Odisha news

ଜନବସତି ଭିତରେ ଭାଲୁ।

0

ତେନ୍ତୁଳିଖୁଣ୍ଟି :- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମା ଜଗନ୍ନାଥ ମନ୍ଦିରରେ ଭାଲୁ। ଏହା ଯେ ଦିନକର କଥା ତାହା ନୁହେଁ, ପ୍ରତିଦିନର ଘଟଣା ଭଳି। ଭାଲୁଟି ରାତି ୧୧/୧୨ଟା ବାଜିଲା ବେଳକୁ ଗାଁ କୁକୁର ଭୂକିବା ଆରମ୍ଭ ହୋଈଯିବ। ଶୋଈଥିବା ଆଉ ଚେଇଁ ରହିଥିବା ଲୋକେ କୁକୁର ଭୂକିବା ଶବ୍ଦରେ ଜାଣିଯିବେ ଯେ ଭାଲୁ ଆସିଗଲାଣି। ଘିଅ ବାସ୍ନାରେ ଆଉ ଫଳମୂଳ ଖାଇବା ଆଶାରେ ମନ୍ଦିର ଭିତରକୁ ପଶିବାକୁ ଚେଷ୍ଟା କରୁଛି। ପରେ ଠାକୁରାଣୀ ମନ୍ଦିରକୁ ଆସିଥିଲା। ପରେ ରାଧାକୃଷ୍ଣ ମନ୍ଦିରକୁ ଆସି ପାଚେରୀ ଡେଇଁ କବାଟ ଭାଙ୍ଗି ଥିଲା।

ଖାଈବା ଆଶାରେ ଜନବସତି ଭିତରକୁ ପଶିଯାଉଥିବା ଗାଁ ଲୋକେ କହୁଛନ୍ତି। କୁହାଯାଉଛି ଯେ କାର୍ତ୍ତିକ ମାସରୁ ହବିଶ୍ୟାଳୀଙ୍କ ପୂଜା ସମୟରୁ ଅଭ୍ୟାସରେ ପରିଣତ ହୋଈଯାଈଛି। ଗାଁରେ ମନ୍ଦିର ଗୁଡିକର ଦୂରତା ୨୦୦ ମିଟର ଲେଖାଏଁ ହେବ ଓ ଭାଲୁଟି ଗୋଟିଏ ମନ୍ଦିରରୁ ଆଉ ଗୋଟିଏ ମନ୍ଦିର ବୁଲି ବୁଲି ଯାଉ ଥିବାର ପ୍ରାୟତଃ ଗାଁ ଲୋକେ ଦେଖନ୍ତି। ଗାଁ ଆଖପାଖରେ ଛୋଟ ଛୋଟ ପାହାଡ ବଣ ରହିଛି। ଦିନ ସାରା ସେଠି ରହୁଥିବା ବେଳେ ରାତିରେ ଗାଁ ଭିତରେ ପଶୁଛି। ଏପର୍ଯ୍ୟନ୍ତ କେହି କେବେ ଭାଲୁ ହାବୁଡ ପଡି ନାହାନ୍ତି କି କ୍ଷତି ହୋଇ ନାହିଁ।

Govt
Leave A Reply