Odisha news

ମହିଳାଙ୍କୁ ସଶକ୍ତ କରୁଛି ଉତ୍କଳ ଆଲୁମିନା

0

ରାୟଗଡା : ଉତ୍କଳ  ଆଲୁମିନାର ଆଗମନ ଦ୍ୱାରା କେବଳ ରାୟଗଡ଼ା ସମୃଦ୍ଧ ହୋଇନାହିଁ ବରଂ ଏହାର ଆଦିବାସୀମାନେ ମଧ୍ୟ ଏକ ସ୍ୱତନ୍ତ୍ର ମାନ୍ୟତା ହାସଲ କରିଛନ୍ତି ଏବଂ ଅବିଶ୍ୱସନୀୟ ପ୍ରଗତି ହାସଲ କରିଛନ୍ତି ଉକ୍ରଳ ଆଲୁମିନାର ଅଂଶ ଭାବେ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ନେତୃତ୍ୱାଧୀନ ଆଦିତ୍ୟ ବିର୍ଲା ସେଂଟର ଫର କମୁ୍ୟନିଟି ଇନିସିଏଟିଭ୍ସ୍ ଆଣ୍ଡ୍ ରୁରାଲ୍ ଡେଭେଲପ୍ମେଂଟ୍ ଅଧୀନରେ ୟୁଏଆଇଏଲ୍ର ନିର୍ଦେଶିକା ଡକ୍ଟର ପ୍ରଜ୍ଞା ରାମଙ୍କ ସହାୟତାରେ, ୟୁଏଆଇଏଲ୍ର ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ଏନ୍ ନାଗେଶ ଏଚ୍ଆର୍ ମୁଖ୍ୟ ଶ୍ରୀଯୁକ୍ତ ଟି ମୀନାପ୍ରକାଶଙ୍କ ପକ୍ଷରୁ ନିଯୁକ୍ତି ସୃଷ୍ଟି, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଗ୍ରାମୀଣ ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ ସାମଗ୍ରିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆଦିବାସୀ ମହିଳା ବାଳିକାଙ୍କ ଅର୍ଥନୈତିକ ବିକାଶ ପାଇଁ କଂପାନି ପକ୍ଷରୁ ଏହାର ସିଏସ୍ଆର୍ କାର୍ଯ୍ୟକଳାପ ଅଧୀନରେ ଦୁଇଟି ସଫଳ ପ୍ରକଳ୍ପ ସକ୍ଷମ କୌଶଲ୍ୟା ଆରମ୍ଭ କରାଯାଇଥିଲା ସିଲାଇ ଏବଂ ବସ୍ତ୍ର ପ୍ରସ୍ତୁତି ପ୍ରଶିକ୍ଷଣ ଜରିଆରେ ଗ୍ରାମୀଣ ବାଳିକା ମହିଳାଙ୍କ ଦକ୍ଷତାକୁ ଶାଣିତ କରିବା ଲାଗି ସକ୍ଷମ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା ବର୍ତମାନ ପାରିପାଶ୍ୱିର୍କ ୮ଟି ଗ୍ରାମର ୩୦ ଜଣ ମହିଳା ଟିକିରି ଠାରେ ଥିବା ବସ୍ତ୍ର ଉତ୍ପାଦନ ୟୁନିଟ୍ରେ ନିୟୋଜିତ ହୋଇଛନ୍ତି

ବର୍ତମାନ ଏହାର କୋଭିଡ୍୧୯ ବିଶ୍ୱ ମହାମାରୀର ମୁକାବିଲା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉପରେ ନିରନ୍ତର ଉଦ୍ୟମ କରି, ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ୍ରେ ଥିବା ଆଦିତ୍ୟ ବିର୍ଲା ଗ୍ରୁପ୍ର ୟୁନିଟ୍ ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ପକ୍ଷରୁ ଏହା ଉପସ୍ଥିତ ଥିବା ଉଭୟ ଜିଲ୍ଲାରେ ଏହାର ସମସ୍ତ ଅଂଶୀଦାରଙ୍କୁ ଲକ୍ଷରୁ ଅଧିକ ମାସ୍କ ବଂଟନ କରିଛି ଏହି ସଙ୍କଟମୟ ସ୍ଥିତିରେ ଯେତେବେଳେ କୋଭିଡ୍୧୯ର ସଂକ୍ରମଣଠାରୁ ସମସ୍ତଙ୍କୁ ସୁରକ୍ଷା ଦେବା ଲାଗି ନିଶ୍ୱାସ ପ୍ରଶ୍ୱାସ ଜନିତ ସ୍ୱଚ୍ଛତା ପାଇଁ ମାସ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି, ସେତେବେଳେ ସକ୍ଷମରେ ନିୟୋଜିତ ହୋଇଥିବା ମହିଳାମାନେ ମାସ୍କର ଉତ୍ପାଦନ ବଢ଼ାଇବାକୁ ପ୍ରସ୍ତୁତ ହୋଇଯାଇଛନ୍ତି

ଏହି ଲକ୍ଡାଉନ୍ ସମୟର ସମସ୍ତ ପ୍ରତିବନ୍ଧକକୁ ପ୍ରତିହତ କରି ଆଖପାଖ ଗ୍ରାମର ମହିଳାମାନେ ପରିବର୍ତନ ଦୂତ ବୋଲି ନିଜକୁ ପ୍ରମାଣିତ କରିଛନ୍ତି ଏବଂ ସେମାନଙ୍କ ନିରନ୍ତର ଉଦ୍ୟମ ବଳରେ ପ୍ରାୟ ୫୦,୦୦୦ ମାସ୍କ ଉତ୍ପାଦନ କରିଛନ୍ତି ଏହା ସହିତ, ୟୁଏଆଇଏଲ୍ ପକ୍ଷରୁ ରାୟଗଡ଼ା କଳାହାଣ୍ଡି ଜିଲ୍ଲାରେ ବଂଟନ ପାଇଁ ୬୦,୦୦୦ ମାସ୍କ ମଗାଇବା ଲାଗି ବରାଦ ଦିଆଯାଇଛି ଏହା ସମାଜକୁ ସେବା କରିବା ସହିତ ବିକଳ୍ପ ଆୟ ଉତ୍ସ ପାଇଁ ଏକ ସୁଯୋଗ ପ୍ରଦାନ କରିଛି

 

 

Nalco
Leave A Reply