Odisha news

ଦୁଇ ବର୍ଷ ପରେ ଛାତ୍ରଛାତ୍ରୀମାନେ ପାଇଲେ ଅରିଜିନାଲ ସାର୍ଟୀଫିକେଟ

0

ଜଗତସିଂହପୁର:ଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠିତ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟରେ ଘଟିଥିବା ଜାଲ ରେଜିଷ୍ଟ୍ରେସନ ନମ୍ବର ଘଟଣାର ଅନ୍ତ ଘଟିଛି ।ଶେଷରେ ଦିର୍ଘ ଦୁଇ ବର୍ଷ ପରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହିତ ଖେଳ ନ ଖେଳି ଉଚ୍ଚ ଶିକ୍ଷା ବିଭାଗ ସେମାନଙ୍କୁ ତାଙ୍କର ଅରିଜିନାଲ ରେଜିଷ୍ଟ୍ରେସନ ସାର୍ଟୀଫିକେଟ ପ୍ରଦାନ କରିଛି ।ଏହାକୁ ନେଇ ଛାତ୍ରଛାତ୍ରୀମାନେ ଗତ ଦୁଇ ବର୍ଷ ହେବ ଉଚ୍ଚ ଶିକ୍ଷା ପାଇବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ଏହି ଘଟଣାରେ ପୁର୍ଣ୍ଣଚ୍ଛେଦ ପଡିଛି ।

କଲେଜ କତ୍ତୃପକ୍ଷ ଆଜି ୧୨୧ ଜଣ ଛାତ୍ରଛାତ୍ରୀଙ୍କୁ ଏହି ରେଜିଷ୍ଟ୍ରେସନ ନମ୍ବର ପ୍ରଦାନ କରିଛି ।ଏହି ଘଟଣାରେ କଲେଜର ଦୁଇ କିରାଣିଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହିତ ଏହି କେଳେଙ୍କାରୀର ମୁଖ୍ୟ କାର୍ପଟଦାର ଜଣେ ଅଧ୍ୟାପକଙ୍କ ଦରମା ବନ୍ଦ କରି ଦିଆଯାଇଛି ।ଏପରିକି ସଂପୃକ୍ତ ଅଧ୍ୟାପକଙ୍କୁ କାହିଁକି ସବୁଦିନ ପାଇଁ ଦରମା ବନ୍ଦ ନକରାଯିବ ସେଥିପାଇଁ ମଧ୍ୟ କାରଣ ନୋଟିସ ଦିଆଯାଇଛି ।ଏହି ଜଘନ୍ୟ କିଳଙ୍କାରୀ ଘଟଣାରେ କଲେଜର ତକ୍ରାଳୀନ ଆଡମିଶନ ଇନଚାର୍ଜ ଅଧ୍ୟାପକ ଧିରେନ ମହାନ୍ତିଙ୍କ ଗ୍ରାଣ୍ଟ ଇନ ଏଡ (ଅନୁଦାନ) ବା ଦରମାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ବନ୍ଦ କରିଦେଇଛନ୍ତି ।ଏହା ସହିତ ସବୁଦିନ ପାଇଁ କାହିଁକି ଦରମା ବନ୍ଦ କରାନଯିବ ସେଥିପାଇଁ ମଧ୍ୟ ଏକ ୩୦ଦିନିଆ କାରଣ ଦର୍ଶାଅ ନୋଟିସ କରିଛନ୍ତି । ଏହା ସହ ସେତେବେଳେ ଆଡମିଶନ ଦାୟିତ୍ୱରେ ଥିବା +୨ ଡାଟା ଏଣ୍ଟ୍ରି ଅପରେଟର ବିଜ୍ଞାନ ମିହିର ମହାନ୍ତି ଓ +୩ ପ୍ରଦୀପ୍ତ କୁମାର ଜେନା ଯେ କି ଅଟୋନୋମସ ଦାୟିତ୍ୱରେ ରହିଥିଲେ ଉଭୟଙ୍କୁୁ ଚାକିରୀରୁ ବହିଷ୍କାର କରାଯାଇଛି ।ସୁଚନା ଅନୁସାରେ ଗତ ୨୦୧୫ ମସିହାରେ କଲେଜ କତ୍ତୃପକ୍ଷ ଯୁକ୍ତ୩ କଳା, ବାଣିଜ୍ୟ ଓ ବିଜ୍ଞାନରେ ୨୫୦ ସିଟ ଥିବା ବେଳେ,ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହେଉନଥିବା ଅଧିକ ପ୍ରାୟ ୧୨୪ଜଣ ପିଲାଙ୍କୁ ଆଡମିଶନ କରାଇଥିଲେ । ୨୦୧୮ ମସିହାରେ ସେମାନେ କଲେଜରେ ପରୀକ୍ଷା ଦେଲେ ଓ ପାସ ମଧ୍ୟ କଲେ ।

ତେବେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କ ରେଜିଷ୍ଟସନ (ପଞ୍ଜିକରଣ) ନମ୍ବର ଆସିଲା ନାହିଁ । ତେଣୁ କଲେଜ କତ୍ତୃପକ୍ଷ ବିଶ୍ୱବିଦ୍ୟାଳୟ ପଞ୍ଜିକରଣ ନମ୍ବର ନ ଆସିବାରୁ କଲେଜ କତ୍ତୃପକ୍ଷ ଚଞ୍ଚକତା କରି ଏକ ଜାଲ ରେଜିଷ୍ଟ୍ରେସନ ନମ୍ବର ପକାଇ ସେମାନଙ୍କୁ ଡିଗ୍ରୀ ପାସ ମାର୍କସିଟ ଓ ସାଟିଫିକେଟ ଦେଇଦେଲେ ।ମାଇଗ୍ରେସ ସାଟ୍ରୀଫିକେଟ ଆଣିବାକୁ ଉକôଳ ୟୁନିଭରସିଟି ଯିବା ପରେ ଛାତ୍ରଛାତ୍ରୀମାନେ ଏହି ଘଟଣା ବାବଦରେ ଜାଣିବାକୁ ପାଇଥିଲେ ।ଏହା ପାଇଁ ଛାତ୍ରଛାତ୍ରୀମାନେ ବାରମ୍ବାର ଆନେ୍ଦାଳନକୁ ଓହ୍ଲାଇବା ସହିତ ଧାରଣାରେ ବସିଥିଲେ ।ଆଜି ଏହି ରେଜିଷ୍ଟ୍ରେସନ ସାର୍ଟୀଫିକେଟ ଛାତ୍ରଛାତ୍ରୀମାନଙ୍କୁ କଲେଜ ଅଧ୍ୟକ୍ଷା ନିତାରାଣୀ କର ପ୍ରଦାନ କରିଥିଲେ ।

Leave A Reply

Your email address will not be published.