Odisha news

ଭାରୀଯାନ ଚଳାଚଳ ଯାନ ସକାଳ ଓ ସନ୍ଧ୍ୟାରେ ଆହୁରୀ ୩ ଘଣ୍ଟା ଅତିରିକ୍ତ ବର୍ଦ୍ଧିତ କରିବା ଉଦେ୍ଦଶ୍ୟରେ; ଜିଲ୍ଲାପ୍ରଶାସନ, ଗୋପାଳପୁର ବନ୍ଦର ଓ ପଂଚାୟତ ପ୍ରତିନିଧୀଙ୍କ ତ୍ରିପାକ୍ଷିକ ବୈଠକ

0

ଛତ୍ରପୁର :  ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ(ସାଧାରଣ) ଙ୍କ ପୌରହିତ୍ୟରେ  ଗୋପାଳପୁର ବନ୍ଦରକୁ ମାଲ ପରିବହନ ନିମନ୍ତେ ଭାରୀଯାନ ଚଳାଚଳ ସମୟକୁ ସକାଳ ସନ୍ଧ୍ୟାରେ ଆହୁରୀ ଘଣ୍ଟା ଅତିରିକ୍ତ ଚଲାଚଳ ନିମନ୍ତେ   ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି

 ଗୋପାଳପୁର ବନ୍ଦରକୁ ମାଲ ପରିବହନ ନିମନ୍ତେ ଭାରୀଯାନ ଗୁଡିକ ଯେତେ ପରିମାଣରେ ଆସୁଛି କେବେଳ ରାତି ସାଢେ ୧୦ ରୁ ସକାଳ ଟା ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ଚ ଚଳପ୍ରଚଳ ହେଉଥିୁବାରୁ ଭାରୀଯାନ ଗୁଡିକ ୧୬ ନମ୍ବର ଜାତୀୟ ରାଜପଥ କଡରେ ଛିଡା ହେବାକୁ ବାଧ୍ୟ ହେଉଛି ଏହାଫଳରେ ଦୁର୍ଘଟଣା ମଧ୍ୟ ଘଟୁଛି ଏଣୁ ଗୋପାଳପୁର ବନ୍ଦରକୁ ପରିବନ ପାଇଁ ଭାରୀଯାନ ଚଲାଚଳ ସମୟକୁ ଆସନ୍ତା ଦିନ ପାଇଁ ରାତିରେ ଘଣ୍ଟା ଏବଂ ସକାଳକୁ ଘଣ୍ଟା ଅତିରିକ୍ତ ଚଳାଚଳ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପରୋକ୍ତ ଅଂଚଳର  ଗ୍ରାମବାସୀଙ୍କୁ ଅନୁରୋଧ କରାଯାଇଛି

କାରଣ ଲକ୍ଡାଉନ୍ ସମୟରେ ବାହାର ରାଜ୍ୟରୁ ହଜାର ହାଜର ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ମାଧ୍ୟମରେ ଆସୁଛନ୍ତି ସେମାନଙ୍କୁ ବସ୍ ଯୋଗେ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ଅନ୍ୟ ଜିଲ୍ଲାର ପ୍ରବାସୀମାନଙ୍କୁ ମଧ୍ୟ ସେମାନଙ୍କ ଜିଲ୍ଲାକୁ ପଠାଯାଉଛି ଏହି ସମୟରେ ଜାତୀୟ ରାଜପଥ କଡରେ ଶହ ଶହ ଭାରୀଯାନ ଛିଡା ହୋଇଥିବାରୁ ସମସ୍ୟା ଉପୁଜିଛି ଏହାକୁ ଦୃଷ୍ଟିରେ ରଖି ପ୍ରଶାସନକୁ ସହଯୋଗ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କଣମଣା ସରପଞ୍ଚ, ସମିତି, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ, ସମିତି, କାଳିଆବାଲି ମାଟିଖାଲ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ

 ପଞ୍ଚାୟତ ପ୍ରତିନିଧି ଏବଂ ଗ୍ରାମବାସୀ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଥିଲେ ଆସନ୍ତା ଦିନ ପାଇଁ ଭାରୀଯାନ ଚଳାଚଳ କରିବା ପାଇଁ ଅନୁମତି ଦିଆଯାଉ ଜୁନ୍ ତାରିଖରେ ପୁଣି ଉକ୍ତ ଦାବି ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ ଏଥିରେ ପଞ୍ଚାୟତ ପ୍ରତିନିଧି ଏବଂ ଗ୍ରାମବାସୀ ଆଜି ରାତିରେ ଗ୍ରାମରେ ଆଲୋଚନା କରି ପ୍ରଶାସନକୁ ଜଣାଇବୁ ବୋଲି କହିଥିଲେ

ଏହି ତ୍ରିପାକ୍ଷୀକ ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ୍, ଗୋପାଳପୁର ବନ୍ଦର ଡେପୁଟି ସିଇଓ ସନ୍ଥ ଖେର୍, ଭାଇସ୍ ପ୍ରେସିଡେଣ୍ଟ ଏସ୍.ମହାପାତ୍ର, କଣମଣା ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡୀ, ସମିତି ସଭ୍ୟ ରଶ୍ମିତା ବେହେରା, ବିମଳ କୁମାର ପଣ୍ଡା, ଜି.ଦିଲେଶ୍ୱର ରେଡ୍ଡୀ, ରଂଜନ କୁମାର ସେଠୀ, ଲିଙ୍ଗରାଜ ପ୍ରଧାନଙ୍କ ସମେତ କିଛି ଗ୍ରାମବାସୀ ଉପସ୍ଥିତ ଥିଲେ

Leave A Reply