍ଗ୍ ମଧ୍ୟ ଅଧ୍ୟୟନରେ ଗୁରୁତ୍ୱ ଦିଆଯାଇଥିଲା । ୫୨% ପ୍ରତିଯୋଗୀ ଚକୋଲେଟ୍ ଚି« ଟପିଙ୍ଗ୍ ପସନ୍ଦ କରନ୍ତି ।
