ଭଦ୍ରକ, ୧୯ ।୦୫ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବୟାବନାପୁର ନୋଡାଲ ସ୍କୁଲରେ ଚାଲି ଥିôବା ପଞ୍ଚାୟତ ଅସ୍ଥାୟୀ ମେଡିକାଲ କେନ୍ଦ୍ର (ଟିମଏମଓି) ଜଣେ କୋଲକତା ଫେରନ୍ତା ବୃଦ୍ଧ ଅନ୍ତେବାସୀଙ୍କ ମୃତୁ୍ୟ ହୋଇଯାଇଥିôବା ଜଣାଯାଇଛି । ସଂପୃକ୍ତ ପଞ୍ଚାୟତ ଅନ୍ତର୍ଗତ ସରସଦା ଗାଁର ୭୨ ବର୍ଷୀୟ ବୃଦ୍ଧ ଦେବେନ୍ଦ୍ର ରାଉତ ଗତ ରବିବାର ରାତ୍ର ପ୍ରାୟ ୩ଟା ସମୟରେ କଲିକତାରୁ ଫେରି ପାହିମହୁରା ଶିଳ୍ପ ତାଲିମ କେନ୍ଦ୍ରରେ ପଞ୍ଜିକୃତ ହୋଇଥିଲେ । ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ ।
ତାଙ୍କର ଥଣ୍ଡା, କାଶ, ଜ୍ୱର ସହ ମଧୁମେହ ଓ ହୃଦରୋଗ ମଧ୍ୟ ଥିଲା । ମାତ୍ର ତାଙ୍କର ଥର୍ମାଲ ଟେଷ୍ଟ କରାଯିବା ପରେ ସ୍ୱାବ ସଂଗ୍ରହ କରାନଯାଇ ପଞ୍ଚାୟତ କ୍ୱାରାଣ୍ଟିନକୁ ପଠାଇ ଦିଆଯାଇଥିଲା । ସୋମବାର ସକାଳ ପ୍ରାୟ ୧୧.୧୫ ମିନିଟ୍ ରେ ପଞ୍ଚାୟତ କ୍ୱାରାଣ୍ଟିନ କେନ୍ଦ୍ରକୁ ଆସିଥିଲେ । ସ୍ୱଳ୍ପ ସମୟ ମଧ୍ୟରେ ଶୌଚ ହୋଇ ଜଳଖିଆ ଖାଇ ସ୍ୱାଭାବିକ ଭାବେ ଶୋଇଥିଲେ । ମଧ୍ୟାନ୍ନ ଭୋଜନ ପାଇଁ ଦିନ ପ୍ରାୟ ୧.୧୫ ମିନିଟରେ ଡକାପଡିବାରୁ ସେ ଉଠିନଥିଲେ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି ।
ସ୍ଥାନୀୟ ମେଡିକାଲରୁ ଡାକ୍ତର ଦଳ ଯାଇ ଅନୁଧ୍ୟାନ କରିଥିଲେ ହେଁ ମୃତ ଘୋଷଣା କରିନଥିଲେ । ଅଧିକ ଅନୁଧ୍ୟାନ ପାଇଁ ଦେବେନ୍ଦ୍ର ରାଉତଙ୍କୁ ସନ୍ଧ୍ୟାରେ ଭଦ୍ରକ ଡାକ୍ତରଖାନା ପଠାଇ ଦିଆଯାଇଛି । ଦେବେନ୍ଦ୍ର ରାଉତ କଲିକତା ବଡବଜାର ଅଞ୍ଚଳରେ ସର୍ଦ୍ଦାର ଭାବେ କାର୍ଯ୍ୟକରୁଥିଲେ । ତାଙ୍କ ପରିବାର ବର୍ଗ ଗାଁରେ ରହୁଥିବା ଜଣାଯାଇଛି ।