Odisha news

ସରକାରଙ୍କ ଯୋଜନା ଜାଣି ସୁବିଧା ନିଅ

0
ଆର,ଉଦୟଗିରି-  ଆର,ଉଦୟଗିରି ବ୍ଲକ କାର୍ଯ୍ୟାଳୟ ପରିସରଠାରେ ପଛୁଆ ବର୍ଗ ଲୋକଙ୍କ ସପ୍ରର୍କ ଶିବିର ଶନିବାର ଅନୁଷ୍ଠିତ ହୋଇଛି । ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ଏସବୁ ଯୋଜନା ବିଷୟରେ ଗ୍ରାମଅଞ୍ଚଳର ଆଦିବାସୀ ଏବଂ ପଛୁଆ ବର୍ଗର ଲୋକେ ଜାଣିପାରୁ ନାହାନ୍ତି । ସରକାରଙ୍କ ୫-ଟି ବ୍ୟବସ୍ଥା କରଛନ୍ତି । ଯଦି କେହି ସରକାରୀ କର୍ମଚାରୀ କୌଣସି ଯୋଜନାରୁ ହିତ ଅଧିକାରୀଙ୍କୁ ବାଦ୍ ଦେବାକୁ ଚେଷ୍ଟା କରିବେ ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଁଯାଉଛି । ସରକାରୀ ଯୋଜନା ଉପରେ ଅବଗତ ହୋଇ ନିଜ ଆଥିିକ ସ୍ଥିତି ମଦବୁତ କରିବା ଓ ଅନ୍ୟମାନଙ୍କୁ ଏହା ଜଣାଇବା ଶିବିରର ମୂଳଲକ୍ଷ୍ୟ ବୋଲି ଗଜପତି ଜିଲ୍ଲା ସମନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳପ ପ୍ରଶାସକ ସରୋଜ କୁମାର ବେହେରା ବକ୍ଲ ପରିସରରେ ଅନୁଷ୍ଠିତ ସଂପର୍କ ଶିବିରରେ ପ୍ରକାଶ କରିଥିଲେ ।
ଆଦିବାସୀ ପିଲାମାନେ ଓ ନ୍ବେଷାଯୋଜନାରେ ସହରାଞ୍ଚଳର ଅଗ୍ରିଣ ଘରୋଇ ବିଦ୍ୟାଳୟରେ ମାଗଣାରେ ଇଂରାଜୀ ମିଡିୟମ ସ୍କୁଲରେ ପଡିପାରିବେ , ଛାତ୍ରାବାସ, ଛାତ୍ରୀବୃତ୍ତୀ ଓ ବ୍ୟୟମୁକ୍ତ ଆବାସିକ ଶିକ୍ଷା କାର୍ଯ୍ୟକ୍ରମ, ସ୍ବତନ୍ତ ଉନ୍ନୟନ ପରିଷଦ ଜରିଆରେ ଜନଜାତିଙ୍କ ସଂସ୍କୁତି, ସାମାଜିକ ପ୍ରାଥା, ନୃତ୍ୟଗୀତ, ପୂଜାପାଠର ରକ୍ଷଣା ବେକ୍ଷଣ କରାଯାଇଛି। ଏହିପରି ଆହୁରି ଅନେକ କାର୍ଯ୍ୟକ୍ରମ ରହିଛି ବୋଲି ଶିବିରରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିଥିଲେ । ବ୍ଲକ୍ ଅଧ୍ୟକ୍ଷା ଅନିତା ମଣ୍ଡଳ, ବିଡିଓ ପ୍ରଦିପ କୁମାର ନାୟକ ,ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଜୀଲାପରିଷଦ ସଭ୍ୟ ଯାକବ ମାଝୀ,ଆର,ଉଦୟଗିରି ସରପଞ୍ଚ ସଞ୍ଜୁତା ପୁଜାରୀ ଓ ଶବରପୋଲି ସରପଞ୍ଚ ଜଗନ୍ନଥ ରଇତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ଯୋଜନା ଉପରେ କହିଥିଲେ । ଏହି ବୈଠକରେ ବ୍ଲକ୍ ଅଧ୍ୟକ୍ଷ୍ୟା ଏବଂ ଜିଲ୍ଲାପରିଷଦ ସଭ୍ୟ ବୈଠକକୁ  ପୂର୍ବରୁ ଜଣାଇବା ବଦଳରେ ବିଭଗ୍ୟ ଅଧିକାରୀମାନେ ଗତକାଲି ସନ୍ଧ୍ୟାରେ ଜଣାଇଥିଲେ । ଯାହାଫଳରେ ବ୍ଲକର ପ୍ରତିନିଧିମାନେ ବୈଠକରେ ଯୋଗଦେଇ ପାରିନଥିଲେ  ଏହି କାର୍ଯ୍ୟନେଇ ସେ ଦୁଃଖ ପ୍ରକାଶ କରିଥିଲେ ।
ବ୍ଲକର ଅଧ୍ୟକ୍ଷ୍ୟା ଶ୍ରୀ ମଣ୍ଡଳ ଆଇଟିଡିଏ ବିଭାଗର କରାଯାଉଥିବା କାମ ଅତି ନିମ୍ନମାନର କାମ ହେଉଥିବାରୁ ଏହି ବୈଠକରେ ଅଭିଯୋଗ କରିଥିଲେ । ସେ ଆଉ ଅଭିଯୋଗ କରିଥିଲେ ଯେ ଛେଳାଗଡ ହାଇସ୍କୁଲର ଗୃହର ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳୁଛି ଏନେଇ ବାରମ୍ବାର ବାରମ୍ବାର ଆଇଟିଡିଏ  ବିଭଗକୁ ଅବଗତ କରାଇଲେ ମଧ୍ୟ ଏନେଇ ବିଭାଗ କଣ୍ଣପାତ କରୁନଥିବାକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ । ଏଥିସହ ବ୍ଲକର ବିଭିନ୍ନ ଆଦିବାସୀ ବିଦ୍ୟାଳୟ ଗୁଡିକରେ ଲାଗିରହିଥିବା ସମସ୍ୟା ଗୁଡିକ ଗୁରୁତ୍ବ ଦେଇ ପ୍ରତିକାର କରିବା ପାଇଁ ପ୍ରକଳପ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ସୁଣ୍ଡୁରୁବା ବିଦ୍ୟାଳୟର ଆଦିବାସୀ  ଛାତ୍ରୀମାନଙ୍କ ଦ୍ବାରା ଆଦିବାସୀ ନୃତ୍ୟୁ କରାଯାଇଥିଲା ଏହି ନୃତ୍ୟୁ ବିପିନ୍ଚନ୍ଦ୍ର ମାଳବିଷୋୟଇ ପରିଚାଳନା କଲେ । ଏହି କାର୍ଯ୍ୟକ୍ରମ କୁ ଆଇଟିଡଏ ବିଭାଗ ପରିଚାଳନା କରିଥିବା ବେଳେ ସ୍ଥାନୀୟ ବ୍ଲକ କର୍ମଚାରୀ ସହ ଯୋଗ କରିଥିଲେ ।
Leave A Reply

Your email address will not be published.