ମସଲସ ର ଭଲ ଗ୍ରୋଥ ଏବଂ ବ୍ରେନ ପାଇଁ ପ୍ରୋଟିନ ବହୁ ଆବଶ୍ୟକତା ରହିଛି, ଶରୀରରେ ଏହି ନିୟୁଟ୍ରିଏଣ୍ଟ ର କମିକୁ ପୁରା କରିବା ପାଇଁ ଡାଲି, ପନିର , ସୋୟାବିନ କିମ୍ବା ଆମିଷ ଖାଦ୍ୟ ଆମେ ଖାଇଥାଉ, କିନ୍ତୁ ଯଦି ଶରୀରରେ ଥିବା ପ୍ରୋଟିନ ପରିସ୍ରା ମାଧ୍ୟମରେ ଶରୀରରୁ ବାହାରି ଯାଇଥାଏ ତେବେ ଏହି ସ୍ଥିତିକୁ ପ୍ରୋଟିନ୍ୟୁରିୟା ବୋଲି କୁହାଯାଇଥାଏ, ଯାହାକି ଗୋଟିଏ ଗମ୍ଭୀର ସମସ୍ୟା l
କାହିଁକି ହୋଇଥାଏ ଅସୁବିଧା ?-
ଯେତେବେଳେ କିଡ୍ନୀ କୌଣସି ପ୍ରକାରର ଅସୁବିଧାର ସମୁଖୀନ ହୋଇଥାଏ ପାଣିକୁ ଫିଲ୍ଟର କରିବା ସମୟରେ କିଡ୍ନୀ ଅଧିକ ମାତ୍ରାରେ ପ୍ରୋଟିନ ନିଷ୍କାସିତ କରିଥାଏ, ଏହାଦ୍ୱାରା ଇନଫେକ୍ସନ ର ସମସ୍ୟା ମଧ୍ୟ ରହିଥଏ, ଆୟୁର୍ବେଦ ରେ ଏହାକୁ ବାତ କଫ ସହିତ ଯୋଡି ଥାଆନ୍ତି, ଏହି ସ୍ଥିତି ଧୀରେ ଧୀରେ କିଡ୍ନୀ ଓ ଅନ୍ୟ ଅଙ୍ଗକୁ ପ୍ରଭାବିତ କରେ l
ପ୍ରୋଟିନ୍ୟୂରିୟା ର ଲକ୍ଷଣ –
ପ୍ରୋଟିନ୍ୟୂରିୟା ରେ ପୀଡିତ ହେଲେ ଶରୀର ଅନେକ ପ୍ରକାର ସଂକେତ ଦେଇଥାଏ, ପରିସ୍ରା ଅଧିକ ହଳଦିଆ ଓ ଫେଣ ଯୁକ୍ତ ହୋଇଥାଏ, ୟୁରିନ ରାସ୍ତା ଇନଫେକ୍ସନ ହୋଇଥାଏ, ଏହା ସହିତ ଜ୍ୱର ମଧ୍ୟ ହୋଇଥାଏ, ଆୟୁର୍ବେଦ ରେ ପ୍ରୋଟିନ୍ୟୂରିୟା ରୁ ରକ୍ଷା ପାଇବା ପାଇଁ କିଛି ଉପାୟ ଗ୍ରହଣ କରାଯାଇଥାଏ l
* ଯଦି ପ୍ରୋଟିନ୍ୟୁରିଆ ସମସ୍ୟା ରହିଛି ତେବେ ନିୟମିତ ଡିଟାକ୍ସ ଡ୍ରିଂକ୍ସ ନିହାତି ସେବନ କରନ୍ତୁ l ପ୍ରକୃତିଜ ଡିଟାକ୍ସ ଡ୍ରିଂକ୍ସ କିଡ଼ନୀ କୁ ସୁସ୍ଥ ରଖିଥାଏ l
* ଏହାଛଡା ପ୍ରତିଦିନ ତ୍ରିଫଳା ଚୁର୍ଣ କୁ ରାତିରେ ଉଷୁମ ପାଣିରେ ବତୁରାଇ ନିଅନ୍ତୁ ଏବଂ ସକାଳୁ ଖାଲି ପେଟରେ ସେବନ କରନ୍ତୁ l ପାଚନ ସମସ୍ୟା ସହିତ ପ୍ରୋଟିନ୍ୟୁରିଆ ସମସ୍ୟା ମଧ୍ୟ ଠିକ ହୋଇଥାଏ l
* ଏହାଛଡା କମ ପ୍ରୋଟିନ ଯୁକ୍ତ ଭୋଜନ ଖାଇବା ଆବଶ୍ୟକ l ଏବଂ ଲାଉ , ଜହ୍ନି ଏବଂ ମୁଗ ଡାଲି ଯୁକ୍ତ ଭୋଜନ ଅଧିକ ରୁ ଅଧିକ ଖାଇବା ଜରୁରୀ l
