ବହୁ ପ୍ରତୀକ୍ଷିତ ଚାରିନଙ୍ଗଳ ସେତୁ , ନିର୍ମାଣର ଦୁଇ ବର୍ଷ ପରେ ବି ସଂଯୋଗିକରଣ ରାସ୍ତାନାହିଁ : ବିଭାଗୀୟ ଉଦାସୀନତାକୁ ଦାୟି କଲେ ଅଞ୍ଚଳବାସୀ
ଉଦୟଗିରି : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଚାରିନଙ୍ଗଳ ପଞ୍ଚାୟତରେ ବିରୂପା ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ବହୁପ୍ରତୀକ୍ଷିତ ଚାରିନଙ୍ଗଳ ସେତୁ ନିର୍ମାଣକୁ ଦୁଇବର୍ଷ ବିତିଥିଲେ ମଧ୍ୟ ସେତୁ ସଂଯୋଗୀ କରଣ ରାସ୍ତା ନିର୍ମାଣ ହୋଇନଥିବାରୁ ଦୀର୍ଘ ଦୁଇ ବର୍ଷ ହେବ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସ୍ଥାନୀୟ ଅଞ୍ଚଳବାସୀ ବିଭାଗୀୟ ଉଦାସିନତା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ଦାୟି କରିଛନ୍ତି । ସୂଚନା ଯୋଗ୍ୟ ଯେ ବିରୂପା ନଦୀ ଉପରେ ଏହି ସେତୁ ନିର୍ମାଣ ଆରମ୍ଭରୁ ବିବାଦ ଦେଖାଦେଇଛି ।
ପ୍ରଥମେ ସେତୁ ନିର୍ମାଣ କାହା ଉଦ୍ୟମରେ ହୋଇଥିଲା ତାହାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଥିଲା ୨୦୧୪ ମସିହାରେ ସେତୁ ନିର୍ମାଣ ପାଇଁ ଚୁଡାନ୍ତ ମଞ୍ଜୁରୀ ମିଳିଥିଲା । ବେଶ କିଛିଦିନ ବିବାଦ ପରେ ୨୦୧୬ ଅକ୍ଟୋବର ମାସରେ ସେତୁ ଶିଳାନ୍ୟାସ ପୂର୍ବ ନିର୍ଦ୍ଧାରିତ ସ୍ଥାନର ପ୍ରାୟ ଦୁଇଶହ ମିଟର ଦୂରରେ ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତି ପର୍ଯ୍ୟାୟରେ ୨୦୧୮ ମସିହା ଶେଷ ଭାଗରେ ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଇତି ମଧ୍ୟରେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇ ପାରିନାହିଁ ।
ତେବେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ସେତୁ ନିର୍ମାଣ ହୋଇଥିଲେ ସଂଯୋଗୀ କରଣ ରାସ୍ତା ପାଇଁ ଜମି ଅଧିଗ୍ରହଣ ଆବଶ୍ୟକତା ନଥିଲା କେବଳ ବାମ ପାଶ୍ୱର୍ ରାସ୍ତା ପାଇଁ ଜମି ଅଧିଗ୍ରହଣ ଆବଶ୍ୟକ ଥିଲା । ବାମ ପାଶ୍ୱର୍ରେ ଜମିଥିବା ଲୋକେ ସେ ସମୟରେ ଏହି ସ୍ଥାନରେ ସେତୁ ନିର୍ମାଣ କରାଗଲେ ଆମେ ସ୍ୱ ଇଚ୍ଛାରେ ଜମି ଦାନ କରିବୁ ବୋଲି ନିସର୍ତ୍ତ ଘୋଷଣା କରିଥିଲେ । ମାତ୍ର ଏସବୁକୁ ଗୁରୁତ୍ୱ ଦିଆ ନଯାଇ ବିଭାଗ ପକ୍ଷରୁ ସେତୁର ସ୍ଥାନ ପରିବର୍ତ୍ତନ କରାଯାଇଥିଲା । ତେବେ ନୂତନ ସ୍ଥାନରେ ନିର୍ମାଣ ହୋଇଥିବା ସେତୁ ର ସଂଯୋଗୀ କରଣ ରାସ୍ତା ସମ୍ପର୍କରେ ଧ୍ୟାନ ଦିଆଯାଇନଥିଲା । ସଂଯୋଗୀ କରଣ ରାସ୍ତା ନିମନ୍ତେ ସେତୁର ବାମ ଓ ଦକ୍ଷିଣ ପାଶ୍ୱର୍ରେ ଜମି ଅଧିଗ୍ରହଣର ଆବଶ୍ୟକତା ଥିବା ବେଳେ ଅଦ୍ୟାବଧି ଏକ ଡିସିମିଲ ଜମି ଅଧିଗ୍ରହଣ ହୋଇପାରିନାହିଁ । କେବଳ ମଞ୍ଜରୁୀ ମିଳିଛି । ବାମ ପାଶ୍ୱର୍ ଜମି ଅଧିଗ୍ରହଣ ପାଇଁ ୫୯,୩୬,୯୮୯ ଟଙ୍କା ଆବଶ୍ୟକତା ଥିବା ବେଳେ ଦକ୍ଷିଣ ପାଶ୍ୱର୍ ପାଇଁ ୨,୨୯,୦୯,୯୨୦ ଟଙ୍କା ଆବଶ୍ୟକ ଅଛି ।
ତେବେ ସ୍ଥାନୀୟ ଲୋକଙ୍କ ଦାବିକୁ ଦୃଷ୍ଟିର ରଖି ବିଭାଗ ପକ୍ଷରୁ ଜରୁରୀ କାଳୀନ ଭିତ୍ତିରେ କେବଳ ବାମ ପାଶ୍ୱର୍ ସଂଯୋଗୀ କରଣ ରାସ୍ତା ନିମନ୍ତେ ଆବଶ୍ୟକ ଜମି ଅଧିଗ୍ରହଣ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଗତ ୨୦/୮/୨୦ ଚିଠି ନଂ ୨୩୭୭ ଗ୍ରାମ୍ୟଉନ୍ନୟନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଙ୍କୁ ଚିଠି ଲେଖିଛନ୍ତି । ତେବେ କେବଳ ବାମ ପାଶ୍ୱର୍ ପାଇଁ ଅର୍ଥ ମଞ୍ଜୁରୀ ପାଇଁ ନିର୍ବାହୀ ଯନ୍ତ୍ରୀ ଙ୍କ ଚିଠି ଲେଖାକୁ ସାଧାରଣରେ ନାପସନ୍ଦ କରାଯାଉଛି । ଅପରପକ୍ଷରେ ଜମିଅଧିଗ୍ରହଣ ହେଉଥିବା ଚାରିନଙ୍ଗଳ ମୌଜା ବେ ବନେ୍ଦାବସ୍ତ । ଏହି ମୌଜାରେ ଏବେ ଜମିର ପ୍ରକୃତ ମାଲିକାନା ସତ୍ୱ ଧାର୍ଯ୍ୟ କରିବା ପ୍ରଶାସନ ପକ୍ଷରେ କାଠିକର ପାଠ । ଏପରି ସ୍ଥଳେ ସେତୁ ସଂଯୋଗୀ କରଣ ରାସ୍ତା ଶେଷ ନେଇ ଅନିଶ୍ଚିତତା ଦେଖାଦେଇଛି । ତେବେ ବିଭାଗୀୟ ଉଦାସିନତା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପାଇଁ ସେତୁ ନିର୍ମାଣର ସାଧାରଣରେ ମତ ପ୍ରକାଶ ପାଇିଁ । ତୁରନ୍ତ ସେତୁ ସଂଯୋଗ କାର୍ଯ୍ୟ କରାନଗଲେ ଆନେ୍ଦାଳନକୁ ଓହ୍ଲାଇବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।