Odisha news

ପୋଲ ଉଡାଇବାକୁ ବେନାମୀ ଧମକପୂଣ୍ଣ  ପୋଷ୍ଟର

0

ଆର,ଉଦୟଗିରି-ଗଜପତି ଜିଲ୍ଲା ଆର,ଉଦୟଗିରି ଥାନାର କୁଆଁପଡା ଗ୍ରାମ ନିକଟସ୍ଥ ଏକ ପୋଲରେ ଧମକପୂଣ୍ଣ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଏହି ପୋଲ ଦେଇ କେହି ନଯିବାକୁ ଧମକ ଦଆଯାଇଛି । ପୋଲ ଉପରେ ଦେଇ ଗଲେ ଏହା ଉଡିଯିବାର ସମ୍ଭାବନା ରହିଛି। ଯଦି କେହି ଯିବେ ତେବେ ହତର୍କ ବୋଲି ଉଲ୍ଲଖ ରହିଛି ।

ଏହି ଖବର  ଖବର ପାଇଲା ପରେ ସ୍ଥାନୀୟ ପୁଲିସ୍ ପହଞ୍ଚିବା  ପରେ ଏସ୍ପି ସାରା ଶର୍ମାଙ୍କ ନଦ୍ଦେର୍ଶ ପ୍ରକାରେ ଥାନା ଅଧିକାରୀ ବୋମା ନିଷ୍କ୍ରିୟକାରୀ ଦଳ ସହ ପୋଲ ନିକଟରେ ପହଞ୍ଚିଥିଲେ । ତେବେ ପୋଷ୍ଟରରେ ଏକ ମୋବାଇଲ୍ ନମ୍ବର ଲେଖାଯାଇଥିଲା । ଯାହାକି ବିଦ୍ୟୁତ୍ ବିଭାଗ କନିଷ୍ଠଯନ୍ତୀଙ୍କ ବୋଲି ଜଣାପଡିଛି । ଗତ କିଛି ଦିନଧରି ବିଦ୍ୟୁତ୍ ବିଭାଗ ପକ୍ଷରୁ ବକେୟା ବିଲି ଆଦାୟ ଜାରି ରହିଛି। ଏଥିପାଇଁ ବିଭିନ୍ନ ଗ୍ରାମରେ ବିଦ୍ୟୁତ୍ କାଟ୍ କରାଯାଉଥିବାରୁ କିଛି ଲୋକ ପ୍ରତିବାଦ ସ୍ବରୁପ ଏଭଳି କାଣ୍ଡ କରାଯାଇଥିବାର ଅନୁମାନ କରାଯାଇଛି

Leave A Reply