Odisha news

ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

0

ବାଲିଗୁଡା: ଇନିସିଚୁ୍ୟଟ ଅଫ ଲାଇଫ ସାଇନ୍ସ ଭୁବନେଶ୍ୱର ଜରିଆରେ ଆଜି ବାଲିଗୁଡାର ଆଦିବାସୀ ମହାବିଦ୍ୟାଳୟ ପରିସରରେ ଜାତୀୟ ବୈଜ୍ଞାନିକ ଦିବସ ପାଳନ କରାଯାଇଛି ଓ ଏଥିରେ ଟପିକ ଥିଲା ଓମେନ ଇନ ସାଇନ୍ସ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦ ଯୋଗଦେଇ ବିଜ୍ଞାନର କିଭଳି ରୋବଟିକ,ଆର୍ଟିଫିସିଆଲ ଡିଟେଲଜେନ୍ସି ଏଗୁଡାକୁ କିଭଳି ବେଶି ଗୁରୁତ୍ୱ ଦିଆଯାଉଛି ି ତାହା ସବୁ କହିଥିଲେ ।

ସମ୍ମାନୀତ ଅତିଥୀ ଭାବେ ବୈଜ୍ଞାନିକ ଡଃ ଶାନ୍ତି ଭୁଷଣ ସେନାପତି ଓ ଡଃ ଗୁଲାମ ହୁସେନ ସ୍ୟାଦ ଯୋଗଦେଇ ବିଜ୍ଞାନ କ୍ଷେତ୍ରରେ କିଭଳି ଗବେଷଣା କ୍ଷେତ୍ରେରେ କିଭଳି ଅଧିକ ପ୍ରାଧାନ୍ୟ ଦିଆଯାଇପାରିବ ସେଥିପାଇଁ ତୃଣମୁଳ ସ୍ତରରୁ ସମସ୍ତେ ଯଦୀ ଯନôବାନ ହେବେ ତାହାହେଲେ ବିଜ୍ଞାନ ଆହୁରି ଲୋକପ୍ରିୟ ହୋଇପାରିବ ବୋଲି କହିଥିଲେ ।

ମହାବିଦ୍ୟାଳୟର ଅଧକ୍ଷ ଶରତ ଚନ୍ଦ୍ର ବେହେରା ମଂଚାସୀନ ଥିବା ବେଳେ ପ୍ରାଣି ବିଜ୍ଞାନ ବିବାଗର ଅଧ୍ୟାପକ ହିମାଂଶୁ ଚରଣ ସାହୁ ଅତିଥୀ ପରିଚୟ ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଜ୍ଞାନକୁ ନେଇ ଏକ ଭିଡିଓ ପ୍ରଦର୍ଶନି କାର୍ଯ୍ୟକ୍ରମ କରାଯାଇଥିଲା ଓ ହାଇସ୍କୁଲ ଲେବେଲ,ହାଇୟର ସେକେନ୍ଡରୀ ଓ ଡିଗ୍ରୀ କଲେଜ ଛାତ୍ରଚାତ୍ରୀ ମାନେ ବିଜ୍ଞାନ ମେଳା ପ୍ରତି୍େୟାଗିତା କରିଥିଲେ ।ଛାତ୍ରଚାତ୍ରୀ ମାନଙ୍କ ଦ୍ୱାରା ଫୋକ ଡ୍ୟାନ୍ସ କରାଯାଇଥିଲା । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ବେଳେ ମହାବିଦ୍ୟାଳଃୟ,ଏକଲବ୍ୟ ମଡେଲ ସ୍କୁଲ,ଆଦର୍ଶ ସ୍କୁଲ ଓ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପାସ୍ଥିତ ଥିଲେ ।

Leave A Reply