Odisha news

ଭର୍ଚୁଆଲ୍‌ ଡେଟ୍‌ରୁ ପାଣ୍ଠି ଯୋଗାଡ଼ କରୁଛନ୍ତି ବାଣୀ

0

ଲକ୍‌ଡାଉନ୍‌ରେ ଜୀବିକା ହରାଇଥିବା ଦିନ ମଜୁରିଆଙ୍କ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ ଆଗକୁ ଆସିଛନ୍ତି ଅଭିନେତ୍ରୀ ବାଣୀ କପୁର । ଏଥିପାଇଁ ସେ ଭର୍ଚୁଆଲ ଡେଟ୍‌କୁ ଯିବେ । ବାଣୀ କହିଛନ୍ତି, ମାନବିକତା ରଖି ଆମକୁ ଦେଶର ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି । ମୁଁ ଦେଶର ଦିନ ମଜୁରିଆ ଓ ସେମାନଙ୍କ ପରିବାରର ସାହାଯ୍ୟ ପାଇଁ ଏପରି କରୁଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୫ ଜଣ ବିଜେତାଙ୍କୁ ବାଣୀଙ୍କୁ ଦେଖା କରିବାର ସୁଯୋଗ ମିଳିବ । ପାଞ୍ଚ ଜଣ ଭାଗ୍ୟଶାଳୀ ବିଜେତା ମୋ ସହ ଏକ ଭର୍ଚୁଆଲ ଡେଟ୍‌ କରିପାରିବେ । ଆମେ ଏହା ଜରିଆରେ ଫଣ୍ଡ ଏକାଠି କରି ଅନେକ ପରିବାରଙ୍କୁ ସାହାଯ୍ୟ କରିବୁ । ଏହି ଟଙ୍କା ଶ୍ରମିକ ଓ ସେମାନଙ୍କ ପରିବାରକୁ ରନ୍ଧାଖାଦ୍ୟ ଯୋଗାଇବାରେ ଖର୍ଚ୍ଚ ହେବ । ଏହି ଭୋଜନର ମୂଲ୍ୟ ୩୦ ଟଙ୍କା ଓ ଏହା ମହାରାଷ୍ଟ୍ର, ବେଙ୍ଗଲୁରୁ ଓ ଚେନ୍ନାଇର ବିଭିନ୍ନ ଅଞ୍ଚଳରେ ବଣ୍ଟାଯିବ । ଏହି ପୌଷ୍ଟିକ ଭୋଜନରେ ଭାତ, ଡାଲି, ପନିପରିବା ଓ ରୁଟି ସାମିଲ କରାଯିବ । ଏହି ପ୍ରୟାସ ପାଇଁ ସେ ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଳାଙ୍କ ଅନ୍‌ଲାଇନ୍‌ ଫଣ୍ଡିଂ ପ୍ଲାଟଫର୍ମ ଫ୍ୟାନ୍‌କାଇଣ୍ଡ୍‌ ସହ ମିଶି କାମ କରିଛନ୍ତି ।

Leave A Reply